• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସ୍କୁଲ୍ ଓ କଲେଜ ପରେ କାଲିଠୁ ଖୋଲୁଛି ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ଏଥିପାଇଁ କ୍ୟାମ୍ପସ୍‌କୁ ବିଶୋଧନ ସହ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣମୁକ୍ତ ପରିବେଶରେ ରଖିବାକୁ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ । ଏପଟେ ପ୍ରାୟ ୬ ମାସ ପରେ ପୁଣି କ୍ୟାମ୍ପସ୍‌ରେ ପାଦ ପଡ଼ିବ ଏବଂ ପୁଣିଥରେ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ନେଇ ବେଶ୍ ଉତ୍ସାହିତ ଛାତ୍ରଛାତ୍ରୀ ।

ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ପୂର୍ବରୁ ହଷ୍ଟେଲ ମୁହାଁ ଅନ୍ତେବାସୀ । କାରଣ ପ୍ରାୟ ୬ ମାସର ବ୍ରେକ୍ ପରେ କାଲିଠୁ ଖୋଲିବାକୁ ଯାଉଛି ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ଏବେ ଦେଶ ବିଦେଶରୁ ଆସୁଛନ୍ତି ବହୁ ଛାତ୍ରଛାତ୍ରୀ । ତେଣୁ ସେମାନଙ୍କୁ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରି ପ୍ରବେଶ ଅନୁମତି ଦିଆଯାଉଛି । ଏହାସହ ଯେଉଁମାନେ ଡବଲ ଡୋଜ୍ ଟିକାର ସାର୍ଟିଫିକେଟ କିମ୍ବା କୋଭିଡ ନେଗେଟିଭ୍ ରିପୋର୍ଟ ଦାଖଲ କରୁଛନ୍ତି, ସେଇମାନଙ୍କୁ କ୍ୟାମ୍ପସ ପ୍ରବେଶ ଅନୁମତି ମିଳୁଛି । ସେପଟେ ଏତେଦିନ ପରେ କ୍ୟାମ୍ପସରେ ପୁଣି ପାଦ ପଡିଥିବାରୁ ତାକୁ ନେଇ ବେଶ୍ ଉତ୍ସାହିତ ଛାତ୍ରଛାତ୍ରୀ ।

ରାଜ୍ୟରେ ଇଞ୍ଜିନିୟରିଂ, ଏମ୍‌ବିଏ, ଏମସିଏ ଓ ଫାର୍ମାସି ପାଠ୍ୟକ୍ରମର ପ୍ରାୟ ୨୦୦ ସହ ଶିକ୍ଷାନୁଷ୍ଠାନ ରହିଛି । ସେହିପରି ଆଇଟିଆଇ ଓ ଡିପ୍ଲୋମାରେ ଆଉ ୧୫୦ ଶିକ୍ଷାନୁଷ୍ଠାନ ସାମିଲ ଅଛି । ଏସବୁ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଲକ୍ଷେରୁ ଅଧିକ । ତେବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଥିଲେ ବି ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ କ୍ଲାସ୍ ରୁମ୍ ଶିକ୍ଷାଦାନ ଲାଗି ଅନୁମତି ଦେଇଛି ରାଜ୍ୟ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିପାଇଁ ଏସ୍ଓପି ମଧ୍ୟ ଜାରି କରିଛି । ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡି ପାଳନ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି ।

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିବା ପୂର୍ବରୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ମାତ୍ରେ ସଂକ୍ରମଣ ବ୍ୟାପିଥିବା ନଜରକୁ ଆସିଥିଲା । ତେଣୁ ଏଥର ଅଧିକ ସତର୍କ ହୋଇ ସଂକ୍ରମଣମୁକ୍ତ ଶିକ୍ଷାଦାନ ପରିବେଶ ଲାଗି ସଜାଗ ହୋଇଛି ବୈଷୟିକ ଶିକ୍ଷା ବିଭାଗ ।