• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରୋଗଶଯ୍ୟାରେ ଘରର ମୁରବୀ

  • ଓଳିଏ ଖାଇଲେ ଓଳିଏ ଉପାସ ରହୁଛି ପୂରା ପରିବାର

  • ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଆଳି(ବନମାଳୀ ସାହୁ) : ଦିନ ଥିଲା ବେଶ ହସ ଖୁସିରେ ଚାଲିଥିବା ପରିବାର । ଯାହା ରୋଜଗାର କରୁଥିଲେ ଭଲରେ ୪ପ୍ରାଣୀ କୁଟୁମ୍ବ ଚଳି ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ୮ମାସ ହେବ ଦୁରାରୋଗ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହି ମରଣ ସହ ସଂଗ୍ରାମ କରୁଛନ୍ତି ଲକ୍ଷ୍ମୀଧର ବିଶ୍ୱାଳ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଏବେ ଲଷ୍ମୀଧରଙ୍କ ଚିକିତ୍ସା ସମ୍ଭବ ହୋଇ ପାରୁନାହିଁ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବାଳକାଟି ଗାଁର ବିଛଣାରେ ପଡିରହିଛନ୍ତି ଲକ୍ଷ୍ମୀଧର । ବୟସ-୪୦ବର୍ଷ । ସେ ଘରର ଏକ ମାତ୍ର ରୋଜଗାରିଆ ମଣିଷ । ଦୀର୍ଘ ୧୨ବର୍ଷ ହେବ ଛତିଶଗଡ଼ ଭିଲାଇରେ ରହି ପାଣି ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ । ୮ମାସ ହେବ ଦେହ ଅସୁସ୍ଥ ହେବାରୁ ଘରକୁ ଆସି ଭୁବନେଶ୍ୱରଏମ୍ସରେ ଡାକ୍ତର ଦେଖାଇଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଥିଲା, ସେ ପାକସ୍ଥଳୀ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି ଲକ୍ଷ୍ମୀଧର । ଯାହା କିଛି ସୁନାଗହଣା ଥିଲା ସବୁକିଛି ବିକ୍ରି କରି ଲକ୍ଷ୍ମୀଧରଙ୍କ ଚିକିତ୍ସାରେ ଖର୍ଚ୍ଚ କରି ସାରିଲେଣି ପରିବାର ଲୋକ । ଆଉ ଏବେ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ସେ ଏ‍ବେ ବିଛଣାରେ ପଡିରହି ଛଟପଟ ହେଉଛନ୍ତି । ସେପଟେ ରୋଜଗାରିଆ ମଣିଷ ଜଣକ ବିଛଣାରେ ପଡ଼ିବା ଯୋଗୁଁ ଭୋକ ଉପାସରେ ରହୁଛନ୍ତି ପରିବାର ଲୋକ ।

ଲଷ୍ମୀଧରଙ୍କ ପରିବାର କହିଲେ ପତ୍ନୀ ପ୍ରଭାତୀ ଓ ଦୁଇ ଝିଅକୁ ନେଇ ତେଲ ଲୁଣର ସଂସାର । ଗୋଟିଏ ପଟେ ପରିବାର ଚଳାଇବାର ବୋଝ ତ ଆଉ ଅନ୍ୟପକ୍ଷେ ନିଜର ଚିକିତ୍ସା ଖର୍ଚ୍ଚ ଏହାରି ଭିତରେ ପେଷି ହେଉଛନ୍ତି ଲକ୍ଷ୍ମୀଧର । ଏବେ ବହୁ ଦୁଃଖ କଷ୍ଟରେ ଚଳୁଛି ପରିବାର । ପଡ଼ୋଶୀଙ୍କ ଠାରୁ ମାଗିଯାଚି ଆଣିଲେ ଓଳିଏ ଖାଇଲେ ଦୁଇ ଓଳି ଉପବାସ ରହିବାକୁ ପଡୁଛି । ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ଅନ୍ୟ ପଟେ ଲକ୍ଷ୍ମୀଧରଙ୍କ ସମ୍ପର୍କରେ ଅବଗତ କରିବା ପରେ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଳି ବିଡ଼ିଓ।