• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୩ ମାସ ହେଲାଣି ପାଣି ପାଇପ ଅଚଳ

  • ପିଇବା ପାଣି ପାଇଁ ହନ୍ତସନ୍ତ ଲୋକେ

  • ତୁରନ୍ତ ଜଳ ଯୋଗାଣ ପାଇଁ ଲୋକଙ୍କ ଦାବି

ବାସୁଦେବପୁର : ଅଚଳ ହୋଇ ପଡିଛି ପାଣି ପାଇପାଇପ୍‌ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା । ଏହି ଅଭିଯୋଗ ନେଇ ତୁରନ୍ତ ଜଳ ଯୋଗାଣ ପାଇଁ ଗାଁ ଲୋକେ ପ୍ରଶାସନ ପାଖରେ ଦାବି କରିଛନ୍ତି । ପାନୀୟ ଜଳ ସମସ୍ୟା ଦୂର ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପ ବିଭାଗ ପକ୍ଷରୁ ବସୁଧା ଯୋଜନାରେ ବସିଥିଲା । ପାନୀୟ ଜଳ ପ୍ରକଳ୍ପ ଘରେ ଘରେ ପାଣି ମଧ୍ୟ ପହଞ୍ଚିଲା । ହେଲେ ତା’ର ଠିକ୍‌ କିଛି ଦିନ ପରେ ସବୁ ଅଚଳ ହୋଇଗଲା ।

ଗାଁରେ ଗୋଟିଏ ନଳ କୂପ ରହିଥିବାରୁ ୬୦ରୁ ଅଧିକ ପରିବାର ଏଥିରେ ନିର୍ଭର କରିଥାନ୍ତି । ଫଳରେ ରାତି ପାହିଲେ ପାଣି ପାଇଁ ସେହି ଏକମାତ୍ର ନଳକୂପ ପାଖରେ ଲମ୍ୱା ଲାଇନ୍‌ ଲଗିଥାଏ । ଗତ ୩ ମାସରୁ ଅଧିକ ସମୟ ହେବ ଅଚଳ ପଡିଥିବା ବସୁଧା ପାନୀୟ ଜଳ ପ୍ରକଳ୍ପ କାରଣରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତର ୫ଟି ବାର୍ଡର ଲୋକମାନେ ପାଣି ପାଇଁ ନାକେଦମ ହେଉଛନ୍ତି । ଏମିତିକି ଲୋକମାନେ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ନଳକୂପରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି । ୬୦ରୁ ଅଧିକ ପରିବାର ଏହି ଗୋଟିଏ ଉପରେ ନିର୍ଭର ହୋଇ ରହିଥିବାରୁ ଗାଁ ଲୋକଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ମଧ୍ୟ ଲାଗିଥାଏ ।

ପାନୀୟ ଜଳ ସମସ୍ୟା ଦୂର ପାଇଁ ନୂଆଗାଁ ପଞ୍ଚାୟତରେ ୨୦୧୯ ମସିହାରେ ବସୁଧା ପାଣି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବସିଥଲା । ଏହାସହ ଗାଁର ପଞ୍ଚାୟତରେ ଥିବା ୫,୬,୭,୮ ଓ ୯ ନମ୍ବର ବାର୍ଡ ପର୍ଯ୍ୟନ୍ତ ପାଇପ୍ ମଧ୍ୟ ବିଛାଯାଇଥିଲା । ଯାହା ଆରମ୍ଭ ହେବାର ମାତ୍ର କିଛି ଦିନ ମଧ୍ୟରେ ହିଁ ଅଚଳ ହୋଇଗଲା । ଫଳରେ ଗାଁ ଲୋକମାନେ ନାହିଁ ନଥିବା ଅସୁବାଧାର ସମ୍ମୁଖୀନ ହେଉଛି ।

ଗୋଟିଏ ନଳକୂପରେ ଶହ ଶହ ଲୋକ ଲାଇନ୍‌ ଲାଗାଇ ଥିବାବେଳେ ଅନେକ ସମୟ ସେମାନଙ୍କ ମଧ୍ୟରେ କଳିଝଗଡା ଲାଗିଥାଏ ବୋଲି କହିଛନ୍ତି ଗ୍ରାମବାସୀ । ଏନେଇ ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀଙ୍କ କହିଛନ୍ତି, ‘ବିଜୁଳି ବିଲ୍ ପୈଠ ହୋଇନଥିବାରୁ ସଂଯୋଗକୁ କାଟିଦିଆଯାଇଛି ଯାହାର ଶୀଘ୍ର ସମାଧାନ କରିବା ପାଇଁ ବିଦ୍ୟୁତ୍ ବିଭାଗକୁ ଅନୁରୋଧ କରିଛୁ । ଏହାସହ ବିଦ୍ୟୁତ୍ ବିଭାଗକୁ ଲିଖିତ ଚିଠି ମଧ୍ୟ ପଠାଇଛୁ । ଦୁଇ, ତିନି ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଯାହା ପରେ ହିଁ ସମସ୍ୟାର ସମାଧାନ ହୋଇପାରିବ’ ।