• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ଚାଇଲ୍ଡ ହେଲ୍ପ ଲାଇନର ପଦକ୍ଷେପ

  • ଶିଶୁକୁ ଔଷଧ ଓ ଖାଦ୍ୟ ଦେବା ସହ ଆବଶ୍ୟକ ଯତ୍ନ ନିଆଯାଉଛି

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ୭ବର୍ଷର ଶିଶୁକୁ ନିର୍ଯାତନା ଘଟଣାରେ ଚାଇଲ୍ଡ ହେଲ୍ପ ଲାଇନର ପଦକ୍ଷେପ । ଶିଶୁକୁ ଔଷଧ ଓ ଖାଦ୍ୟ ଦେବା ସହ ଆବଶ୍ୟକ ଯତ୍ନ ନିଆଯାଉଛି । ଶିଶୁଟିକୁ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ନିର୍ଯାତନା ସମ୍ପର୍କରେ ଶିଶୁଙ୍କ ଅଜାଙ୍କ ପକ୍ଷରୁ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି ।

ବାଲିପାଟଣା ଅଂଚଳରେ ଜଣେ ୭ବର୍ଷର ଶିଶୁକୁ ସାବତ ମା ଓ ବାପା ନିର୍ଯାତନା ଦେବା ସହ ପେଟପୁରା ଖାଇବାକୁ ଦେଉ ନଥିଲେ । ବାପାର ସୈତାନୀ କାଣ୍ଡ ସମ୍ପର୍କରେ ଶୁଣିଲେ ଆଖିରେ ଲୁହ ଆସିଯିବ । କେତେବେଳେ ତାକୁ ଗରମ ପାଣିରେ ବୁଡାଇ ଦିଆ ଯାଉଥିଲା ଆଇ କେତେବେଳେ ନିର୍ଘାତ ମାଡ଼ ପଟୁଥିଲେ ତ ଆଉ କେତେବେଳେ ଖାଇବାକୁ ଦିଆଯାଇଥିଲା ବାସି ଭାତ । ଦିନେ କି ମାସେ ନୁହେଁ ବର୍ବରତାର ସବୁ ସୀମା ଟପି ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଦ୍ୱିତୀୟ ବିବାହ କରିଥିବା ବାପା ଦେଇଛି ନିର୍ଯାତନା । ଦୋଷ ବି କିଛି ନୁହଁ । ବିବାହ ବିଛେଦ ପରେ ନିଜ ମାକୁ ଝୁରି ହେଉଥିଲା ଏବଂ ଖୋଜୁଥିଲା ବୋଲି କୁନି ଝିଅ । ଏଭଳି ନିର୍ଘାତ ନିର୍ଯାତନା ଦେଇଛି ଶିଶୁକନ୍ୟାର ବାପା ତଥା ପିପିଲିର ବିଲାଲ୍ ଖାନ୍ ।

ଶେଷରେ ନିଜ ଔରସରୁ ଜନ୍ମିତ ଶିଶୁକୁ ଉଦ୍ଧାର କରି ମା ରିଜ୍‌ୱାନା ପରୱିନ୍‌ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଖାଇବା ବିହୁନେ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ଚାଇଲଡଲାଇନ ପକ୍ଷରୁ ହସ୍ତକ୍ଷେପ କରାଯାଇଛି ।