• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା ନଭେମ୍ବର ୫ ତାରିଖ, ଶୁକ୍ରବାର, ତୁଳା ୨୦ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରାଇବ। ଭ୍ରମଣର ଯୋଗ ରହିଛି। ମହିଳା ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ। ବାଣିଜ୍ୟ ବ୍ୟବସାୟରେ କେତେକ ସମସ୍ୟା ଦେଖା ଦେଇପାରେ। 
ପ୍ରତିକାର- ୭ଟି ଲବଙ୍ଗ ପାଖରେ ରଖନ୍ତୁ

ବୃଷ: ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇପାରନ୍ତି। ଯାତ୍ରା, ବାଣିଜ୍ୟ, ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ର ବହୁତ ଭଲ ରହିବ। 

ପ୍ରତିକାର- କୈଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ମିଥୁନ: ବନ୍ଧୁଙ୍କ ସହ କଳହ ହୋଇପାରେ। ପରିବାରର ବ୍ୟୟ ବୃଦ୍ଧି ହେତୁ ବ୍ୟସ୍ତତା ରହିପାରନ୍ତି। ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି।
ପ୍ରତିକାର- ଭଗବାନ ଶିବଙ୍କ ନିକଟରେ କର୍ପୂର ଆଳତି କରି ଆଳତିର କଳାକୁ ମୁଣ୍ଡରେ ଲଗାନ୍ତୁ

କର୍କଟ: ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିପାରେ। ଅଫିସ୍ କାର୍ଯ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସମର୍ଥ ହେବେ। ଯାତ୍ରା ଓ ଆନୁଷ୍ଠାନିକ କାମରେ ଖୁସି ରହିବେ। 
ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ସିଂହ: ସ୍ଥଗିତ କାମକୁ ଅତିଶୀଘ୍ର ସମ୍ପନ୍ନ କରିବା ଦିଗରେ ଚେଷ୍ଟା କରି ସଫଳ ହୋଇପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ କରିବାକୁ ପଡ଼ିବ। କୌଣସି କଥାରେ ତରବର ହୋଇ କାମ କରନ୍ତୁ ନାହିଁ।
ପ୍ରତିକାର- ଓମ୍‌ ନମଃ ଭଗବତେ ଶ୍ରୀ ସୂର୍ଯ୍ୟ ନାରାୟଣାୟ ଏହି ମନ୍ତ୍ରକୁ ୧୦ଥର ଜପ କରନ୍ତୁ

କନ୍ୟା: ମନରେ ଭାବପ୍ରବଣତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ସାମାଜିକ ସ୍ତରରେ କାମ କରି ସମାଲୋଚିତ ହୋଇପାରନ୍ତି।
ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ତୁଳା: ପାରିବାରିକ ଜୀବନରେ ସମସ୍ୟା ଦେଖା ଦେଇପାରେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିପାରନ୍ତି। ମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। 
ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୧୦ଥର ଜପ କରନ୍ତୁ

ବିଛା: ପାରିବାରିକ ଜୀବନ ଓ କର୍ମକ୍ଷେତ୍ରରେ ଶୁଭ ଫଳ ମିଳିପାରେ। ଯାତ୍ରାରେ ସଫଳତା ହାସଲ କରିବେ। ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଛାତ୍ରଛାତ୍ରୀମାନେ ସମସ୍ତ ପ୍ରତିଯୋଗିତାରେ ସଫଳତା ପାଇବେ
ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ

ଧନୁ: ସଭାସମିତି କିମ୍ବା ପାରିବାରିକ କ୍ଷେତ୍ରର ଦ୍ୱନ୍ଦ୍ୱ ଉପୁଜିପାରେ। ଚେଷ୍ଟା କରୁଥିବା କାର୍ଯ୍ୟ ଗୁଡିକ ସମ୍ପନ୍ନ ହୋଇପାରେ। ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି ହେବ।
ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ମକର: ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍ ଭାବରେ ହେବା କଷ୍ଟକର ହେବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଦୂରଯାତ୍ରାର ସୁଯୋଗ ରହିଛି।
ପ୍ରତିକାର- ଶିବଙ୍କ ପାଖରେ ପାଞ୍ଚୋଟି ତ୍ରୀଶାଖା ବେଲପତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ପ୍ରଦାନ କରନ୍ତୁ

କୁମ୍ଭ: ଖାଦ୍ୟ ପେୟର ଅନିୟମିତତା ଯୋଗୁ ଶରୀର ଅସୁସ୍ଥ ହୋଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ପ୍ରତିକାର- ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ

ମୀନ: ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ଯାନବାହନ ଚଳାଇବାବେଳେ ଆଜି ସତର୍କତା ଅବଲମ୍ବନ କରନ୍ତୁ। ବହୁ ପ୍ରତୀକ୍ଷିତ ଖବର ଆଜି ଅପରାହ୍ନରେ ପାଇ ପାରନ୍ତି।
ପ୍ରତିକାର- ଅଶ୍ୱତ୍ଥ ବୃକ୍ଷ ମୂଳରେ  ରାଶି ତେଲର ଦୀପ ଟିଏ ପ୍ରଦାନ କରନ୍ତୁ