• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସୂର୍ଯ୍ୟୋଦୟ ପରେ କ୍ଷୀର ଦାନ କରନ୍ତୁ ନାହିଁ

  • ସନ୍ଧ୍ୟାରେ ଦାନ କରନ୍ତୁ ନାହିଁ ପିଆଜ-ରସୁଣ

କଥାରେ ଅଛି ଦାନ କଲେ ପୁଣ୍ୟ ମିଳେ । ବିଶେଷ କରି କୌଣସୀ ଶୁଭ କାର୍ଯ୍ୟ ଓ ପର୍ବପର୍ବାଣୀରେ ଦାନ କରାଯାଇଥାଏ । କିନ୍ତୁ ବାସ୍ତୁ ବା ଜୋତିଷ ଶାସ୍ତ୍ର ଅନୁଯାୟୀ ଦାନ କରିବାର ଏକ ନିୟମ ଓ ପଦ୍ଧତି ରହିଛି । ଏପରି କରିବା ଦ୍ୱାରା ପୁଣ୍ୟ ଓ ଶୁଭ ଫଳ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଦାନ କରିବାର ନିୟମ । କିଛି ଜିନିଷ ସୂର୍ଯ୍ୟାସ୍ତ ପରେ କେବେବି ଦାନ କରାଯିବା ଉଚିତ୍ ନୁହେଁ । ଅନ୍ୟଥା, ଘରେ ସୁଖ ଏବଂ ସମୃଦ୍ଧି ଆସିବା ପରିବର୍ତ୍ତେ ଦେବା-ଦେବୀଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ ।

  • ସୂର୍ଯ୍ୟାସ୍ତ ପରେ ଟଙ୍କା ଦେବା ଠାରୁ ଦୂରେଇ ରହିବା ଉଚିତ୍ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦେବୀ ଲକ୍ଷ୍ମୀ ସନ୍ଧ୍ୟାରେ ଘରେ ପ୍ରବେଶ କରନ୍ତି । ଏପରି ପରିସ୍ଥିତିରେ, ଏହି ସମୟରେ ଦାନ କରି, ଆପଣ ତାଙ୍କୁ ଘରୁ ବିଦା କରିଦେଇଥାନ୍ତି । ଏହାଦ୍ୱାରା ଧନର ଦେବୀ ମାଆ ଲକ୍ଷ୍ମୀଙ୍କ ଅସନ୍ତୋଷ ହେଇଥାନ୍ତି । ଯାହା ଫଳରେ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।
  • କ୍ଷୀର ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । କିନ୍ତୁ ଏହା ଉଭୟ ଚନ୍ଦ୍ର ଏବଂ ସୂର୍ଯ୍ୟ ସହିତ ଜଡିତ । ତେଣୁ ସୂର୍ଯ୍ୟୋଦୟ ପରେ କ୍ଷୀର ଦାନ କରିବା ଦ୍ୱାରା ଶ୍ରୀ ହରି ଏବଂ ମା ଲକ୍ଷ୍ମୀଙ୍କ ଅସନ୍ତୋଷ ଦେଖାଦେଇପାରେ ।
  • ଜ୍ୟୋତିଷ ଶାସ୍ତ୍ର ବାସ୍ତୁ ଅନୁଯାୟୀ, ଗରିବ ଏବଂ ଅଭାବୀ ଲୋକଙ୍କୁ ଦହି ଦାନ କରିବା ଶୁଭ ଅଟେ। ବାସ୍ତବରେ ଏହା ଶୁକ୍ର ଗ୍ରହ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ତେଣୁ ଏହାକୁ ଦାନ କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ । କିନ୍ତୁ ଏହାକୁ ସୂର୍ଯ୍ୟାସ୍ତ ପରେ ଦାନ କରିବା ଅନୁଚିତ୍ । ଅନ୍ୟଥା ଏହାର ବିପରୀତ ପ୍ରଭାବ ପକାଇଥାଏ ଏହାଦ୍ୱାରା ଘରେ ସୁଖ-ସମୃଦ୍ଧି ହ୍ରାସ ପାଇଥାଏ ।
  • ସନ୍ଧ୍ୟାରେ ରସୁଣ-ପିଆଜ କେବେବି ଦାନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ବହୁ ଅସୁବିଧାକୁ ଆପଣ ନିମନ୍ତ୍ରଣ କରୁଛନ୍ତି ବୋଲି ଜାଣନ୍ତୁ । ଆପଣ ଏବଂ ଆପଣଙ୍କ ପରିବାର ଆଗାମୀ ଜୀବନରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଘରେ କଳହ ଓ ଆର୍ଥିକ ସମସ୍ୟା ଉପୁଜିଥାଏ ।