• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଆଉ କିଛି ସମୟ ପରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶେଷକୃତ୍ୟ

  • କେନ୍ଦୁଝର ଜିଲ୍ଲା ପୈତୃକ ଗାଁ ରାଇକଳାରେ ଶୋକାକୁଳ ପରିବେଶ
     

  • ଅରିନ୍ଦମଙ୍କ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ

କେନ୍ଦୁଝର: ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ମୃତଦେହ ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଛି । ଆଜି ଭୋର ୪ଟା ୨୦ ମିନିଟରେ ରାଇକଳା ଗାଁରେ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡିଥିଲା ପୂରା ଗାଁ । ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ ।  ଜନ୍ମମାଟି ରାଇକଳାର ବୈତରଣୀ ନଦୀ କୂଳରେ କିଛି ସମୟ ପରେ ଶବ ସତ୍କାର କରାଯିବ। କେନ୍ଦୁଝର ରାଇକଳା ଗାଁକୁ ଯିବା ବାଟରେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଯାଜପୁରର କୁଆଖିଆ, କେନ୍ଦୁଝର ଟାଉନ୍‌ରେ ଅରିନ୍ଦମଙ୍କ ସାଙ୍ଗ ସାଥୀ ଓ ଶୁଭେଚ୍ଛୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।  ଏକ ବଡ଼ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ସେଠାରେ  ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଅଛନ୍ତି। ଘସିପୁରା ବିଧାୟକ ବଦ୍ରି ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ମଧ୍ୟ ଉପସ୍ଥିତ ଅଛନ୍ତି।  

ସୂଚନାଥାଉ କି,  କର୍ତ୍ତବ୍ୟ ସମ୍ପାଦନ ବେଳେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାଶଙ୍କର କାଲି ଅକାଳ ବିୟୋଗ ହୋଇଥିଲା । କଟକ ମୁଣ୍ଡଳୀରେ ଫସିଥିବା ଏକ ହାତୀ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଓଡ୍ରାଫ୍ ଟିମ୍ ସହ ବୋଟରେ  ଯାଇଥିବାବେଳେ ବୋଟଟି ଦୁର୍ଘଟଣାଗ୍ରସ୍ତ ହେବାରୁ ନଦୀରେ ଭାସି ଯାଇଥିଲେ। ଅରିନ୍ଦମଙ୍କ ସହ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ନିଆଯାଇଥିଲା। ସେଠାରେ  ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ କ୍ୟାମେରା ମ୍ୟାନ୍ ପ୍ରଭାତଙ୍କର ଚିକିତ୍ସା ଚାଲିଛି ।

ମୁଣ୍ଡଳି ବ୍ୟାରେଜରେ ମହାନଦୀର ବନ୍ୟା ସ୍ରୋତରେ ଏକ ଦନ୍ତା ହାତୀ ଫସି ଯାଇଥିବା ସମ୍ପର୍କରେ ଖବର ସଂଗ୍ରହ ପାଇଁ ସକାଳେ ଯାଇଥିଲେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା । ଲଗାତର ଓଟିଭିର ଲାଇଭ୍ ବୁଲେଟିନ୍ରେ ହାତୀର ଉପସ୍ଥିତି ସମ୍ପର୍କରେ ଅପଡେଟ୍ ତଥ୍ୟ ବି ଦେଇ ଚାଲିଥିଲେ ଅରିନ୍ଦମ। ଓଡ୍ରାଫ ଟିମ୍ ବାହାରିବା ସମୟରେ ତାଙ୍କ ସହ ସାମିଲ ହୋଇ ରିପୋର୍ଟିଂ ପାଇଁ ଯାଇଥିଲେ ସାମ୍ବାଦିକ ଅରିନ୍ଦମ ଦାଶ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନ॥ ବୋଟ୍‌ରେ ବସିବା ପୂର୍ବରୁ ସମସ୍ତେ ଲାଇଫ୍ ଜ୍ୟାକେଟ୍ ବି ପିନ୍ଧିଥିଲେ । ହେଲେ ବୋଟଟି ହାତୀର ପାଖାପାଖି ହେବା ବେଳକୁ ନଦୀର ପ୍ରଖର ସ୍ରୋତର ସାମ୍ନା କରିନପାରି ହଠାତ୍ ଭାସି ଯାଇଥିଲା ଏବଂ କିଛି ସମୟ ପରେ ଓଲଟି ପଡ଼ିଥିଲା ।