• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୫ ତାରିଖ, ମଙ୍ଗଳବାର, କନ୍ୟା ୧୯ ଦିନ ଆଶ୍ୱିନ ମାସ, କୃଷ୍ଣ ପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ଆଜି ପ୍ରତ୍ୟେକଟି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିପାରେ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ୱିତ କରି ଶେଷ ପଯର୍ଯ୍ୟାୟରେ ପହଞ୍ଚାଇବା ସହ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ।

ପ୍ରତିକାର- ମାଆ ଦୁର୍ଗାଙ୍କୁ ଲାଲ୍ ସିନ୍ଦୂର ଚଢାନ୍ତୁ ଓ ମାଆଙ୍କ ସିନ୍ଦୂର ନିଜ ମଥାରେ ଲଗାନ୍ତୁ

ବୃଷ - ଆଜି ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇପାରିବ । ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିପାରିବ । କର୍ମକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।

ପ୍ରତିକାର- ଚନ୍ଦନର ଟୀକା ମଥାରେ ଲଗାନ୍ତୁ

ମିଥୁନ -ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ଦେଖାଦେଇପାରେ । ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ସାମାଜିକ କ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ ।

ପ୍ରତିକାର- ଶ୍ରୀ ଗଣେଶଙ୍କ ପାଖରେ ସାତଟି ପାନ ପତ୍ର ଚଢାନ୍ତୁ ଓ ସାତଟି ରାଶି ଲଡୁ ଭୋଗଲାଗି କରନ୍ତୁ

କର୍କଟ - ଆଜି ଜଗି ରଖି କାମକରନ୍ତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । ନିଜ ଜିଦ୍‌ରେ ଅଟଳ ରହିପାରନ୍ତି । ଗତକାଲି ଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇପାରିବେ । ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରରନ୍ତି ।

ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ମିଷ୍ଟାନ୍ନ ଦାନ କରନ୍ତୁ

ସିଂହ- ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୃତା ହେତୁ ମାନସିକ ଶାନ୍ତି ବ୍ୟାହତ ଓହଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ , ପରିବାରରେ ମନାନ୍ତର ମତାନ୍ତର ଦେଖାଦେଇପାରେ । ଆକସ୍ମିକ ଦୂରଯାତ୍ରା କରିପାରନ୍ତି ।

ପ୍ରତିକାର- ସାତଟି ଚକଲେଟ୍ ସାତ ଜଣ ଛୋଟ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ

କନ୍ୟା -ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ବରଂ ବିଶ୍ୱାସ କରି ଉପକୃତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ

ବନ୍ଧୁମାନଙ୍କ ବିବାଦୀୟ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ ।

ପ୍ରତିକାର- ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

ତୁଳା - ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିପାରିବେ । ବାଣିଜ୍ୟ ,ବ୍ୟବସାୟ, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇପାରନ୍ତି । ସରକାରୀ ସ୍ତରରୁ ହଠାତ୍ କୋଣସି ଘଟଣା ମନକୁ ବିବ୍ରତ କରିପାରେ , ଅପରାହ୍ନରେ ଖୁସୀ ଖବର ପାଇପାରିବେ ।

ପ୍ରତିକାର- ସାତଟି ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ

ବିଛା - ପ୍ରତ୍ୟେକ କ୍ଷେତ୍ରରେ ପ୍ରୟୋଗାମତ୍କ କୈାଶଳ କାରଣରୁ ଅସାଧ୍ୟ କାମ ଗୁଡିକୁ ସାଧନ କରିପାରିବେ । ଆପୋଷ ଆଲୋଚନା ଦ୍ୱାରା ଘରୋଇ ସମସ୍ୟାର ସମାଧାନ ହୋଇପାରିବ । କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି ।

ପ୍ରତିକାର- ନମଃ ଶିବାୟ ଏହି ମନ୍ତ୍ରକୁ ୨୭ ଥର ଜପ କରନ୍ତୁ

ଧନୁ - ନିଜ ଲୋକମାନେ ନିକଟରୁ କ୍ରମଶଃ ଦୂରେଇ ଯାଇପାରନ୍ତି । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ । ଇଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରିପାରିବେ ନାହିଁ ।

ପ୍ରତିକାର- ଗାଈକୁ କିଛି ଗୁଡ ଓ ରୁଟି ଖାଇବାକୁ ଦିଅନ୍ତୁ

ମକର –ଭୁଲ୍‌ ବୁଝାମଣା ଜନିତ ହଠାତ୍ ବନ୍ଧୁଙ୍କ ବ୍ୟବହାରରେ ପରିବତ୍ତର୍ନ ହେତୁ ଦୁଃଶ୍ଚିନ୍ତା ବଢିଯାଇପାରେ । ଆଶାନୁଯାୟୀ ଅର୍ଥ ମିଳିବ ଆଜି କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି ।

ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କୁ ସାତଟି ତୁଳସୀ ମଞ୍ଜରୀ ଚଢାନ୍ତୁ ଓ ଘିଅର ଦୀପ ଟିଏ ପ୍ରଦାନ କରନ୍ତୁ

କୁମ୍ଭ - କର୍ମକ୍ଷେତ୍ରରେ କାମ ହାସଲ କରିପାରିବେ । ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି ।

ପ୍ରତିକାର- ଅଶ୍ୱତଥ ଗଛ ମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ ଓ ଗଛକୁ ସାତଥର ପ୍ରଦକ୍ଷିଣ କରନ୍ତୁ

ମୀନ - ଭାବପ୍ରବଣତାରେ କାର୍ଯ୍ୟ କରନ୍ତୁ ନାହିଁ । କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଅଜଣା ବ୍ୟକ୍ତି ମିତ୍ର ଭାବପୋଷଣ କରିପାରନ୍ତି ।

ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ