• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ

  • ମନିପ୍ଲାଣ୍ଟ ଧନ ବୃଦ୍ଧିର ସଙ୍କେତ

ଆମ ଜୀବନରେ ଗଛ ବୃକ୍ଷର ଅନେକ ମହତ୍ୱ ରହିଛି । ଏଗୁଡିକ ବିନା ଜୀବନର କଳ୍ପନା କରିବା ଅସମ୍ଭବ ଅଟେ । ମାନ୍ୟତା ଓ ବାସ୍ତୁ ଅନୁସାରେ ସନାତନ ଧର୍ମରେ ବିଭିନ୍ନ ବୃକ୍ଷ ଆମ ପାଇଁ ବରଦାନ ଅଟେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି । ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ବୃକ୍ଷର ମହତ୍ତ୍ୱ ।

  • ତୁଳସୀ ଗଛର ଅନେକ ମହତ୍ୱ ରହିଛି , କାରଣ ତୁଳସୀ ହେଉଛନ୍ତି ଘରପାଇଁ ଶୁଭ ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ । କାହିଁକିନା ମାନ୍ୟତା ଅନୁସାରେ ସେ ଦେବୀ ଅଟନ୍ତି । ଶ୍ରୀକୃଷ୍ଣଙ୍କର ତୁଳସୀଙ୍କ ବିନା କୌଣସି କାର୍ଯ୍ୟ କରାଯାଏ ନାହିଁ ଓ ବିନା ତୁଳସୀରେ ଶ୍ରୀକୃଷ୍ଣଙ୍କ ପୂଜା ଅସମ୍ଭବ ଅଟେ । ତୁଳସୀଙ୍କର ଅନ୍ୟ ନାମ ନାରାୟଣୀ ମଧ୍ୟ ଅଟେ । ତେଣୁ ତୁଳସୀ ବୃକ୍ଷ ଶୁଖିବା ପୂର୍ବରୁ କିଛି ଘଟଣା ହେବାର ସୂଚେଇ ଦେଏ ଥାଏ । ଏଥିପ୍ରତି ସଜାଗ ରହିଲେ ବିଭିନ୍ନ ନାକାରତ୍ମକ ଘଟଣାରୁ ମୁକ୍ତି ମିଳେ । ଯଦି ତୁଳସୀ ଗଛର ପତ୍ର ଶୁଖି ଯ।ଉଛି, ତେବେ ଏହାକୁ ଘରେ ରଖନ୍ତୁ ନାହିଁ । ଏହାକୁ ଯେକୌଣସି ମନ୍ଦିର କିମ୍ବା ନଦୀରେ ବିସର୍ଜନ କରାଇ ଦିଅନ୍ତୁ । କାରଣ ଶୁଖି ଯାଇଥିବା ତୁଳସୀ ଗଛ ବା ପତ୍ର ଘର ପାଇଁ ଅଶୁଭ ଅଟେ । ଏହା ଭବିଷ୍ୟତର ବହୁ ବିପଦର ସୃଷ୍ଟି କରାଇଥାଏ ।
  • ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ଧନ ବୃଦ୍ଧିର ସଙ୍କେତ ଦେଉଥିବା ଗଛ ବୋଲି କୁହାଯାଏ । ମାନ୍ୟତା ରହିଛି ଯେ ଘରେ ଯଦି ମନିପ୍ଲାଣ୍ଟ ସବୁଜ ଓ ସତେଜ ରୁହେ ତେବେ ସୁଖ ଓ ସମୃଦ୍ଧି ଘରକୁ ଆସିଥାଏ । ମନିପ୍ଲାଣ୍ଟ ଶୁଖିଯିବା ଦ୍ୱାରା ଏଥିରେ ବାଧକ ସୃଷ୍ଟି ହୁଏ । ସବୁବେଳେ ଧ୍ୟାନ ରଖିବେ ଯେ ମନିପ୍ଲାଣ୍ଟ ଯେପରି ଉପର ଆଡକୁ ବଢିବା ଆବଶ୍ୟକ ।
  • ଅଶୋକ ଗଛରୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ । ବାସ୍ତୁ ଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ । ଏହି ଗଛଟି ଶୁଭ ଓ ମଙ୍ଗଳ ମୟ ହୋଇଥିବାରୁ ଏହାକୁ ବିଶେଷ କରି ମନ୍ଦିରରେ ଲଗାଯାଇଥାଏ । ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ । ଘରେ କଳହ ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଗଛ ଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ ।