• translate
Satyendu Shekher Mishra

News Highlights

  • ଗୁରୁଗ୍ରାମରେ କୋଠା ଭୁଶୁଡି ୩ ଜଣଙ୍କ ମୃତ୍ୟୁ ।

  • ଖୱାସପୁର ଗାଁରେ ଘଟିଛି ଅଘଟଣ ।

  • ଗତକାଲି ରାତିରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା ।

ନୂଆଦିଲ୍ଲୀ: ଗୁରୁଗ୍ରାମରେ କୋଠା ଭୁଶୁଡି ୩ ଜଣଙ୍କ ମୃତ୍ୟୁ । ଗୁରୁଗ୍ରାମର ଖୱାସପୁର ଗାଁରେ ଘଟିଛି ଅଘଟଣ । ଗତକାଲି ରାତିରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା । କାର୍ଗୋ ଡିଲକ୍ସ କମ୍ପାନୀ ନିକଟରେ ଏହି କୋଠା ଠିଆ ହୋଇଥିଲା । ଏଥିରେ ସେହି କମ୍ପାନୀର କର୍ମଚାରୀମାନେ ଥିଲେ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଗତକାଲି ରାତିରେ ରେସ୍‌କ୍ୟୁ ଟିମ୍‌ ଆସି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଜଣଙ୍କୁ ଜୀବିତ ଅବସ୍ଥାରେ ମଧ୍ୟ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ସେହି ଭଗ୍ନାଂଶରୁ ବାହାର ମୃତକଙ୍କୁ ଉଦ୍ଧାର କରାଯିବା ବଳେ ହିଁ ଜଣେ ଜୀବୀତ ଥିଲେ ବୋଲି ଉଦ୍ଧାରକରୀ ଦଳ ପକ୍ଷରୁ କୁହାଯାଇଛି ।

ସେଠାରେ ଆହୁରି ମଧ୍ୟ କିଛି ଲୋକେ କୋଠାର ଭଗ୍ନାଂଶ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ସହ NDRF ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Other Stories