• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୋଷେଇ ଘରେ ରଖନ୍ତୁ କୃଷ୍ଣଙ୍କର ଫଟୋ, ମିଳିବ ଶୁଭ ଫଳ

ଆମେ ଦୈନଦିନ ଜୀବନରେ ଏମିତି କିଛି ଜିନିଷ ବ୍ୟବହାର କରୁ ତାହା ଆମ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ବାସ୍ତୁଶାସ୍ତ୍ରରେ ବହୁତ କିଛି ସାମଗ୍ରୀ ଅଛି ଯାହା ଆମ ଭାଗ୍ୟ ସହିତ ଯୋଡ଼ି ହୋଇଛି । ବାସ୍ତୁ ଅନୁଯାୟୀ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟମଧ୍ୟ ବଦଳି ଯାଇପାରେ । ବାସ୍ତୁ ଅନୁଯାୟୀ ରୋଷେଇ ଘରେ କେତେକ ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ଏହା ଦ୍ୱାରା ଘର ମଧ୍ୟରେ ସାକାରତ୍ମକ ପରିବେଷ ସୃଷ୍ଟି ହେବ । ତେବେ ଚାଲନ୍ତୁ ଜାଣିବା ରୋଷେଇ ଘର ସାମଗ୍ରୀକୁ ନେଇ କଣ ରହିଛି ବାସ୍ତୁ ନିୟମ ।

  • ରୋଷେଇ ଘରର ସୁବୁଠୁ ମହତ୍ଵପୂର୍ଣ୍ଣ ଉପକରଣ ହେଉଛି ଗ୍ୟାସ ଚୁଲା । ଗ୍ୟାସ ଚୁଲାକୁ ରଖିବା ବେଳେ ଏହାର ଦିଗ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଗ୍ୟାସ ଚୁଲାକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେମିତିକି ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟରେ ଆମେ ସହଜରେ ରୋଷେଇ ଘରର ଦୁଆର ମୁହଁକୁ ଦେଖି ପାରୁଥିବା । ବାସ୍ତୁ ଅନୁଯାୟୀ ଏଭଳି କରିବା ଦ୍ୱାରା ଜୀବନରେ ମାନସିକ ଚାପ ଦୂର ହୋଇଥାଏ ।
  • ବାସ୍ତୁଶାସ୍ତ୍ରରେ ଫ୍ରୀଜକୁ ଦକ୍ଷିଣ ଦିଗରେ ରଖିବେ ନାହିଁ ଅନ୍ୟଥା ଏଥିରେ ରଖୁଥିବା ବସ୍ତୁକୁ ପ୍ରୟୋଗ କଲେ ଶରୀର ଉପରେ ପ୍ରଭାବ ପକାଇବା । କାରଣ ଦକ୍ଷିଣ ଦିଗ ହେଉଛି ଅଗ୍ନିଙ୍କ କୋଣ ଓ ଏଭଳି ରଖିବା ଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ ବୋଲି ବିବେଚନା କରାଯାଏ ।
  • ଵାସ୍ତୁ ଦୋଷ ଯଦି ଆପଣଙ୍କ ରୋଷେଇ ଘରେ ରହିଛି ପଞ୍ଚ ରତ୍ନ ନେଇ ଗୋଟିଏ ତମ୍ବାର କଳସରେ ପକାଇ ଐଶାନ୍ୟ କୋଣରେ ସ୍ଥାପନ କରନ୍ତୁ ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଵାସ୍ତୁ ଦୋଷ ସମାପ୍ତ ହୋଇଯାଇଥାଏ । ରୋଷେଇ ଘରେ କୃଷ୍ଣଙ୍କର ଲହୁଣୀ ଖାଉଥିବା ଫଟ ଲଗାଇବା ଅତ୍ୟନ୍ତରେ ଉତ୍ତମ ଅଟେ ,ମାନ୍ୟତା ରହିଛି ଯେ ଏଭଳି କରିବା ଦ୍ୱାରା ଧନର ଅଭାବ ଦୂର ହୋଇଥାଏ ।
  • ଯଦି ଆପଣ ରୋଷେଇ ଘରେ ମାଇକ୍ରୋ ଓଭେନ ଏହାକୁ ଦକ୍ଷିଣ ଦିଗରେ ରଖିବା ଆବଶ୍ୟକ । ମାନ୍ୟତା ରହିଛି ଏଭଳି କରିବା ଦ୍ୱାରା ଜୀବନରେ ସକାରାତ୍ମକ ଭାବନା ଆସିଥାଏ ଓ ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଠିକ ରହିଥାଏ ।