• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କେମିତି କଟିବ ଆଜିର ଦିନ ? କ’ଣ କହୁଛି ଆପଣଙ୍କ ରାଶିଫଳ। ଆସନ୍ତୁ ଦେଖିବା, ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି ?

ମେଷ-
ବକେୟା ଅର୍ଥ ହସ୍ତଗତ ହେବ,ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ । ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାର ସମାଧାନ କରିବେ 
ପ୍ରତିକାର-: ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ-
 ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ । ବାରମ୍ବାର ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ ।

ପ୍ରତିକାର-: ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ଥର ଜପ କରନ୍ତୁ

ମିଥୁନ-
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ । ନୂତନ ଯୋଜନା ପ୍ରସ୍ତୁତ କରିବେ।ବନ୍ଧୁମାନେ ପ୍ରୋତ୍ସାହିତ କରିବେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ପ୍ରଦ ହେବ । ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇପାରେ।  ବ୍ୟବସାୟ ପରିବହନ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ
 ପ୍ରତିକାର-:ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ

କର୍କଟ-
ଆଜି ଜଗିରଖି ଚଳନ୍ତୁ । ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିନ୍ତା ଓ  କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। ନିଜର ଲୋକ ବିରୁଦ୍ଧାଚରଣ କରିବେ । ସାମାନ୍ୟ କଥାକୁ ବଡ଼ କରି କଳହ ହୋଇପାରେ । ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।
ପ୍ରତିକାର-:ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

ସିଂହ-
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ । ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ମାହୋଲ ଦେଖା ଦେବ । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ
ପ୍ରତିକାର-: ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ

କନ୍ୟା-
ଆଜି ଅର୍ଥ, ସମ୍ମାନ ପାଇବେ । ମନ ପ୍ରଫୁଲ୍ଲିତ ରହିବ, ବିଳାସବ୍ୟସନରେ ଦିନଟିକୁ  କାଟିବେ।  ବହୁ ଦିନର ବକେୟା ଦରମା ହସ୍ତଗତ ହେବ  । ଗୃହରେ ମାଙ୍ଗଳିକ କାମ ସକାଶେ ଆଲୋଚନା କରି ଦିନ ର୍ନିଦ୍ଧାରିତ କରିପାରନ୍ତି, ପୁରୁଣା ଘରକୁ ନୂତନ ରୂପ ଦେବେ।
ପ୍ରତିକାର-:  ନିରାଶୟାଷ୍ଟକ  ପାଠ କରନ୍ତୁ

ତୁଳା-
ଆଜି  ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ପ୍ରତିକାର-: ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ

ବିଛା-
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ । କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ କୌଶଳ ଅବଲମ୍ବନ କରି ଲକ୍ଷ୍ୟପୂରଣରେ ସମର୍ଥ ହେବେ।
ପ୍ରତିକାର-: ହନୁମାନ ଚାଳିଶା ପାଠ କରନ୍ତୁ

ଧନୁ-
ବନ୍ଧୁଙ୍କ ସହ ମନାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ । ଯେତେ ଭଲ କାମ କଲେ ମଧ୍ୟ ନିନ୍ଦା ଅପନିନ୍ଦା ପାଇବେ   ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଅପରାହ୍ନରେ ବାଣିଜ୍ୟ ବ୍ୟବସାୟ  କ୍ଷେତ୍ରରେ ଲାଭବାନ ହେବେ 
ପ୍ରତିକାର-: ସିଦ୍ଧି କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ

ମକର-
ଆଜି ବନ୍ଧୁ ଓ ପାରିବାରିକ ସାହାଯ୍ୟ ସହଯୋଗ ପାଇବାରୁ ମନ ପ୍ରଫୁଲ୍ଲିତ ରହିବ।  ଦୁଃସାହସିକ ପଦକ୍ଷେପ ନେଇ ଉଲ୍ଲେଖନୀୟ ସଫଳତା ହାସଲ କରିବେ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।
ପ୍ରତିକାର-: ମା’ କାଳୀଙ୍କୁ ଦର୍ଶନ କରିବା ସହିତ ରାଶି ତେଲର ଦୀପଟିଏ ଜାଳନ୍ତୁ

କୁମ୍ଭ-
ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି  ।
ପ୍ରତିକାର-: କନକ ଧାର ସ୍ତୋତ୍ର ପାଠ କରନ୍ତୁ

ମୀନ-
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। ନୂତନ ସମ୍ପର୍କ ସ୍ଥାପନ  ହେବ, ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ସଫଳତା ହାସଲ କରିବେ  । ବିଦ୍ୟାର୍ଥୀ ମାନେ ବିଦ୍ୟାରେ କୃତକାର୍ଯ୍ୟ ହେବେ। ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି।
ପ୍ରତିକାର-: ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରରେ ନାରାୟଣଙ୍କୁ ତୁଳସୀ ଚନ୍ଦନ ଅର୍ପଣ କରନ୍ତୁ