• translate
Chandan Shishu

କରଞ୍ଜିଆ (ଦୀପକ କୁମାର ମହାନ୍ତ): ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଠଗଡ଼ କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ମୃୃତଦେହକୁ ଉଦ୍ଧାର କରିଥିଲେ। ଗତକାଲି ମୁଣ୍ଡଳି ବ୍ରିଜ୍ ତଳେ ଫସିରହିଥିବା ହାତୀକୁ ଉଦ୍ଧାର ପାଇଁ ନିୟୋଜିତ ଥିଲେ ସୀତାରାମ। ମହାନଦୀ ଭିତରକୁ ବୋଟରେ ଯାଇ ହାତୀକୁ ଘଉଡ଼ାଇ କୂଳକୁ ଆଣିବାକୁ ଉଦ୍ୟମ କରୁଥିବା ବେଳେ ମହାନଦୀରେ ବୋଟ ଓଲଟି ପଡ଼ିଥିଲା। ଏହାପରଠୁ ସୀତାରାମ ନିଖୋଜ ଥିଲେ। ମୃତଦେହ ମିଳିବା ପରେ ସୀତାରାମଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଡକେଇପାଳ ଗ୍ରାମର ସୀତାରାମଙ୍କ ଜନ୍ମମାଟିରେ ଶୋକାକୁଳ ପରିବେଶ l ବାପା, ଭାଇ ସମେତ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି l ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି l ଡକେଇପାଳ ଗାଁ ଝୁରୁଛି। ଡକେଇପାଳ ଗାଁ( ମୁକ୍ତାଝରି )ସାହିର ଆହ୍ଲାନ ମୁର୍ମୁଙ୍କ ମଝିଆଁ ପୁଅ ସୀତାରମ ମୂର୍ମୁ l ସେ ନିକଟସ୍ଥ ହାଣ୍ଡିଫୁଟା ଗ୍ରାମ ମହାଦେବ ଚନ୍ଦ୍ରଶେଖର ହାଇସ୍କୁଲ(MCS)ରୁ ମ୍ୟାଟ୍ରିକ ପାସ କରିବା ପରେ ୨୦୦୧ ମସିହାରେ ପୋଲିସ ଚାକିରି ଆରମ୍ଭ କରିଥିଲେ l ତାଙ୍କର ୧୨ ବର୍ଷର ଗୋଟିଏ ପୁଅ ଏବଂ ୪ ବର୍ଷର ଝିଅଟିଏ ଅଛି l ପରିବାର ସହ ସେ କଟକରେ ରହୁଥିଲେ l

ସେ ଷଷ୍ଠ ବାଟାଲିୟନରେ ଥିବାବେଳେ ଓଡ୍ରାଫ ଟିମରେ ସାମିଲ ହୋଇଥିଲେ l ପିଲାବେଳୁ ନଦୀପାର ହୋଇ ସ୍କୁଲ ଯାଉଥିଲେ ଏବଂ ଚାକିରି କରିବା ପରେ ପାଣି ଭିତରୁ ଅନେକ ଲୋକଙ୍କୁ ଉଦ୍ଧାର କରିବାର ନଜିର ରହିଛି l ମାତ୍ର ସେ ନିଜେ ଦିନେ ପାଣିରେ ନିଖୋଜ ହୋଇଯିବେ ଏହା ଏବେବି ଲୋକେ ଗ୍ରହଣ କରିପାରୁନାହାନ୍ତି l ତାଙ୍କର ଅକାଳ ବିୟୋଗରେ ବାପା, ଭାଇ, ଆତ୍ମୀୟସ୍ୱଜନ ଭାଙ୍ଗି ପଡିଛନ୍ତି।

Other Stories

  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
    Stalin Letter To CM Neveen ବାଣକୁ ବ୍ୟାନ ନ କରିବାକୁ ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍

    ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।

  • khordha firing
    Firing ସମ୍ପର୍କିୟ ଭଉଣୀ ଘରେ ଭାଇକୁ ଗୁଳି

    ବେଗୁନିଆରେ ଘଟିଲା ଗୁଳିକାଣ୍ଡ। ଗୁଳିମାଡ଼ରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଛାତି ତଳେ ଏକ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ...

  • Group clashes over goat deaths
    Group Clashes ଛେଳି ମୃତ୍ୟୁରୁ ଗୋଷ୍ଠୀ ସଂଘର୍ଷ

    ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଗାଁରେ ଗୋଷ୍ଠୀ ସଂଘର୍ଷ;ଛେଳି ମୃତ୍ୟୁରୁ ହୋଇଛି ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, ଜଣେ ଗୁରୁତର। ଛେଳିକୁ ବାଇକ୍ ଧକ୍କା ଦେବାରୁ ବଚସା ହୋଇଥିଲା, ଏହାପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା ।

  • ଟିଟିଲାଗଡ ହସପିଟାଲ
    Titilagarh Hospital ନର୍ସ ହାତରେ ଗଲା ରୋଗୀର ଜୀବନ !

    ହସ୍ପିଟାଲରେ ଡାକ୍ତର ଥିଲେ ମଧ୍ୟ ରୋଗୀର ଚିକିତ୍ସା ନ କରି ନର୍ସମାନଙ୍କ ମାଧ୍ୟମରେ ଚିକିତ୍ସା କରାଉଥିବାରୁ ଏଭଳି ରୋଗୀର ମୃତ୍ୟୁ ହେଉଥିବା ପରିବାର ତରଫରୁ ଅଭିଯୋଗ ହୋଇଛି।