• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ତମ୍ୱା ଲୋଟାରେ ତୁଳସୀକୁ ଜଳ ଦିଅନ୍ତୁ,ମିଳିବ ସୁଫଳ

ବହୁ ଲୋକଙ୍କ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ  ସକାଳୁ ଉଠି ବହୁ ଦିଗରେ ଧ୍ୟାନ ଦେଲେ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।  ତେବେ ଚାଲନ୍ତୁ ଜାଣିବା ସକାଳୁ ଉଠି କେଉଁ କାମ କଲେ ଆପଣଙ୍କ ଘରକୁ ମାଆ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ ।

  • ଘରର ମହିଳା କିମ୍ୱା ବୟସ୍କ ଲୋକ ସକାଳେ ଶୀଘ୍ର ଉଠି ଗାଧୋଇ ସାରି ତମ୍ୱା ଲୋଟାରେ ତୁଳସୀକୁ ଜଳ ଦେବା ଉଚିତ। ସେହି ଅଳ୍ପ ପାଣିରେ ତୁଳସୀ ପତ୍ର ପକାଇ ପୂଜା କରନ୍ତୁ ଓ ଏହି ପାଣିକୁ ଘର କୋଣ ଏବଂ ମୁଖ୍ୟଦ୍ୱାରରେ ପକାନ୍ତୁ । ଏଥିରୁ ଘରୁ ନକରାତ୍ମକ ଶକ୍ତି ଦୁରେଇ ଯିବ ଓ ସୁଖ ସମୃଦ୍ଧି ଆସିବ।
  • ତୁଳସୀଙ୍କୁ ଜଳ ଦେବା ସମୟରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ‘ଓଁ ନମୋ ଭଗବତେ ବାସୁଦେବାୟ’ ଜପ କରନ୍ତୁ। ଏପରି କଲେ ଘରର ଦରିଦ୍ରତା ଦୂରେଇ ଯିବା ସହ ମାଆ ଲକ୍ଷ୍ମୀଙ୍କର କୃପା ଲାଗି ରହିବ ।
  • ସବୁବେଳେ ସକାଳୁ ଉଠି ଘର ଭଲଭାବେ ପରିଷ୍କାର କରନ୍ତୁ । ତା ସହିତ ପୂଜା କରି ସାରି ତୁଳସୀ କିମ୍ୱା ଘରର ଦ୍ୱାର ପାଖରେ ଗୁଆଘିଅ ରେ ଦୀପ ଜଳାନ୍ତୁ । ଏହାଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।
  • ସକାଳେ ଶୀଘ୍ର ଉଠି ତମ୍ୱା ଲୋଟାରେ ଜଳ ନେଇ ସେଥିରେ ସିନ୍ଦୁର ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଏଥିରୁ ଘରକୁ ସକରାତ୍ମକ ଶକ୍ତି, ଶାନ୍ତି, ଏବଂ ଧନର ଆଗମନ ହୋଇଥାଏ ।
  • ସକାଳୁ ଉଠି ଆଗ ବାପା ମାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତୁ । ଏଥିରୁ ଆପଣଙ୍କ ଘରକୁ ସକାରାତ୍ମକ ପରିବେଶ ସୃଷ୍ଟି ହେବା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢ଼ିବ ।
  • ଘରେ ଶାନ୍ତି ଶୃଙ୍ଖଳା ଓ ସୁସ୍ଥ ବାତାବରଣ ବନେଇ ରଖନ୍ତୁ । ବିଶେଷ କରି ସକାଳୁ ଉଠି ସକାରାତ୍ମକ ବାତାବରଣ ତିଆରି କରନ୍ତୁ। । ଏଥିପାଇଁ ଆପଣଙ୍କର ଅର୍ଥହାନୀ ହୁଏ କାରଣ କଳି-ଝଗଡ଼ାର ନକରାତ୍ମକ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଆପଣଙ୍କ ବିକାଶ ରେ ମଧ୍ୟ ବାଧା ସୃଷ୍ଟି କରେ ।