• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • କ’ଣ କହୁଛି ଏ ସପ୍ତାହର ରାଶିଫଳ

  • ରାଶି ଅନୁସାରେ କ’ଣ ଶୁଭ, ଅଶୁଭ ଫଳ ରହିଛି 

ଆସନ୍ତୁ ଜାଣିବା, ଏ ସପ୍ତାହରେ କ’ଣ କହୁଛି ଆପଣଙ୍କ ରାଶିଫଳ

ମେଷ-

ଏହି ସପ୍ତାହରେ, ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ। ଆୟଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ, ଯାହା ତୁମର ଉପରେ ମାନସିକ ଚାପ ପକାଇବ ।ବ୍ୟବସାୟ କରୁଥିବା ଲୋକମାନେ ଅପ୍ରତ୍ୟାଶିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କାରଣ ସେମାନେ ମନ୍ଥର ଗତି ପାଇପାରନ୍ତି । ଚାକିରିରେ କରୁଥିବା ଲୋକମାନେ ସେମାନଙ୍କର ଆଶାଠାରୁ ଭଲ ଫଳ ପାଇବେ।  ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ ଅଧିକ ଭଲ ରହିବ । ବ୍ୟକ୍ତିଗତ ଜୀବନକୁ ଦେଖିଲେ, ଏଇ ରାଶିର ବ୍ୟକ୍ତି ଅଧିକ ସମୟ ନିଜ ବାପାଙ୍କ ସହିତ ବିତାଇବା ଉଚିତ  ଏବଂ ସମସ୍ୟାର ସମାଧାନ ପାଇଁ  ଆଲୋଚନା କରିବା ଉଚିତ୍ । ଆପଣ ସମ୍ମୁଖୀନ ହେଉଥିବା ଯେ କୌଣସି ସମସ୍ୟା ପ୍ରସଙ୍ଗରେ ବାପାଙ୍କର ପରାମର୍ଶ ନିଅନ୍ତୁ । ଛାତ୍ରମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ  ଏକାଗ୍ରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।ମେରୁଦଣ୍ଡ ଏବଂ ଅଣ୍ଟା ଯନ୍ତ୍ରଣା ପରି ଶାରାରୀକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

ବୃଷ-  

ଚଳିତ ସପ୍ତାହରେ ନିଜ କାମକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। କାମର ସଠିକ ପରିଚାଳନା ନ କଲେ, ଆପଣଙ୍କ ଉପରେ ଅପ୍ରତ୍ୟାଶିତ କାମର ଚାପ ବଢିଯିବ। ଯାହା ଫଳରେ କାମଏବଂ ପାରିବାରିକ ଜୀବନ ମଧ୍ୟରେ ସନ୍ତୁଳନ ରହିବ ନାହିଁ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏ ସପ୍ତାହରେ ଶୁଭ ଫଳ ରହିଛି। ବ୍ୟବସାୟରେ ସନ୍ତୋଷଜନକ ଲାଭ ପାଇବେ। ଚାକିରୀ କରିଥିବା ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ଆସିପାରେ । ତେବେ ଏହି ରାଶିର ବ୍ୟକ୍ତି କୌଣସି କାମରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ। କ୍ଷତିର ସୂଚନା ରହିଛି। ତୁମର ବଡ ଭାଇ ବା ଭଉଣୀ ପାରିବାରିକ ସମସ୍ୟାରେ ସାହାଯ୍ୟ କରିପାରନ୍ତି ଯାହା ଆପଣଙ୍କୁ ମାନସିକ ଚାପରୁ ମୁକ୍ତି ଦେବ । ଛାତ୍ରଛାତ୍ରୀମାନେ ପାଠ ବ୍ୟତୀତ ଅନ୍ୟ କାର୍ଯ୍ୟରେ ଅଂଶଗ୍ରହଣ କରିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ।

ମିଥୁନ-

ଏଇ ସପ୍ତାହରେ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାକୁ ପଡିବ। ଏଥିପାଇଁ, ଘର ପାଇଁ କିଛି କିଣାକିଣି କରିବା ଜଗିରଖି କରନ୍ତୁ। ଘରର କିନଷ୍ଠ ସଦସ୍ୟମାନଙ୍କ ସହିତ ସମ୍ପର୍କକୁ ସୁଦୃଢ ହେବ । ଏହି କାରଣରୁ, ଆପଣ ଦାୟିତ୍ୱ ପୂରଣ କରିବାକୁ ସଫଳ ହେବେ।  ପରିବାର ସଦସ୍ୟଙ୍କୁ ସାଥିରେ ନେଇ ଆଗକୁ ଯିବେ । କର୍ମକ୍ଷେତ୍ରରେ, ବରିଷ୍ଠ କର୍ମଚାରୀମାନେ ଆପଣଙ୍କର ସକରାତ୍ମକ ମନୋଭାବକୁ ପ୍ରଶଂସା କରିବେ । ଏଥିସହିତ ପ୍ରତିଯୋଗୀମାନଙ୍କ ସହିତ ବନ୍ଧୁତା ରକ୍ଷା କରିବାରେ ସମର୍ଥ ହେବ। ଏହି ସପ୍ତାହରେ ସମସ୍ତ ପ୍ରକାର ଭ୍ରମଣରୁ ଦୂରେଇ ରୁହନ୍ତୁ। ନଚେତ୍ ଅଧିକ କ୍ଳାନ୍ତ ଏବଂ ଚାପ ଅନୁଭବ କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସେହି ଛାତ୍ରମାନେ ଏହି ସପ୍ତାହରେ ସଫଳତା ପାଇବେ ।
କର୍କଟ-
ଏହି ସପ୍ତାହରେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପଡ଼ିପାରେ। ସେଥିପାଇଁ ପ୍ରସ୍ତୁତ ଥାଆନ୍ତୁ। ଏହି ରାଶିର ଅଧିକାଂଶ ବ୍ୟକ୍ତି  ପୂର୍ବରୁ ଥିବା ଆର୍ଥିକ ପ୍ରତିବନ୍ଧକରୁ ମୁକ୍ତି ପାଇବେ ।  କ୍ୟାରିଅରରେ ଆଗକୁ ଯିବା ପାଇଁ ତୁମକୁ କାମର ଅଭାବ ରହିବ ନାହିଁ। ଏହା ସତ୍ତ୍ୱେ , ତୁମେ ତୁମର ଧ୍ୟାନ କାମରେ ରଖିବା ଲାଗି ସମର୍ଥ ନ ହୋଇ ପାରନ୍ତି। ଏହା ବ୍ୟତୀତ ଭିତରେ କିଛିଟା ନିରାଶାର ଭାବ  ଦେଖା ଦେଇପାରେ।  ଛାତ୍ରମାନଙ୍କ ପାଇଁ ଏହି ସପ୍ତାହ ଭଲ ଅଛି। ଶିକ୍ଷକଙ୍କ ସହଯୋଗ ପାଇବେ। 

ସିଂହ-
ଏଇ ସପ୍ତାହରେ ଆପଣଙ୍କର ସଞ୍ଚୟ ବୃଦ୍ଧି ହେବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ନିଜେ କିମ୍ବା ପରିବାର ଲୋକଙ୍କୁ ନେଇ ବିଦେଶ ଯାତ୍ରା କରିବାକୁ ଯଦି ଚାହୁଁଥାନ୍ତି ତେବେ ଏ କ୍ଷେତ୍ରରେ ଚିନ୍ତା କରିପାରନ୍ତି। ବୃତ୍ତିଗତ ଜୀବନରେ ବହୁତ ଭଲ ଫଳ ମିଳିବା ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସୁଦୃଢ ହେବ। ନିଜର ଶୃଙ୍ଖଳା ଏବଂ କଠିନ ପରିଶ୍ରମ ବଳରେ ଏସବୁ ସଫଳତା ପାଇବାରେ ସଫଳ ହେବେ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ଦରକାର। ନିଜ ପସନ୍ଦର ବିଷୟରେ ସଫଳତା ମିଳିବ। ନିଶା ଠାରୁ ଦୂରେଇ ରୁହନ୍ତୁ ଏବଂ ଉତ୍ତମ ଭୋଜନ ଉପରେ ଧ୍ୟାନ ଦିଅନ୍ତୁ।

କନ୍ୟା-

ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଏକ ଉନ୍ନତି ହେବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନଙ୍କୁ ଏକ ଅବାଞ୍ଛିତ ଯାତ୍ରା କରିବାକୁ ପଡିପାରେ ।ତେଣୁ, ଏପରି ଯାତ୍ରାକୁ   ଏଡ଼ାଇବା ପାଇଁ ଚେଷ୍ଟା କରିବା ଉଚିତ।  ନଚେତ୍ ଆପଣଙ୍କୁ ମାନସିକ ଚାପ ବଢିପାରେ।  ଚାକିରିଆମାନେ ସେମାନଙ୍କ ବରିଷ୍ଠ ଏବଂ ସହକର୍ମୀଙ୍କଠାରୁ ସମର୍ଥନ ଆଶା କରିପାରନ୍ତି ।  ଦରମା ବୃଦ୍ଧି କିମ୍ବା ପଦୋନ୍ନତିର ସମ୍ଭାବନା ରହିଛି।  ଉଚ୍ଚଶିକ୍ଷା ପାଇଁ ଅପକ୍ଷା କରିଥିବା ଛାତ୍ରମାନଙ୍କ ପାଇଁ ଏହି ସମୟ ବିଶେଷ ଲାଭଦାୟକ ହେବ । ଯଦି ଆପଣ ପରିବାର ସଦସ୍ୟଙ୍କ ସହିତ କୌଣସି ପ୍ରକାର ଯୁକ୍ତିତର୍କ କରନ୍ତି ତେବେ ଧୈର୍ଯ୍ୟ ହରାନ୍ତୁ ନାହିଁ।  ଆବଶ୍ୟକତା ଅନୁସାରେ ବିଶ୍ରାମ ନିଅନ୍ତୁ । ନଚେତ୍ ଆପଣ କିଛି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ତୁଳା-

ଏହି ସପ୍ତାହରେ, ଆପଣ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବା କିମ୍ବା କାହା ସହିତ ବ୍ୟବସାୟିକ ସହଭାଗୀତା ଠାରୁ ଦୂରେଇ ରହିବା ଉଚିତ୍। ଭବିଷ୍ୟତ ବିଷୟରେ ଚିନ୍ତା ନକରି ଆପଣ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।  ଏପରି କରିବା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କ୍ଷତି ସହିବାକୁ ପଡିପାରେ।  ଏହାସହ ଏହି ସପ୍ତାହରେ ଟଙ୍କା ପଇସା ପ୍ରତି ସାବଧାନ ରହିବା ସହ କୌଣସି ବଡ ଇନ୍‌ଭେଷ୍ଟମେଣ୍ଟରେ ପଇସା ଖର୍ଚ୍ଚ କରନ୍ତୁ ନାହିଁ । ଘନିଷ୍ଟ ବନ୍ଧୁମାନଙ୍କ ସହ କିଛି ସେୟାର କଲେ ସେମାନେ ସମର୍ଥନ ତଥା ସହୋଯୋଗ କରିବେ। ଆପଣଙ୍କ ମା’ କୌଣସି ଦୀର୍ଘସ୍ଥାୟୀ ରୋଗରୁ ମୁକ୍ତି ପାଇବା ସହ ଆପଣଙ୍କର ସାଙ୍ଗରେ ଅଧିକ ସମୟ ବିତାଇବେ। ନିଜ ପିତାମାତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପରେ କୌଣସି ଧାର୍ମିକ ଅନୁଷ୍ଠାନକୁ ଯିବା ପାଇଁ ଯୋଜନା କରିପାରନନ୍ତି । 

ବିଛା-
ଏହି ସପ୍ତାହରେ, ଆପଣ  ଅତ୍ୟଧିକ ଉତ୍ସାହର ସହ କାମ କରିବେ।  ତୁମର ସାଙ୍ଗ ଏବଂ ପରିବାର ସହିତ ସମୟ କଟାଇବା ପାଇ ଭଲ ସୁଯୋଗ ମିଳିବ। କ୍ୟାରିୟରରେ ଅଗ୍ରଗତି କରିବେ, ନୂଆ  ସୁଯୋଗ ବି ମିଳିପାରେ । ଏପରି ପରିସ୍ଥିତିରେ, ନିଜକୁ ଶାନ୍ତ ରଖନ୍ତୁ।  ସମସ୍ତ ପ୍ରକାର ଚାପରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ନିରାଶ ହୁଅନ୍ତୁ ନାହିଁ। ନଚେତ୍‌ ନୂତନ ସୁଯୋଗରୁ ବଞ୍ଚିତ ହୋଇପାରନ୍ତି। ଟେକ୍ନୋଲଜି, ଫ୍ୟାଶନ, ଡାକ୍ତରୀ ଅଧ୍ୟୟନ କରୁଥିବା ଛାତ୍ରମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ। ବ୍ୟକ୍ତିଗତ ଜୀବନ ସନ୍ତୋଷଜନକ ହେବ ଏବଂ ଆପଣଙ୍କ ସାଥୀ ସବୁକ୍ଷେତ୍ରରେ ସହଯୋଗ ରହିବେ। ତୁମର ପିଲାମାନେ ତୁମର ସହଯୋଗ ଚାହିଁବେ। ସେମାନଙ୍କୁ ସମୟ ଦେବା ପାଇଁ ଚେଷ୍ଟା କରନ୍ତୁ।  ଆଖି ଓ କାନ ସମସ୍ୟା ଦେଖା ଦେଇପାରେ। 

ଧନୁ ରାଶି -

ଏହି ସପ୍ତାହରେ ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଜମି କିଣିବା ବା ଅନ୍ୟ କୌଣସି କ୍ଷେତ୍ରରେ ବିନିଯୋଗ କରିବାକୁ ଚାହୁଁଥିଲେ କରନ୍ତୁ ନାହିଁ। କ୍ଷତିର ସୂଚନା ରହିଛି।  ଏଇ ସପ୍ତାହରେ ଆର୍ଥିକ କ୍ଷତି ସହିପାରନ୍ତି। ନିଜର ବୁଦ୍ଧି ଓ ବିବେକବୋଧ ଅନୁସାରେ ସମ୍ବେଦନଶୀଳ ସମସ୍ୟାର ସମାଧାନ କରନ୍ତୁ।  ପିଲାମାନେ ନିଜ ପାଠପଢାରେ ଧ୍ୟାନ ଦେବା ଉଚିତ। ଅତ୍ୟଧିକ ଖେଳକୁଦରୁ ପିଲାମାନଙ୍କୁ ଦୂରେଇ ରଖନ୍ତୁ। ଏହି ରାଶିର ବ୍ୟକ୍ତିମାନେ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। .

ମକର ରାଶି-

ଏହି ସପ୍ତାହରେ, ଆପଣ ଆପଣଙ୍କ ସାଙ୍ଗମାନଙ୍କ ସହିତ ଏକ ବୁଲିଯିବାର ଯୋଜନା କରିପାରନ୍ତି।  ଲକ୍ଷ୍ୟ ହାସଲ କରିବାକୁ ହେଲେ ଠିକ ଭାବେ ଯୋଜନା ପ୍ରସ୍ତୁତ କରନ୍ତୁ । ଅଫିସର କୌଣସି ବ୍ୟକ୍ତି କାମରେ ବାଧା ସୃଷ୍ଟି କରିପାରନ୍ତି ।  ଏନେଇ ଆପଣଙ୍କୁ ସତର୍କ ରହିବା ଦରକାର । ଅନ୍ୟମାନଙ୍କ ଠାରୁ ବୃଥା ସମାଲୋଚନା ଶୁଣି  ଛାତ୍ରଛାତ୍ରୀମାନେ ନିଜକୁ ଛୋଟ ମନେ ନ କରିବା ଉଚିତ୍ । ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖେଇବା ଦରକାର । ପାରିବାରିକ ଦୃଷ୍ଟିରୁ ଆପଣମାନେ ପରିବାର ସହ ଅଧିକ ସମୟ ବିତାଇବେ । ଆପଣଙ୍କ ଜୀବନସାଥୀ କ୍ୟାରିୟରରେ ଏକ ସକରାତ୍ମକ ପରିବର୍ତ୍ତନ ଆସିପାରେ ।  ପିଲାମାନେ ଉଚ୍ଚ ଅଧ୍ୟୟନ ପାଇଁ ବାହାରକୁ ଯାଇପାରିନ୍ତି। ପାଦ ଏବଂ ଆଙ୍ଗୁଠି  ସମସ୍ୟା ଉପୁଜି ପାରେ । ସେନେଇ ଅଧିକ ଧ୍ୟାନ ଦିଅନ୍ତୁ । 

କୁମ୍ଭ-

ପୂର୍ବାପେକ୍ଷା ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇପାରେ। ଏପରି କାମରେ ନିଜକୁ ନିୟୋଜିତ ରଖନ୍ତୁ, ଯେଉଁଥିରେ ଶାନ୍ତି ମିଳିବ। କାହାଠାରୁ ଧାର କରଜ ନ କରିବା ପାଇଁ ଚେଷ୍ଟା କରନ୍ତୁ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭବାନ ହେବେ। ଆପଣଙ୍କ ଇଚ୍ଛାଶକ୍ତି ଦୃଢ ହେବ ଯଦ୍ୱାରା ହେଉ ନ ଥିବା କାମ ବି ହୋଇଯିବ। ଘରକୁ ଅବାଞ୍ଛିତ ଅତିଥିଙ୍କ ଆଗମନ ହୋଇପାରେ । ମା’ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିପାରେ। ମା’ଙ୍କ ସହ ଅଧିକ ସମୟ ବିତାଇବେ। ଛାତ୍ରଛାତ୍ରୀମାନେ ପାଠ ପଢା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମରେ ମନ ଦେବେ।

ମୀନ-

ଏହି ସପ୍ତାହଟି ଆପଣଙ୍କ ପାଇଁ ଫଳପ୍ରଦ ହେବ। ଏହି ସପ୍ତାହରେ ଆପଣଙ୍କ ପାଇଁ ନୂଆ ସୁଯୋଗ ଆସିପାରେ।ଯେଉଁମାନେ ଚାକିରୀ ପାଇଛନ୍ତି ସେମାନଙ୍କ ପଦୋନ୍ନତି ତଥା ଆର୍ଥିକ ଲାଭ ଆଶା ରହିଛି।  ସରକାରୀ ଚାକିରିରେ ଥିବା ଲୋକଙ୍କର ସ୍ଥାନାନ୍ତରଣ ହୋଇପାରେ।  ବ୍ୟବସାୟୀମାନେ ନୂତନ ଉତ୍ପାଦରେ ବିନିଯୋଗ କରିପାରନ୍ତି। କାରଣ ଏହା ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ସମୟ। ଏହି ସପ୍ତାହରେ, ଆପଣଙ୍କୁ ଅନେକ ଘରୋଇ କାର୍ଯ୍ୟ କରିବାକୁ ପଡିବ ।  ଛାତ୍ରମାନେ ଏକ ଯୋଜନାବଦ୍ଧ ଭାବେ ଆଗକୁ ଯାଆନ୍ତୁ। ସେମାନଙ୍କର ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ କାର୍ଯ୍ୟକଳାପର ଏକ ତାଲିକା ପ୍ରସ୍ତୁତ କରନ୍ତୁ | ଥଣ୍ଡା ଏବଂ କାଶ ପରି ରୋଗ ଆପଣଙ୍କୁ କଷ୍ଟ ଦେଇପାରେ।