• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫିଙ୍ଗରପ୍ରିଣ୍ଟ ଆକୃତିର ଦ୍ୱୀପ

 ଭାରତଠାରୁ ପାଖାପାଖି ୭ହଜାର ୮୦୦ କିମି ଦୂରରେ ରହିଛି ଏହି ଦ୍ୱୀପ । ଏହି ଦ୍ୱୀପ ନିଜର ନିଆରା ଆକୃତି କାରଣରୁ ସବୁବେଳେ ଚର୍ଚ୍ଚାରେ ରହି‌ଆସିଛି । କାରଣ ଏହା ଦେଖିବାକୁ କୌଣସି ଫିଙ୍ଗର ପ୍ରିଣ୍ଟ ଆକୃତିର ଭଳି । ଏହି ଦ୍ୱୀପର ଏରିଏଲ ଭିଉ ବା ଆକାଶ ମାର୍ଗରୁ ଦେଖିଲେ କୌଣସି ବ୍ୟକ୍ତିର ଫିଙ୍ଗର ପ୍ରିଣ୍ଟ୍‌ ବା ଚିପ ଚିହ୍ନ ଆକୃତିର ଦେଖାଯାଇଥାଏ ।

ବର୍ତ୍ତମାନ ସମୟରେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ହୋଇସାରିଛି । ଏହି ଦ୍ୱୀପକୁ ଆବଶ୍ୟକତା ପାଇଁ ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ‌ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା । ଏହି ଦ୍ୱୀପକୁ କୁହାଯାଏ ବାଲଜେନୈକ ଦ୍ୱୀପ । ଏହା ଏକ ଛୋଟ ଦ୍ୱୀପ । ଯାହା କେରାଏସିଆ ଏଟ୍ରିୟାଟିକ ସାଗରରେ ଅବସ୍ଥିତ । କେରାଏସିଆ ନିଜ ଏଟ୍ରିୟାଟିକ ସାଗର ପାଇଁ ସମଗ୍ର ବିଶ୍ୱରେ ବେଶ୍‌ ପ୍ରସିଦ୍ଧ ।

ବାଲଜେନୈକ ଦ୍ୱୀପ ଶୁଖିଲା ପଥର ଦ୍ୱାରା ନିର୍ମିତ । ଯାହାକୁ ଫିଙ୍ଗରପ୍ରିଣ୍ଟ ଦ୍ୱୀପ ବା ମେଜ୍‌ ଦ୍ୱୀପ ବୋଲି ମଧ୍ୟ କୁହାଯ।ଏ । ଏଟ୍ରିୟାଟିକ ସମୁଦ୍ରରେ ଥିବା କେ୍ରାଏସିଆ ଦ୍ୱୀପ ସମୂହରେ ୭୯ ଦ୍ୱୀପ, ୫୨୫ ଆଏଲେଟସ୍‌ ଓ ପାଖାପାଖି ୬୪୨ ପଠର ରହିଛି ଓ ଆଖପାଖର ୧୨୪୬ ଦ୍ୱୀପକୁ ମିଶାଇଲେ ଏହା ୩ ହଜାର ୩୦୦ ବର୍ଗ କିଲୋମିଟରର ଭୂଭାଗରେ ଅବସ୍ଥିତ ।

FINGER PRINT ISLANDFINGER PRINT ISLAND

ବାଲଜେନୈକ ଦ୍ୱୀପରେ ଲୋକମାନେ ବସବାସ କରନ୍ତି ନାହିଁ । ବରଂ ଏଠାରେ କେବଳ ଚାଷ କରାଯାଏ । ଏବେ ପ୍ରଶ୍ନ ଯେ, ଏହି ଦ୍ୱୀପର ଆକାର କେବେ ଓ କିପରି ଏଭଳି ହେଲା । ଏହା ପଛରେ କାରଣ କଣ । ଏହାର ସଂପୂର୍ଣ୍ଣ ଶ୍ରେୟ କୃଷକମାନଙ୍କୁ ଦିଆଯାଏ । ଚାଷଜମିର ଆକୃତି ଅନୁସାରେ ଏହା ଟିପ ଚିହ୍ନ ଭଳି ଦେଖାଯାଏ ।  ଏହି ଦ୍ୱୀପର ଏଭଳି ଆକୃତି ଚାଷ ଜମି ପାଇଁ ହୋଇଛି ।