• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ(ପାର୍ଥ ସାରଥୀ ନାୟକ ) : ସ୍ୱଳ୍ପ ବର୍ଷା ପରେ ପରେ ବନ୍ୟା ଆଉ ତା’ପରେ ବାତ୍ୟା । ଆଉ ଏସବୁ ଦୈବି ଦୁର୍ବିପାକରେ ନିରାଶ ନହୋଇ ଯେନ ତେନ ପ୍ରକାରେ କଠିନ ପରିଶ୍ରମ କରି ଧାନ ଚାଷକୁ ଆଗେଇ ନେଇଥିଲେ । ଧାନ ଚାଷରେ ବିଳମ୍ବ ହେଲେ ମଧ୍ୟ ଭଲ ଫସଲ ହେବାର ଆଶା ଥିଲା । ଖରିଫ ଧାନ ଫସଲ କରିବାକୁ ମଧ୍ୟ ନିଜ ସାଧ୍ୟ ମୁତାବକ ଧାରଜ କରଜ କରି ଫସଲ ଅମଳ କରୁଥିଲେ । ଖରା ବର୍ଷାକୁ ଖାତିର ନ କରି ଚାଷ କରିଥିଲେ । ହେଲେ ଅମଳ ହେବାକୁ କିଛି ଦିନ ବାକିଥିବା ବେଳ ଏବେ ପୋକ ଲାଗି ଧାନ ଫସଲ ନଷ୍ଟ ହେବାକୁ ଲାଗିଲାଣି । କିଆରି କିଆରି ଧାନ ଏବେ ଏହି ଚକଡା ବା ମାଟିଆ ଗୁଣ୍ଡି ପୋକର କବଜାରେ । ଶହ ଶହ କିଆରିର ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହେବାକୁ । ବସିଲାଣି ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଭଦ୍ରକ ଜିଲ୍ଲାରେ ଖରିଫ ଧାନ ଚାଷ ବିଳମ୍ବରେ କରାଯାଇଥିଲା । ବନ୍ୟା, ବାତ୍ୟା ପରେ ତଳି ପକାଇ ଧାନଚାଷକୁ ଆଗେଇ ନେଇଥିଲେ ଚାଷୀ । ଟିକେ ଫସଲ ବାଗେଇ ଆସିଥିବା ବେଳେ ସମୟରେ ବନ୍ୟା ଆସି ଧାନ ଫସନ ମଧ୍ୟ ନଷ୍ଟ କରିଦେଲା । ପରେ ଧିରେ ଧିରେ ସ୍ଥିତିରେ ସୁଧାର ଆସିବାରୁ ଚାଷ ଆଗେଇଥିଲା । ଧାମ ଅମଳ ହେବାକୁ ହାତରେ ମାତ୍ର ଦିନ କେଇଟା ଅଛି । କିନ୍ତୁ ବର୍ତ୍ତମାନ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି ଚକଡା ବା ମାଟିଆ ଗୁଣ୍ଡି ପୋକ । ଏହି ପୋକ ବର୍ଷ ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଓ ବନ୍ତ ବ୍ଲକର ଚାଷୀଙ୍କ ମୁଣ୍ଡ ବ୍ୟଥା କଲେଣି । ବନ୍ତ ବ୍ଲକରେ ସ୍ଥିତି ସୁଧାର ଆସିଥିବା ବେଳେ ଭଦ୍ରକ ବ୍ଲକର କିନ୍ତୁ ବହୁ ସ୍ଥାନରେ ଏହି ପୋକ ଲାଗି ଶହ ଶହ କିଆରି ଧାନ ଏବେ ନଷ୍ଟ ହେବାକୁ ବସିଲାଣି ।

ବିଶେଷ କରି ବରହମପୁର, ବାଣିତିଆ, ଓଲଙ୍ଗ, ରାନ୍ଦିଆ ଓ ରାହାଞ୍ଚ ଆଦି ପଞ୍ଚାଯତର ଶହ ଶହ ହେକ୍ଟର ଚାଷ ଜମିରେ ଏବେ ପୋକ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି । ତିନି ତିନ ଥର ଔଷଧ ଦେଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଏହି ପୋକ ଲାଗିବା ଦ୍ୱାରା ଗଛ ମଧ୍ୟ ହଳଦିଆ ପଡିଯାଏ ଆଉ ପରେ ପରେ ଶୁଖିଯାଏ । ହିଡରୁ ଥାଇ ଦେଖିଲେ କିଆରିରେ ମଳା ମଳା ହୋଇ ପାଣି ଥିଲେ ମଧ୍ୟ ଧାନ ପୋଡି ଯାଇଥିବା ଦେଖିବାକୁ ମିଳୁଛି। ଏହି ମଳା ଗୁଡିକ ଧିରେ ଧିରେ ଯୋ଼ଡି ହୋଇ ପୁରା କିଆରିଟି ଜଳିଗଲା ଭଳି ଦେଖାଯାଏ । ବର୍ତ୍ତମାନ ଏହା ଗୋଟିଏ କିଆରିରୁ ଅନ୍ୟ କିଆରିକୁ ଡେଇଁ ଧାନ ଗଛ ସବୁ ନଷ୍ଟ ହେବାକୁ ବସିଲାଣି । ଚାଷୀ ଏବେ ହତାଶ ହୋଇ ପଡିଲେଣି ।

ପୋକ ଲାଗିବାର ଅଭିଯୋଗ ପରେ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କୃଷି ବିଭାଗର ଅଧିକାରୀ, ରାଣିତାଲ ସ୍ଥିତ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ଆଲୋଚନା କରୁଛନ୍ତି । ପୋକକୁ କିପରି ଦମନ କରିବେ ସେ ନେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୋକ ଧାନ ଗଛରେ ତଳ ହିଁ ଲାଗୁଛି ତେଣୁ ପାହୀ କାଟିଦେଲେ ପୋକ ଲାଗୁଥିବା ସ୍ଥାନରେ ସୂର୍ଯ୍ୟ କରିଣ ପଡିଲେ ପୋକର ମାତ୍ର କମିବ ।

ଅନ୍ୟ ପକ୍ଷରେ ସାମୂହିକ ଔଷଧ ସ୍ପ୍ରେର କରାଗଲେ ମଧ୍ୟ ପୋକ କମିବା ସହ ଅନ୍ୟ କିଆରିକୁ ବ୍ୟାପିବ ନାହିଁ । ଏଥିପାଇଁ ମଧ୍ୟ କୃଷି ବିଭାଗ ପକ୍ଷରୁ ଲିଫ ଲେଟ ମାଧ୍ୟମରେ ସଚେନତା କରାଯିବା ଏହାର ଔଷଧ ୫୦ ପ୍ରତିଶତ ରିହାତିରେ ମଧ୍ୟ ଔଷଧ ଯୋଗାଇ ଦିଆଯାଉଛି । ସଠିକ ମାତ୍ରାରେ ଔଷଧ ଓ ପାଣି ମିଶାଇ ଦେଲେ ପୋକ ଧିରେ ଧିରେ କମିବାର ଆଶା କରାଯାଉଛି ।