• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କରୋନା ଟିକା ନେଲେ ରିହାତି ।

  • ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ।

  • କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ।

ରାଉରକେଲା: କରୋନା ଟିକା ନେଲେ ରିହାତି । ରାଉରକେଲାର ପ୍ରସାଦ ଜୁଏଲାରୀ ପକ୍ଷରୁ ଏଭଳି ଆକର୍ଷଣୀୟ ଅଫର ଦିଆଯାଇଛି । ଯେଉଁମାନେ କରୋନା ଟିକା ନେଇଥିବେ ସେମାନଙ୍କୁ ୫ ପ୍ରତିଶତ ରିହାତି ଦିଆଯାଉଛି । ଏଥିସହ କରୋନା ଯୋଦ୍ଧାଙ୍କ ପାଇଁ ୪୦ ପ୍ରତିଶତ ରିହାତି ଦେବାକୁ ପ୍ରସାଦ ଜୁଏଲାରୀ ପକ୍ଷରୁ ଘୋଷଣା କରାଯାଇଛି । ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କୁ ଏହି ରିହାତି ମିଳିବ । କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନେ ଦିନ ରାତି ପରିଶ୍ରମ କରି ସେବା ଯୋଗାଇଥିବାରୁ ସଂସ୍ଥା ପକ୍ଷରୁ ଏହି ରିହାତି ଦିଆଯାଉଛି । ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ଏହି ଅଫର ରହିବ ।

ସେହିଭଳି ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ପକ୍ଷରୁ ଏଭଳି ଅଫର ଦିଆଯାଉଥିବା ପୂର୍ବରୁ ନଜିର ରହିଛି । କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ବାହାର ଦେଶରେ ମଧ୍ୟ ଏଭଳି ବ୍ୟବସ୍ଥା କରୁଛନ୍ତି ବ୍ୟବସାୟୀ ମାନେ । ଓଡ଼ିଶାରେ ସଉଦା ଦୋକାନୀ ଟିକା ନେଇଥିଲେ ରିହାତି ଦେଉଥିବା କଥା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ତେବେ କରୋନା ଟିକା ନେଲେ ରେଷ୍ଟୁରାଂଟରେ ଖାଇବା ସମୟରେ ମଧ୍ୟ ମିଳୁଥିଲା ରିହାତି । ଏଭଳି ଘଟଣା ଦେଶ ବାହାରେ ଦେଖିବାକୁ ମିଳିଥିଲା । କରୋନା ଟିକା ନେବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ, ସଂଯୁକ୍ତ ଆରବ ଏମିରେଟସରେ ଏଭଳି ଏକ ନୂଆ ବ୍ୟବସ୍ଥା କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଦାମୀ ରେଷ୍ଟୁରାଣ୍ଟମାନେ ଟିକା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏକ ଭିନ୍ନ ନିୟମ ଲାଗୁ କରିଥିଲେ । ନୂଆ ନିୟମ ମୁତାବକ ଯେଉଁମାନେ କରୋନା ଟିକା ନେବେ ସେହି ଗ୍ରାହକଙ୍କ ପାଇଁ ଖାଦ୍ୟ ଉପରେ ବିପୁଳ ରିହାତି ପ୍ରଦାନ କରାଯାଇଥିଲା ।