• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଅମିତଙ୍କ ସଫଳତା ଦେଖି ଭାବ ବିହ୍ୱଳ ହେଲେ ଅଭୟ ।

  • ରୋହିଦାସଙ୍କ କଥା ଭାବି କାନ୍ଦି ପକାଇଲେ ଅଭୟ ।

  • କହିଲେ କ୍ରୀଡ଼ା ପ୍ରତି ତାର ଆଗ୍ରହ ଥିଲା ।

ଭୁବନେଶ୍ୱର: ଅମିତ ରୋହିଦାସଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ଅଭୟ ପଟ୍ଟନାୟକ । ରୋହିଦାସଙ୍କ କଥା ଭାବି କାନ୍ଦି ପକାଇଲେ ଅଭୟ । କହିଲେ କ୍ରୀଡ଼ା ପ୍ରତି ତାର ଆଗ୍ରହ ଥିଲା । ଯାହାକୁ ଦେଖି ସ୍ପୋର୍ଟସ ହଷ୍ଟେଲରେ ରଖିଥିଲି । ଏହି ଅଭୟ ପଟ୍ଟନାୟକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ । ସେ ପ୍ରଥମେ ଅମିତଙ୍କ ପ୍ରତିଭା ଚିହ୍ନିଥିଲେ ଏବଂ ତାଙ୍କୁ ଆଣି କ୍ରୀଡ଼ା ଛାତ୍ରାବାସରେ ଦାଖିଲା କରିଥିଲେ । ସେଠାରେ ତାଙ୍କୁ ହକି ପ୍ରଶିକ୍ଷଣ ଦିଆଯାଇଥିଲା ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଟୋକିଓରୁ ଖେଳାଳିମାନେ ଆସି ଭାରତରେ ମଧ୍ୟ ପହଞ୍ଚି ସାରିଛନ୍ତି । ତେବେ ଓଡ଼ିଶାରେ ମଧ୍ୟ ଓଡ଼ିଆ ହକି ଖେଳାଳି ପହଞ୍ଚି ସାରିଛନ୍ତି । ସେମାନଙ୍କୁ ନିଜ ଘରକୁ ପାଛୋଟି ନେବା ପାଇଁ ବିଭିନ୍ନ ମହଲରୁ ଭବ୍ୟ ସ୍ୱାଗତ କରାଯାଉଛି ।ଖେଳାଳିମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ପ୍ରୋତ୍ସାହିତ କରାଯାଇଛି ।

ତେବେ ଏଭଳି କ୍ଷତ୍ରରେ ଅଭୟଙ୍କ ସହ ଯୋଗାଯୋଗ କରିବାକୁ ସେ ଅମିତ ରୋହିଦାସଙ୍କ କଥା କହି ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ସେ କହିଛନ୍ତି ପିଲା ବେଳୁ ଅମିତଙ୍କ ନିକଟରେ ଦକ୍ଷତା ଭରପୁର ଥିଲା । ଏହାସହ ତାଙ୍କ ପାଖରେ ଖେଳ ପ୍ରତି ଅହେତୁକ ଆଗ୍ରହ ଥିଲା । ଯାହାଫଳରେ ସେ ଅଲିମ୍ପିକ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି ।

ସେପଟେ ଆଉ ଏକ ହୃଦୟସ୍ପର୍ଶୀ ଘଟଣା ହେଉଛି ମହିଳା ହକି ଦଳର ଖେଳାଳି ନମିତା ଟୋପେଙ୍କ ଅଲିମ୍ପିକ୍ସ କାହାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ହକି ଖେଳାଳିଙ୍କ ପାଇଁ ଯେଉଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା, ସେହି ସୁରକ୍ଷା ଦାୟିତ୍ୱରେ ଥିଲେ ପ୍ରମିତା । ଆଉ ପ୍ରମିତା ହେଉଛନ୍ତି ନମିତାଙ୍କ ବଡ଼ ଭଉଣୀ । ଟୋକିଓରେ ସାନ ଭଉଣୀ ଖେଳିବାକୁ ଯାଇ ଫେରୁଥିବା ବେଳେ ତାଙ୍କର ସୁରକ୍ଷା ଦାୟିତ୍ୱ ନେଇଥିଲେ ବଡ଼ ଭଉଣୀ ପ୍ରମିତା । ନମିତା ଟୋପୋ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ବେଳେ ତାଙ୍କୁ ସ୍ୱାଗତ ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା ହୋଇଥିଲା । ତେବେ ଏହି ସମୟରେ ଏୟାରପୋର୍ଟରେ ନମିତାଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ତାଙ୍କ ବଡ଼ ଭଉଣୀ ପ୍ରମିତା ଟୋପୋ । ପ୍ରମିତା କମିଶନରେଟ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି ।