• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବାସ୍ତୁ ଟିପ୍ସ୍: ଉତ୍ତର ଦିଗକୁ ସଫଳତାର ଦିଗ କୁହାଯାଏ

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତେକ ଦିଗର କିଛିନାକିଛି ମହତ୍ୱ ରହିଛି । ଯଦି କୌଣସି ବ୍ୟକ୍ତି ନିଜ ଘର ,ଦୋକାନ କିମ୍ବା ଅଫିସରେ ବାସ୍ତୁଶାସ୍ତ୍ରରେ ଦିଆ ଯାଇଥିବା ନିୟମ ଅନୁସାରେ ଦିଗକୁ ନେଇ କାର୍ଯ୍ୟ କରିଥାଏ ତେବେ ତାକୁ ଜୀବନରେ ସଫଳତା ମିଳିଥାଏ ଓ ଧନ ପ୍ରାପ୍ତି ହୋଇଥାଏ । ଆସନ୍ତୁ ଆଜି ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଦିଗକୁ ନେଇ ଜୀବନର ସଫଳତାର କଣ ରହିଛି ମହତ୍ତ୍ୱ ।

  • ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗକୁ ସଫଳତାର ଦିଗ ବୋଲି କୁହାଯାଏ । ସେଥିପାଇଁ ଯେକୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ବ୍ୟକ୍ତି ଉତ୍ତର ଦିଗ ଆଡକୁ ମୁଖରଖି କାର୍ଯ୍ୟ କରିବା ବଶ୍ୟକ ।
  • ଘରେ ପୂଜା ଘରକୁ ସକାରତ୍ମକ ଶକ୍ତିର କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ । ସେଥିପାଇଁ ପୂଜା କରିବା ସମୟରେ ବ୍ୟକ୍ତି ନିଜର ମୁଖକୁ ପଶ୍ଚିମ ଦିଗ ଆଡକୁ ରଖିବା ଉଚିତ । ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ପୂର୍ବଦିଗ ଆଡକୁ ମଧ୍ୟ ମୁହଁ କରି ପୂଜା କରି ପାରିବେ ।
  • ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ ଦିଗ ପିଲା ମାନଙ୍କର ପାଠପଢା ପାଇଁ ଶୁଭ ଅଟେ । ଏପରି ଚିନ୍ତା କରାଯିବାର କାରଣ ହେଲା ଯେଉଁ ପିଲାମାନେ ପୂର୍ବ ଦିଗକୁ ମୁଖକରି ପାଠ ପଢ଼ନ୍ତି ସେମାନଙ୍କୁ ଜୀବନରେ ନିଶ୍ଚିନ୍ତ ସଫଳତା ମିଳେ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଦୋକାନର ମାଲିକ କିମ୍ବା ଅଫଇସର ମାଲିକ ନିଜ କର୍ମ ସଂସ୍ଥାରେ ସବୁବେଳେ ଉତ୍ତର ଦିଗକୁ ମୁହଁ କରି ବସିବା ଉଚିତ ,କାରଣ ଏପରି କରିବା ଦ୍ୱାରା ଜୀବନରେ ସଫଳତା ମିଳେ ।
  • ଘରେ ରୋଷେଇ କରୁଥିବା ସମୟରେ ବାସ୍ତୁ ଅନୁସାରେ ରୋଷେଇ କରୁଥିବା ବ୍ୟକ୍ତିର ମୁହଁ ପୂର୍ବ କିମ୍ବା ଉତ୍ତର ପୂର୍ଵ ଦିଗକୁ ରହିବ ଉଚିତ ।