• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo
  • ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍‌
  • ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀ ପାଇବେ ମେଡାଲ୍‌
  • ୨୮ ମହିଳା ପୋଲିସ କର୍ମୀଙ୍କୁ ମେଡାଲ୍‌ ମିଳିବ

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍‌। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଏହି ତାଲିକାରେ ଓଡ଼ିଶାରୁ ୪ ଜଣ ପୋଲିସ ଅଧିକାରୀ ଅଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର ମଲ୍ଲିକ ଓ ଦେବେନ୍ଦ୍ର ବିଶ୍ୱାଳ, ଏସ୍‌ଆଇ ତୃପ୍ତି ରଞ୍ଜନ ନାୟକ ଓ ଶ୍ରୀକାନ୍ତ ସାହୁ। 

୧୫୨ ଜଣଙ୍କ ମଧ୍ୟରୁ ସିବିଆଇରୁ ସର୍ବାଧିକ ୧୫ ଜଣ ମେଡାଲ ପାଇବା ପାଇଁ ମନୋନୀତ ହୋଇଛନ୍ତି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ପୋଲିସରୁ ୧୧ ଜଣ ଲେଖାଏ ପାଇବେ ମେଡାଲ। ଉତ୍ତର ପ୍ରଦେଶରୁ ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏ ମେଡାଲ ପାଇବେ। ସେହିପରି ତାମିଲନାଡୁରୁ ୮ ଜଣ, ବିହାରରୁ ୭ ଜଣ ଲେଖାଏ ପୋଲିସ ଅଧିକାରୀଙ୍କୁ ମେଡାଲ ମିଳିବ। 

ଗୁଜରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀ ପୋଲିସରୁ ୬ ଜଣ ଲେଖାଏ ମେଡାଲ୍‌ ପାଇବା ପାଇଁ ମନୋନୀତି ହୋଇଛନ୍ତି। ମୋଟ୍ ୧୫୨ ପୋଲିସ ମେଡାଲ୍‌ ମଧ୍ୟରୁ ୨୮ ମହିଳା ପୋଲିସ କର୍ମୀଙ୍କୁ ମେଡାଲ୍‌ ମିଳିବ।