• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କେ୍ରାଏଶିଆର 'ପ୍ଲିଟବିସ୍‌ ହ୍ରଦ ନ୍ୟାଶନାଲ୍‌ ପାର୍କ'

ପ୍ଲିଟବିସ୍‌ ହ୍ରଦ ରାଷ୍ଟ୍ରୀୟ ଉଦ୍ୟାନ । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ ଓ କେ୍ରାଏଶିଆର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । ଯାହା ବେଶ୍‌ ଆକର୍ଷଣୀୟ । ଏହି ଅବିଶ୍ୱନୀୟ ରାଷ୍ଟ୍ରୀୟ ଉଦ୍ୟାନରେ ୩୦୦ ବର୍ଗ କିମିର ଏକ ବିଶାଳ କ୍ଷେତ୍ରରେ ସୁନ୍ଦର ଜଙ୍ଗଲ ଭୂମି, ହ୍ରଦ, ଗୁମ୍ଫା ଓ ଝରଣା ସାମିଲ ଅଛି । ଏଠାରେ ପାଖାପାଖି ୧୬ଟି ହ୍ରଦ ରହିଛି । ସେଥିମଧ୍ୟରୁ ୧୨ଟି ହ୍ରଦ ଭୂମି ଉପରକୁ ରହିଛି ଓ ୪ଟି ଭୂମି ତଳେ । ଆଉ ବାସ୍ତବରେ ଏହି ହ୍ରଦ ଗୁଡିକ ଏହି ରାଷ୍ଟ୍ରୀୟ ଉଦ୍ୟାନର ଆଶ୍ଚର୍ଯ୍ୟ ।

ହ୍ରଦରେ ଅନେକ ପ୍ରକାରର ଖଣିଜ ପଦାର୍ଥ ରହିଥିବା କାରଣରୁ ଏହାର ରଙ୍ଗ ଫିରୋଜୀ ରଙ୍ଗର ଦୃଶ୍ୟମାନ ହୁଏ । ଆଉ ଖଣିଜ ପଦାର୍ଥ ଅନୁଯାୟୀ ଏହାର ରଙ୍ଗ ମଧ୍ୟ ବଦଳୁଥାଏ । ପର୍ଯ୍ୟଟକ ଏହାର ଆଖପାଖରେ ଘଞ୍ଚ ଜଙ୍ଗଲ ଓ ସମୃଦ୍ଧ ବନ୍ୟ ଜୀବନର ଉପଭୋଗ କରିପାରିବେ ।

ଏହି ରାଷ୍ଟ୍ରୀୟ ଉଦ୍ୟାନ ବିଲୁଆ, ଚୀଲ, ପେଚା ଓ ପକ୍ଷୀମାନଙ୍କର ୧୨୬ ପ୍ରଜାତିର ବାସସ୍ଥାନ । ଥଣ୍ଡା ଦିନେ ଏହାର ପାଣି ବରଫ ପାଲଟିଯାଏ । କିନ୍ତୁ ବସନ୍ତ ଓ ପତ୍ରଝଡା ସମୟରେ ଏଠାରେ ପାଣିର ମାତ୍ରା ଅଧିକ ଥାଏ । ଏଠାରେ କେ୍ରାଏଶିଆର ସବୁଠାରୁ ବଡ ଝରଣା ବି ରହିଛି । କୁହାଯାଏ ଏଠାରେ ୯୦ଟି ଝରଣା ରହିଛି । ତେବେ ପ୍ଲିଟଭିସ ହ୍ରଦ ୨ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ।

Plitvice lake national parkPlitvice lake national park

ଏଠାରେ ଥିବା ୧୬ଟି ହ୍ରଦ କ୍ୟାପେଲା ମାଉଣେ୍ଟନର ଉତ୍ତର-ଦକ୍ଷିଣ ଦିଗରେ ଅବସ୍ଥିତ । କିଛି ବର୍ଷ ହେବ କୋରାନା କ୍ରିକର ଦକ୍ଷିଣ ଭାଗରେ ଏକ ସୁନ୍ଦର ସ୍ଥାନ ଆପେ ଆପେ ନିର୍ମିତ ହେଉଛି । ଯାହା ଅତ୍ୟଧିକ ଚୂନ ପଥର କାଷ୍ଟିଂ ପ୍ରକ୍ରିୟା କାରଣରୁ ନିର୍ମିତ ହେଉଛି । ଯାହାକୁ ଲାଇମ୍‌ ଷେ୍ଟାନ ଫରମେସନ୍‌ କୁହାଯାଏ ।

ଏହି ରାଷ୍ଟ୍ରୀୟ ଉଦ୍ୟାନର ତାପମାତ୍ରା ସବୁ ସମୟରେ ଥଣ୍ଡା ରହିଥାଏ । ଫଳରେ ଏଠାରେ ସବୁ ବେଳେ ଆପଣ ବରଫ ଦେଖିବାକୁ ପାଇବେ । ତେଣୁ ଏହି ଲାଇମ ଷେ୍ଟାନ ଏହି ସ୍ଥାନ ପାଇଁ ଆଉ ଏକ ବରଦାନ ପାଲଟିଯାଇଛି । ତେବେ ଏହି ନ୍ୟାଶନାଲ୍‌ ପାର୍କ କେ୍ରାଏଶି‌ଆର ସବୁଠାରୁ ପୁରାତନ ଓ ସବୁଠାରୁ ବଡ ରାଷ୍ଟ୍ରୀୟ ଉଦ୍ୟାନ ।

୧୯୭୯ ମସିହାରେ ଏହି ସୁନ୍ଦର ସ୍ଥାନଟି ବିଶ୍ୱ ଐତିହ୍ୟରେ ସାମିଲ ହୋଇସାରିଛି । ୧୯୪୯ ମସିହାରେ ଏହି ସ୍ଥାନର ସ୍ଥାପନା କରାଯାଇଥିଲା । ହଜାର ହଜାର ବର୍ଷ ଧରି ଜମା ହୋଇଥିବା ଚୂନ ପଥର, ମାଟି ଇତ୍ୟାଦିକୁ ନେଇ ଏହାର ଗଠନ କରାଯାଇଥିଲା । ଆଉ ଏହି ସ୍ଥାନକୁ ଦେଖିଲେ କୌଣସି କଳ୍ପନା କିମ୍ବା ସ୍ୱପ୍ନ ଠାରୁ ଏହା କମ୍‌ ଲାଗେ ନାହିଁ । ଏଠାକାର ରାଜକୀୟ ପରିବେଶ ଦୁନିଆର ଦୁର୍ଲଭ ଓ ଚମତ୍କାରର ମଧ୍ୟରୁ ଗୋଟିଏ ।