• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିକଟରେ ସହଦେବ ଦିର୍‌ଦୋଙ୍କ ‘ବଚ୍‌ପନ୍‌ କା ପ୍ୟାର୍’ ଗୀତର ଏକ ଭିଡିଓ ସେୟାର କରିଥିଲେ। ଏହା ଇଣ୍ଟରନେଟ୍ ଦୁନିଆରେ ଏକ ବଡ ଧରଣର ଧମାଲ୍ କରିଥିଲା। ତାଙ୍କର ଏହି ଟୁଇଟ୍ ପରେ ସାହଦେବ ରାତାରାତି ଇଣ୍ଟରନେଟ୍ ଦୁନିଆରେ ଏକ ନୂଆ ସେନ୍ସେସ୍ ହୋଇଯାଇଥିଲେ।

ଭିଡିଓରେ ସାହଦେବଙ୍କ ଷ୍ଟାଇଲ ଯାଦୁ ଲୋକମାନଙ୍କ ଉପରେ ଏତେ ମାତ୍ରାରେ ପଡିଲା ଯେ ସମସ୍ତେ ଏହାକୁ ଦେଖିବାକୁ ବାଧ୍ୟ ହେଲେ। ଏବେ ପୁଣିଥରେ ସିଏମ୍ ଭୂପେଶ ବାଘେଲ ସେହିଭଳି ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

ଭୂପେଶ ବାଘେଲଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚାଲିଛି। ଏହି ଭିଡିଓ ଶେୟାର କରି ସେ ଲେଖିଛନ୍ତି ଯେ “ଏ ହେଉଛନ୍ତି ଧର୍ମେନ୍ଦ୍ର ଦାସ ମହନ୍ତ... ଶୁଣ, ସେ ଛତିଶଗଡର ରାଜଗୀତ ଗାଉଛନ୍ତି। ମତେ ଲାଗିଲା ଏହା ଶୁଣିବା ଉଚିତ। ଅନେକ ଆଶୀର୍ବାଦ ଏବଂ ପ୍ରେମ।”

ଏହି ଭିଡିଓରେ ଯେଉଁ ପିଲାଟିକୁ ଆପଣ ଦେଖୁଛନ୍ତି ସେ ପଞ୍ଚମ ଶ୍ରେଣୀରେ ପଢେ। ହେଲେ ‌ଈଶ୍ୱର ଏହି ପିଲାଟିକୁ ଦୃଷ୍ଟିଶକ୍ତି ଦେଇ ନ ଥିବାରୁ ସେ ଏ ଦୁନିଆକୁ ଦେଖିବାକୁ ଅକ୍ଷମ। ତେବେ ଏହି ଭିଡିଓରେ ସେ ନିଜର ପରିଚୟ ଦେଇ କହିଛି ଯେ ସେ ଜାଙ୍ଗିର ଜିଲ୍ଲାର ସ୍ପେଶାଲ୍ ବ୍ଲାଇଣ୍ଡ୍‌ ସ୍କୁଲରେ ପଢେ। ଏହା ପରେ ସେ ସମସ୍ତଙ୍କୁ ନମସ୍କାର କରଛି ଓ ଛତିଶଗଡର ରାଜଗୀତ 'ଅରପା ପୈରୀ କେ ଧାର, ମହାନଦୀ ହେ ଅପାର' ଗାଇଛି । ମୁଖ୍ୟମନ୍ତ୍ରୀ ଏହି ଭିଡିଓ ଟୁଇଟ୍ କରିବା ପରେ ମାତ୍ର ଅଧ ଘଣ୍ଟା ଭିତରେ ହଜାର ହଜାର ଲୋକ ଦେଖିସାରିଥିଲେ।

ଏହି ଭିଡିଓକୁ ଅନେକ ଲୋକ ମଧ୍ୟ ପସନ୍ଦ କରିଛନ୍ତି। ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏଭଳି ଭାଇରାଲ ଭିଡିଓ ଟ୍ୱିଟ୍‌ କରିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସେ ଛତିଶଗଡର ସୁକମା ଜିଲ୍ଲାର ବାସିନ୍ଦା ସହଦେବଙ୍କ ଏକ ଭିଡିଓ ଟ୍ୱିଟ୍‌ କରିଥିଲେ। ଏହି ଭିଡିଓ ଲୋକମାନଙ୍କୁ ବହୁତ ମନୋରଞ୍ଜନ କରିଥିଲା। ସହଦେବ ହେଉଛନ୍ତି ସେହି ପିଲା, ଯାହାଙ୍କ ଗୀତ 'ବଚ୍‌ପନ୍‌ କା ପ୍ୟାର୍‌' କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଭାଇରାଲ ହୋଇଥିଲା। ପରେ ରାପର୍‌ ବାଦଶାହ ମଧ୍ୟ ଏହି ଗୀତରେ ସହଦେବଙ୍କ ସହ ଏକ ଭିଡିଓ କରିଥିଲେ।