• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର, ୮ ତାରିଖ, ଶୁକ୍ରବାର କନ୍ୟା ୨୨ ଦିନ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.....

ମେଷ -ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ପାଇପାରିବେ । କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ବୃଷ - ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇପାରିବେ । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବା ସହ ଶରିର ସୁସ୍ଥ ରହିପାରେ ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ମିଥୁନ -ଆଜି ଅନ୍ୟର ସାହାଯ୍ୟ ଆପଣଙ୍କୁ ଉତ୍ସାହିତ କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହୋଇପାରେ । ବକେୟା ଅର୍ଥ ହସ୍ତଗତ ହୋଇପାରେ । ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିପାରିବେ ।

ପ୍ରତିକାର-: ବୁଧ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

କର୍କଟ -ଆଜି ମନ ଚାହୁଁଥିବା କାମ କରିବା କଷ୍ଟକର ହୋଇପାରେ । ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶାରୀରିକ ଓ ମାନସିକ ଶାନ୍ତି ମିଳିବା ସହ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ ।

ପ୍ରତିକାର-: ଚନ୍ଦ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ସିଂହ -ଆଜି ଆପଣଙ୍କର କାର୍ଯ୍ୟ ଦକ୍ଷତା ଓ ଦୃଢ ମନୋବଳ ପ୍ରତ୍ୟେକ ଦିଗରେ ସଫଳତା ଆଣିପାରେ । ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିପାରନ୍ତି । ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପାଇପାରିବେ ।

ପ୍ରତିକାର-: ରବି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

କନ୍ୟା - ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ବିରୋଧୀ ମାନେ ପରାଜିତ ହାଇପାରିବେ । ଶାରୀରିକ ଓ ମାନସିକ ଶାନ୍ତି ମିଳିପାରିବ ।

ପ୍ରତିକାର-: କେତୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ତୁଳା -ଆଜି ନିଜ ଲୋକମାନେ ଶତ୍ରୃତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହେବ । ଅସମ୍ପୂର୍ଣ୍ଣ କାମକୁ ଆଜି ବୁଦ୍ଧି ବଳରେ ସମ୍ପୁର୍ଣ୍ଣ କରିପାରିବେ ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ବିଛା -ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟ, ବାଣିଜ୍ୟ, ର୍ନିମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ଧନୁ -ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଶା କରୁଥିବା ଦିଗରୁ ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି । କୋଟ କଚେରୀ ମାମଲାରେ ବିଜୟ ଲାଭ କରିପାରିବେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ମକର -ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହୋଇପାରିବେ । ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇବେ

ର୍ନିମାଣଧୀନ କାମକୁ ଆଗେଇ ନେଇପାରିବେ ।

ପ୍ରତିକାର-: ରାହୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

କୁମ୍ଭ -ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିପାରିବ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭ ପ୍ରଦ ହେବ

ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃ ରହିପାରିବ ।

ପ୍ରତିକାର-: ଶନି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

 

ମୀନ -ଆଜି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିପାରିବେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିପାରନ୍ତି । ପିଲାମାନଙ୍କୁ କେନ୍ଦ୍ରକରି ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ