• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ(ପାର୍ଥ ସାରଥୀ ନାୟକ ଓଟିଭି ) : ପୋଷା କୁକୁର ଚାଲିଯିବା ଦୁଃଖରେ ଏକଦାଶହ କ୍ରିୟା । ପଶୁ-ମଣିଷର ନିଆରା ସମ୍ପର୍କର ନିଦର୍ଶନ । ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ । ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି । କେବଳ ଯେ ଦୁଃଖରେ ଭାଙ୍ଗି ପଡିଛନ୍ତି , ତାହା ନୁହେଁ ଆପଣାର ମଣିଷ ଭଳି କ୍ରିୟାକର୍ମ ବି ହୋଇଛି । ସାଧାରଣ ମଣିଷଟିଏ ଚାଲିଗଲେ ଯେଉଁପରି ଭାବେ ଦଶ, ଦ୍ୱାଦଶ କର୍ମାଦି ହୋଇଥାଏ । ଠିକ୍ ସେହିଭଳି ଏଠି ପଶୁର ବି ହୋଇଛି ଦଶାହ କର୍ମ । ଲୋକେ ଶୁଦ୍ଧି ହୋଇଛନ୍ତି, ଖାଇବା ପିଇବା ମଧ୍ୟ ହୋଇଛି । କେବଳ ଚମ୍ପି ପାଇଁ ଏସବୁ ଚାଲିଛି । 

ସ୍ନେହ ମମତା ଆଉ ଆଦର ପାଇଁ ଏହି ଦୁନିଆରେ ସମସ୍ତେ ପାଗଳ । ଟିକିଏ ଭଲ ପାଇବାରେ ହିଁ ସମ୍ପର୍କ ମଧୁର ଆଉ ଦୀର୍ଘସ୍ଥାୟୀ ହୁଏ । ତେବେ ସେହି ସମ୍ପର୍କର ଡୋର ଛିଣ୍ଡାଇ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଛି ଚମ୍ପି । ଆଉ ସେ ଚାଲିଯିବା ପରେ ଏକାଦଶାହ କ୍ରିୟା କରାଯାଇଛି । ଏଭଳି ଏକ ନିଆରା ଭଲପାଇବାର କାହାଣୀ ଆସିଛି ଭଦ୍ରକ ସହରରୁ ।

୧୫ ଜାନୁୟାରୀ ୨୦୦୬ ମସିହାରେ ଭଦ୍ରକ ସହରର ଚରମ୍ପା ବଜାରରେ ଚମ୍ପିର ଜନ୍ମ । ଛୋଟ ଅବସ୍ଥାରେ ଏକ ସଡ଼କ ଦୁର୍ଘଟଣାରେ ୨ ଭାଇଭଉଣୀଙ୍କୁ ହରାଇବା ପରେ ଚମ୍ପିକୁ ଆଦରି ନେଇଥିଲେ ସ୍ଥାନୀୟ ଦୋକାନୀମାନେ । ଆଉ ତା ପରେ ହୋଇଥିଲା ନାମକରଣ, କିଏ ଚମ୍ପି ଡାକୁଥିଲା ତ କିଏ ଡାକୁଥିଲା ଝୁମୁରି । ତେବେଭଦ୍ରକ ଚରମ୍ପା ବଜାରରେ ଚମ୍ପିର ଜନ୍ମ ଓ ସେହି ଠାରେ ହିଁ ଘଟିଛି ତାର ଅକାଳ ମୃତ୍ୟୁ । ଗଣେଶ ପୂଜା ଦିନ ଚମ୍ପିର ମୃତ୍ୟୁ ପରେ ପାଳନ ହୋଇଉଛି ଏକାଦଶହ କର୍ମ । ମୃତ୍ୟୁ ପରେ ଯଥା ରୀତିନୀତି ଅନୁସାରେ ଚମ୍ପିର ଶବ ସତ୍କାର କରାଯାଇଛି ।

ସାଧାରଣ ଲୋକଙ୍କ ଭଳି ଚମ୍ପି ପାଇଁ ଦୋକାନୀ ନଣ୍ଡା ହେବା ସହ ଶୁଦ୍ଧି କ୍ରିୟା ମଧ୍ୟ କରିଛନ୍ତି | ବଞ୍ଚିଥିବା ସମୟରେ ନିଜର ନରମ ସ୍ୱଭାବ ଓ ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କ ଅତି ନିକଟତର ହୋଇପାରିଥିଲା ଚମ୍ପି । ଚରମ୍ପା ବଜାରର କିଛି ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଅତି ପ୍ରିୟ ଥିଲା ଚମ୍ପି ।ସକାଳୁ ରାତି ଯାଏ ଏହି ବ୍ୟବସାୟୀଙ୍କ ଦୋକାନ ଆଗରେ ଚମ୍ପିଙ୍କ କଟୁଥିଲା ଦିନ । ଆଉ ଏହାରି ଭିତରେ ଚମ୍ପି ଓ ବ୍ୟବସାୟୀଙ୍କ ଭିତରେ ଗଢି ଉଠିଥିଲା ସ୍ନେହ ଓ ମମତାର ସଂପର୍କ । ତେବେ ଚମ୍ପିର ଅକାଳ ମୃତ୍ୟୁରେ ଚରମ୍ପା ବଜାରରେ ଶୋକର ଛାୟା ଖେଳିଯାଇଛି । ଚମ୍ପି ସହ ସ୍ନେହ ଓ ମମତାର ସଂପର୍କ ଭିତରେ ବାନ୍ଧି ହୋଇଥିବା କିଛି ବ୍ୟବସାୟୀମାନେ ଏବେ ଚମ୍ପିର ଆତ୍ମାର ଶାନ୍ତି ନିମନ୍ତେ ଏକଦଶହ କ୍ରିୟା ପାଳନ କରୁଛନ୍ତି ।

 

ଦଶାହ ଭୋଜିରେ ବ୍ରାହ୍ମଣ ଭୋଜନ ସହ ପଡୋଶୀଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ ହୋଇଛି । ଲୋକ ଆସି ଚମ୍ପିର ଫଟୋରେ ପୁଷ୍ପ ଦେଇ ଚମ୍ପି ଆତ୍ମାର ସଦଗତି କାମନା କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଯେତେବେଳେ ଏହି ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷକୁ ପର କରି ଦେଉଛି, ସେଠି ଏକ ପଶୁ ପ୍ରତି ଅନାବିଳ ସ୍ନେହ ସମାଜ ପାଇଁ ଏକ ଉଦାହରଣ, ଯାହାକୁ ସାଧାରଣରେ ବେଶ ପ୍ରଂଶସା କରାଯାଉଛି ।