• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିଞ୍ଜିଳି (ଅଶୋକ ବ୍ରହ୍ମା) : ଅଧିକ ଥିଲେ ଦିଅନ୍ତୁ, ଆଉ ଦରକାର ଥିଲେ ନିଅନ୍ତୁ । ପୁରୁଣା ଚିରା ଫଟା ପୋଷାକକୁ ନୂଆ ରୂପ ଦେଇ ଗରିବ ଲୋକଙ୍କୁ ବଣ୍ଟାଯାଉଛି । କୌଣସି ସୋ ରୂମ୍ ଠାରୁ କିଛି କମ୍ ନୁହେଁ, ସମ୍ପୂର୍ଣ୍ଣ ମାଗଣାରେ ଗରିବଙ୍କୁ ମିଳୁଛି ପୋଷାକ । ଏଭଳି ଅଭିନବ ପ୍ରୟାସ ଆରମ୍ଭ ହୋଇଛି ଗଂଜାମ ଜିଲା ହିଞ୍ଜିଳିରେ ।

ଗଂଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନସିପାଲଟି ଅଧୀନରେ ଥିବା ତଥା ରେସପନସିବିଲିଟି ହବ୍ ଲେଖାଥିବା ଏକ ଗୃହରେ ସ୍ୱୟଂସହାୟିକା ଗୋଷ୍ଠୀ ମହିଳାମାନେ ପୁରୁଣା ପୋଷାକକୁ ନୂଆ ରୂପ ଦିଅନ୍ତି । ଯେଉଁ ବଦାନ୍ୟ ବ୍ୟକ୍ତିମାନେ ସେମାନଙ୍କ ଅଦରକାରୀ ଲୁଗା, ଡ୍ରେସ୍ ଇତ୍ୟାଦି ଦାନ କରନ୍ତି, ସେଗୁଡିକୁ ନୂତନ ରୂପ ଦେଇଥାନ୍ତି । ସେମାନେ ପୁରୁଣା ଡ୍ରେସ୍ ଗୁଡିକୁ ପ୍ରଥମେ ସଫା କରିଥାଆନ୍ତି । ଆଉ ତା ପରେ ଚିରାଫଟା ପୋଷାକକୁ ମେସିନରେ ସିଲାଇ ଆଇରନ୍ ବି କରନ୍ତି । ଆଉ ସୁନ୍ଦର ଭାବେ ଜରି ପ୍ୟାକ୍ କରି ଥାକ ଥାକ କରି ରଖିଥାଆନ୍ତି । ଯେଉଁ ଲୋକଙ୍କୁ ଅବାଶ୍ୟକ ସେମାନେ ଏଠାକୁ ଆସି ମନପସନ୍ଦର ଡ୍ରେସକୁ ସମ୍ପୂର୍ଣ୍ଣ ମାଗଣା ନେଇପାରନ୍ତି ।

ସ୍ଥାନୀୟ ବଇଚବଣିଆ ଠାରେ ପ୍ରତିଦିନ ଲୋକଙ୍କ ଦ୍ୱାରା ଦିଆଯାଉଥିବା ଲୁଗାକୁ ମ୍ୟୁନସିପାଲଟି ପକ୍ଷରୁ ଆଣି ଏକ ସ୍ଥାନରେ ଠୁଳ କରାଯାଏ । ଏପରିକି କିଛି ଲୋକ ଏଠାକୁ ଆସି ସେମାନଙ୍କ ପୁରୁଣା ଲୁଗାପଡା ସିଧାସଳଖ ଦେଇଥାନ୍ତି । ଆଉ ତା ପରେ ସେଗୁଡିକୁ ନୂତନ ରୂପ ଦେଇ ମହିଳା ମାନେ ବି କିଛି ପାରିଶ୍ରମିକ ମିଳିଥାଏ । ଏଠାରେ ଅଦରକାରୀ କପଡା ଗୁଡିକୁ କାଟି ଫୋପଡା ଯାଉନାହିଁ । ସେଗୁଡିକରେ ପାପଛ, ବ୍ୟାଗ୍, ଆସନ ଭଳି ତିଆରି କରାଯାଇ ମାଗଣାରେ ବାଣ୍ଟି ଦିଆଯାଏ । ସେପଟେ ଲୋକଙ୍କ ଦେବା ଆଉ ନେବା ପାଇଁ ବେଶ୍ ଉତ୍ସାହ ଥିବା ହିଂଜିଳି କାର୍ଯ୍ୟନିର୍ବାହୀ ଅଧତ୍କାରୀ କହିଛନ୍ତି । ଏପରିକି ପୁରୁଣା ଲୁଗାପଟା ନ ଫୋପାଡି ଦାନ କରିବାକୁ ଅନୁରୋଧ କରାଯାଉଛି ।