• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହାତରେ ୬ ଟି ଆଙ୍ଗୁଠି ଥିଲେ ଭାଗ୍ୟଶାଳୀ ସେହି ବ୍ୟକ୍ତି

  • ହାତରେ ତ୍ରିକୋଣ ଚିହ୍ନ ଥିବା ଲୋକ ଧର୍ମାତ୍ମା ହୋଇଥାନ୍ତି

କୁଣ୍ଡଳୀ ମାଧ୍ୟମରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳଣି ଓ ରାଜଯୋଗ ବିଷୟରେ ଅଧିକାଂଶ ଶାସ୍ତ୍ରରେ ବର୍ଣନା କରାଯାଇଛି । ବିଶେଷ କରି ବହୁତ କମ ଲୋକ ଜାଣିଥିବେ ଯେ ଶରୀରର ଗଠନକୁ ନେଇ ରାଜଯୋଗ ମଧ୍ୟ ଉଲେଖ ରହିଛି । ସମୁଦ୍ର ଶାସ୍ତ୍ର ଅନୁସାରେ ଶାରୀରିକ ଗଠନ ଉପରେ ଆଧାର କରି ଭବିଷ୍ୟତ ମଧ୍ୟ ଜାଣି ହୁଏ । ତେବେ ଏନେଇ କଣ କହେ ସମୁଦ୍ର ଶାସ୍ତ୍ର ଚାଲନ୍ତୁ ଜାଣିବା...

  • ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି, ଯେଉଁ ବ୍ୟକ୍ତି ମାନଙ୍କର ଛାତି ଚଉଡା ,ନାକ ଲମ୍ବା ଓ ନାଭି ଗହିରିଆ ଅଟେ ସେମାନଙ୍କୁ ଖୁବ କମ ବୟସରୁ ସଫଳତା ମିଳିଥାଏ । ଏଭଳି ଲୋକମାନେ ତାଙ୍କର ସମସ୍ତ ଇଛାକୁ ପୁରାଣ କରି ପାରନ୍ତି । ତାଙ୍କ ପାଖରେ ଧନର ଅସୁବିଧା ରହେ ନାହିଁ ।
  • ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ମାନଙ୍କର ପାଦ ତଳେ ଅଙ୍କୁଶ ,କୁଣ୍ଡଳ କିମ୍ବା ଚକ୍ରର ଚିହ୍ନ ଥାଏ ଏଭଳି ଲୋକମାନେ ଭଲ ଶାସକ ,ବଡ଼ ବ୍ୟବସାୟୀ ଓ ରାଜନେତା ହୋଇ ଥାନ୍ତି ।
  • ଯେଉଁ ମହିଳା ମାନଙ୍କର ଡାହାଣ ପାର୍ଶ୍ୱରେ କିମ୍ବା ହାତ ପାପୁଲିରେ ବୀଣା ,ଚକ୍ର କିମ୍ବା ପଦ୍ମର ଆକୃତି ରହିଥାଏ ସେମାନଙ୍କୁ ଲକ୍ଷ୍ମୀମନ୍ତ କହାଯାଏ । ଭରଣ ଗ୍ରନ୍ଥ ଅନୁସାରେ ଏଭଳି ମହିଳା ମାନେ ଯେଉଁଠିକୁ ଯାଆନ୍ତି ସେଠାରେ ସୁଖ ଓ ସମୃଦ୍ଧି ଭାରି ଥାନ୍ତି । ସେହିଭଳି ଯେଉଁ ହାତ ପାପୁଲିରେ ଅଙ୍କୁଶ କିମ୍ବା ବୀଣାର ଚିହ୍ନ ଥାଏ ସେମାନେ ଖୁବ କମ ସମୟରେ ପ୍ରତିଷ୍ଠା ଲାଭ କରି ଥାନ୍ତି l
  •  ଯେଉଁ ମହିଳା କିମ୍ବା ପୁରୁଷଙ୍କ ପାଦରେ ପଦ୍ମ ,ବୀଣା କିମ୍ବା ରଥର ଚିହ୍ନ ଥାଏ ସେମାନଙ୍କୁ ଆଜୀବନ ସୁଖ ସୁବିଧା ମିଳିଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି l
  • ସମୁଦ୍ର ଶାସ୍ତ୍ର ଅନୁଯାୟୀ, ଯେଉଁ ପୁରୁଷ ମାନଙ୍କ ଛାତିରେ ଅଧିକ କେଶ ରହିଥାଏ ସେମାନଙ୍କୁ ସନ୍ତୋଷ ପ୍ରକୃତିର ବୋଲି କୁହାଯାଏ । ଏହିଭଳି ବ୍ୟକ୍ତି ମାନଙ୍କ ପାଖରେ ଅଧିକ ଧନତ ନଥାଏ କିନ୍ତୁ ଧନର ଅଭାବକୁ ସେମାନେ କେବେ ଅନୁଭବ କରି ନଥାନ୍ତି ।
  • ଯେଉଁ ବ୍ୟକ୍ତି ମାନଙ୍କ ହାତରେ ୬ ଟି ଆଙ୍ଗୁଠି ଥାଏ ସେମାନେ ଭାଗ୍ୟଶାଳୀ ହେବା ସହିତ ପରିଶ୍ରମୀ ମଧ୍ୟ ଅଟନ୍ତି ।
  • ହାତରେ ତ୍ରିକୋଣ ଚିହ୍ନ ଥିବା ଲୋକ ଧର୍ମାତ୍ମା ହୋଇଥାନ୍ତି । ରୋଜଗାର କ୍ଷମ ହେବାପାଇଁ ସମସ୍ତ ଶୁଭ ସଂକେତ ନାରୀର ବାମ ଭାଗ ଓ ପୁରୁଷର ଡାହାଣ ଭାଗରେ ରହିଥାଏ ।