• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା ।

ଆଜି ୨୦୨୧ ମସିହା ନଭେମ୍ବର ତା ୭ ରିଖ ରବିବାର ତୁଳା ୨୨ ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ।

ମେଷ

ଆଜି ଆପଣଙ୍କ ପାରିବାରିକ ଜୀବନ ସୁଖପ୍ରଦ ହୋଇପାରେ । ଅଟକି ରହିଥିବା କାମ ଗୁଡିକ କରିବାକୁ ଅଗ୍ରସର ହୋଇପାରନ୍ତି । ଛାତ୍ର ଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି ।

ପ୍ରତିକାର-ସାତୋଟି ଲବଙ୍ଗ ପାଖରେ ରଖନ୍ତୁ

ବୃଷ

ଆଜି ଆକସ୍ମିକ ଭାବରେ ବକେୟା ଅର୍ଥ ହସ୍ତଗତ ହେବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ । ପରିବାର ପାଇଁ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ ।

ପ୍ରତିକାର--ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ

ମିଥୁନ

ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବାର ଅନେକ ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିପାରେ । ମାଲି ମକଦ୍ଦମାରେ ବିଜୟୀ ହୋଇପାରନ୍ତି । ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପୁରସ୍କୃତ ହୋଇପାରନ୍ତି ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

କର୍କଟ

ଆଜି ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ବହୁ ଦିନର ଆଶା ଓ ଅଭିଳାଷ ପୂରଣ ହୋଇପାରେ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହୋଇପାରନ୍ତି ।

ପ୍ରତିକାର- କିଛି ଖାଦ୍ୟ କୁକୁରକୁ ଖାଇବାକୁ ଦିଅନ୍ତୁ

ସିଂହ

ଆଜି ଦିନଟି ଆପଣଙ୍କ ଲାଗି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିପାରେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ବନ୍ଧୁମାନଙ୍କ ସହ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।

ପ୍ରତିକାର-ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

କନ୍ୟା

ଆଜି କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିପାରେ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସମ୍ଭାବନା ରହିଛି । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି ।

ପ୍ରତିକାର-ଶିବଙ୍କ ପାଖରେ ପାଞ୍ଚୋଟି ତ୍ରୀଶାଖା ବେଲପତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ରରେ ପ୍ରଦାନ କରନ୍ତୁ

ତୁଳା

ଆଜି ହସଖୁସିରେ ଦିନଟିକୁ କାଟିପାରନ୍ତି । ଅପରାହ୍ନରେ ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ, ଏଥିପାଇଁ ସତର୍କ ରୁହନ୍ତୁ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି । ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇ ପାରନ୍ତି ।

ପ୍ରତିକାର--କୈଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ବିଛା

ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହୋଇପାରନ୍ତି । ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ, ଶତୃମାନେ ପରାଜିତ ହେବେ । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇବାର ସମ୍ଭାବନା ରହିଛି । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ ବିଜୟୀ ହେବାର ଅନେକ ସମ୍ଭାବନା ରହିଛି ।

ପ୍ରତିକାର-ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ

ଧନୁ

ଆଜି ଶାରୀରିକ ତଥା ମାନସିକ ପାରିବାରିକ ଅଭିବୃଦ୍ଧି ଘଟିପାରେ । ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିପାରନ୍ତି । ସମସ୍ୟାର ସମାଧାନ ପାଇଁ ଚିନ୍ତା କରିପାରନ୍ତି ।

ପ୍ରତିକାର- ନମଃ ଭଗବତେ ଶ୍ରୀ ସୂଯର୍ୟ ନାରାୟଣାୟ ଏହି ମନ୍ତ୍ରକୁ ଦଶଥର ଜପ କରନ୍ତୁ

ମକର

ଆଜି ପାରିବାରିକ ସ୍ଥିତି ଭଲ ରହି ନପାରେ । ଯାହା ପାଇବା କଥା ତାହା ଠିକ୍ ସମୟରେ ନପାଇବା ଫଳରେ ମନ ଭାରାକ୍ରାନ୍ତ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇନପାରନ୍ତି । ନୂତନ ଗୃହ ର୍ନିମାଣ ପାଇଁ ମନ ବଳାଇ ପାରନ୍ତି ।

ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

କୁମ୍ଭ

ଆଜି ଦିନଟି ଭଲରେ ଅତିବାହିତ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ସହିବାର ସମ୍ଭାବନା । ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ ରାଶି ତେଲର ଦୀପ ଟିଏ ପ୍ରଦାନ କରନ୍ତୁ

ମୀନ

ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ । ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇପାରେ । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିପାରେ ।

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ