• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୋଷେଇ ଘରେ ଲଗାନ୍ତୁ କୃଷ୍ଣଙ୍କ ଫଟୋ, ମିଳିବ ସୁଫଳ

  • ରୋଷେଇ ଘରେ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ  ଫ୍ରୀଜ୍

ଆମ ସାଧାରଣ ଜୀବନରେ ବାସ୍ତୁ ଶାସ୍ତ୍ର ବହୁତ ପ୍ରଭାବ ପକାଇଥାଏ । ବେଳେ ବେଳେ ଜୀବନରେ ମାନସିକ ଚାପ ସହ ଆର୍ଥିକ ଅଭାବ ମଧ୍ୟ ଦେଖାଦେଇଥାଏ । ବାସ୍ତୁ ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ ।

  • ରୋଷେଇ ଘରର ସୁବୁଠୁ ମହତ୍ଵପୂର୍ଣ୍ଣ ଉପକରଣ ହେଉଛି ଚୁଲି । ଗ୍ୟାସ ଚୁଲାକୁ ରଖିବା ବେଳେ ଏହାର ଦିଗ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ବାସ୍ତୁ ଅନୁଯାୟୀ ଗ୍ୟାସ ଚୁଲାକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେମିତିକି ଖାଦ୍ୟ ତିଆରି କରୁଥିବାବେଳେ ଆମେ ସହଜରେ ରୋଷେଇ ଘରର ଦୁଆର ମୁହଁକୁ ଦେଖି ପାରୁଥିବା  । ଏହିଭଳି କରିବା ଦ୍ୱାରା ଘରେ ଓ ସାଧାରଣ ଜୀବନରେ ମାନସିକ ଚାପ ଦୂର ହୋଇଥାଏ ।
  • ଯଦି ଆପଣ ରୋଷେଇ ଘରେ ମାଇକ୍ରୋ ଓଭେନ ରଖିଛନ୍ତି ତାହେଲେ ବାସ୍ତୁ ଅନୁଯାୟୀ ଏହାକୁ ଦକ୍ଷିଣ ଦିଗରେ ରଖିବା ଜରୁରୀ ଅଟେ । ଏହିଭଳି କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଥାଏ ଓ ପରଷ୍ପର ମଧ୍ୟରେ ସକାରାତ୍ମକ ଭାବନା ଆସିଥାଏ ।
  • ଯଦି ଆପଣଙ୍କ ରୋଷେଇ ଘରେ ବାସ୍ତୁ ଦୋଷ ରହିଥାଏ, ବାସ୍ତୁ ଅନୁଯାୟୀ ରେଷେଇ ଘରେ ପଞ୍ଚ ରତ୍ନ ନେଇ ଗୋଟିଏ ତମ୍ବାର କଳସରେ ପକାଇ ଐଶାନ୍ୟ କୋଣରେ ଏହାକୁ ସ୍ଥାପନ କରନ୍ତୁ । ଏହିଭଳି କରିବା ଦ୍ୱାରା ଵାସ୍ତୁ ଦୋଷ ସମାପ୍ତ ହୋଇଯାଇଥାଏ ।
  • ରୋଷେଇ ଘରେ କୃଷ୍ଣଙ୍କର ଲହୁଣୀ ଖାଉଥିବା ଫଟୋ ଲଗାଇବା ଅତ୍ୟନ୍ତ ଭଲ ଅଟେ, ବାସ୍ତୁ ଅନୁଯାୟୀ ଏଭଳି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ । ଧନର ଅଭାବ ଦୂର ହୋଇଥାଏ ।
  • ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଫ୍ରୀଜ୍ କୁ ଦକ୍ଷିଣ ଦିଗରେ ରଖିବେ ନାହିଁ, କାରଣ ଏଥିରେ ରଖାଯାଇଥିବା ବସ୍ତୁକୁ ବ୍ୟବହାର କଲେ ଶରୀର ଉପରେ ପ୍ରଭାବ ପକାଇଥାଏ । କାରଣ ଦକ୍ଷିଣ ଦିଗ ହେଉଛି ଅଗ୍ନିଙ୍କ କୋଣ ଓ ଏଭଳି ରଖିବା ଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ ।