• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା ନଭେମ୍ବର ମାସ, ୬ ତାରିଖ, ଶନିବାର, ତୁଳା ୨୧ ଦିନ କାର୍ତ୍ତିକ ମାସ, ଶୁକ୍ଳପକ୍ଷ, ଦ୍ୱିତୀୟା ତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ଆଜି ଯଗି ରଖି ଚଳନ୍ତୁ ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇପାରେ ।ଶରୀର ସୁସ୍ଥ ରହିବ, ବକେୟା ଅର୍ଥ ହସ୍ତଗତ ହେବ । ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇପାରିବେ ।

ପ୍ରତିକାର-ସାତଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଗ୍ରାମ ଦେବତୀଙ୍କୁ ଚଢାନ୍ତୁ

 

ବୃଷ- ଆଜି ଯେକୈାଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ବୃଦ୍ଧିବଳ ଖଟାଇ କାମ ହାସଲ କରିପାରିବେ ।ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କାର୍ଯ୍ୟ କରି ପ୍ରଶଂସିତ ହୋଇପାରିବେ । ଅର୍ଥଲାଭ ଓ ଶୁଭ ଖବର ପାଇ ମନ ଖୁସି ହୋଇଯାଇପାରେ ।

ପ୍ରତିକାର-ତିନୋଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ

 

ମିଥୁନ- ଆଜି ସମସ୍ତ କାମରେ ସାହସିକ ପଦେକ୍ଷପ ନେଇ କୃତ କାର୍ଯ୍ୟ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହୋଇପାରିବ । କ୍ରୀଡା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିପାରନ୍ତି ।

ପ୍ରତିକାର-ସାତଟି ପାନ ପତ୍ର ଓ ସାତଟି ଦୁବ ଶ୍ରୀ ଗଣେଶଙ୍କୁ ଚଢାନ୍ତୁ

 

କର୍କଟ- ଆଜି ହସ ଖୁସିରେ ଦିନଟି କାଟିବେ କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି ।ଆମଦାନୀ ରପ୍ତାନୀ କାରବାରରେ ଲାଭବାନ ହୋଇପାରିବେ ।ବୃଦ୍ଧି ବିବେକ ଓ ଜ୍ଞାନ ବଳରେ ପୂର୍ବ ସମସ୍ୟାର ସରଳ ସମାଧନ କରିପାରିବେ ।

ପ୍ରତିକାର-ହଳଦୀ ରଙ୍ଗ ଚନ୍ଦନର ଟିକା ମଥାରେ ଲଗାନ୍ତୁ

ସିଂହ - ଆଜି ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟୟରେ ପହ଼଼ଞ୍ଚାଇବେ ।ଅପରାହ୍ନରେ ଶୁଭଖବର ପାଇ ଖୁସି ହୋଇପାରନ୍ତି । ପରିବାରରେ ଭାତୃ ସମ୍ପର୍କ ସୁଦୃଢ ହେବ, ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିପାରିବ ।

ପ୍ରତିକାର-ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ପଢି ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ

 

କନ୍ୟା -ଆଜି କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ । ପାରିବାରିକ ଜୀବନ ସୁଖପ୍ରଦ ହୋଇପାରିବ । ଆଇନ ଅଦାଲତରେ ମାମଲାର ବିଚାର ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ରହିଛି ।

ପ୍ରତିକାର-କିଛି ଅରୁଆ ଚାଉଳ କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

 

ତୁଳା- ଆଜି ମାନସିକ ଚିନ୍ତା ଶାରୀରିକ ଅସୁସ୍ଥତା ଯୋଗୁଁ ମନ ଭାରାକ୍ରାନ୍ତ ହୋଇପାରିବ । କୈଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଶେଷ ପର୍ଯ୍ୟାୟରେ ପହଁଚିପାରିବେ । ବ୍ୟବସାୟ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇପାରିବେ ।

ପ୍ରତିକାର-ରାଶି ତେଲର ଦୀପଟିଏ ମା କାଳୀଙ୍କ ପାଖରେ ପ୍ରଦାନ କରନ୍ତୁ

 

ବିଛା - ଆଜି ବହୁ ଦିନର ଆଶା ଅଭିଳାଷ ପୁରଣ ହୋଇପାରିବ । ମହିଳାମାନେ ଆମୋଦ ପ୍ରମୋଦରେ ଦିନଟି କାଟିପାରନ୍ତି । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରିବା ସହିତ ସାତଟି ପେଡା ହନୁମାନଙ୍କ ପାଖରେ ଭୋଗ କରନ୍ତୁ

 

ଧନୁ - ଆଜି ଆପଣ ପ୍ରତ୍ୟେକ କାଯର୍ୟରେ ସଫଳତା ହାସଲ କରିପାରିବେ । ଲକ୍ଷ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ କେହି ଜଣେ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେପାରନ୍ତି ।ନିଜ ଲୋକମାନେ ବିଶ୍ୱାସଘାତକତ କରିପାରନ୍ତି ।

ପ୍ରତିକାର-ମହାପ୍ରଭୁ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ ତାଙ୍କ ପାଖରେ ଘୃତ ଦୀପ ଟିଏ ପ୍ରଦାନ କରନ୍ତୁ

 

ମକର - ଆଜି ସାଧାରଣ କଥାରେ ପରିବାରରେ ଭୁଲ୍ ବୁଝାମଣା ଦେଖାଦେଇପାରେ ।ପିତା ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଆୟ ବୃଦ୍ଧି ଘଟିବ ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିପାରିବ ।

ପ୍ରତିକାର-କଉଡିଟିଏ ନିଜ ପାଖରେ ରଖନ୍ତୁ

 

କୁମ୍ଭ -ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରଶଂସିତ ହୋଇପାରିବେ । ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିପାରେ ।

ପ୍ରତିକାର-କିଛି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

 

ମୀନ -ଆଜି ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ,ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ । ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇପାରିବେ ।କର୍ମ କ୍ଷେତ୍ରରେ କୈାଣସି ସଠିକ୍ ନିଷ୍ପତି ନେଇ ପାରିବେ ନାହିଁ ।

ପ୍ରତିକାର-ଗାୟତ୍ରୀ ମହାମନ୍ତ୍ରକୁ ୨୭ଥର ଜପ କରନ୍ତୁ