• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୪ ତାରିଖ, ସୋମବାର, କନ୍ୟା ୧୮ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦୂର ହୋଇପାରେ । କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହୋଇପାରେ । ଆଶଙ୍କାଜନିତ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।

ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ

ବୃଷ -ଆଜି କର୍ମୋନ୍ନତି ସହ ସମ୍ମାନ ପ୍ରାପ୍ତିର ଯାଗ ରହିଛି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆକୃଷ୍ଠ ହୋଇପାରନ୍ତି । ଆନୁଷ୍ଠାନିକ କାମରେ ମୁଖ୍ୟ ଭୂମିକା ଗ୍ରହଣ କରି ପ୍ରଶଂସନୀୟ ହୋଇପାରନ୍ତି ।

ପ୍ରତିକାର-ମହାଦେବଙ୍କୁ ଦର୍ଶନ କରନ୍ତୁ ଓ କିଛି କଞ୍ଚା କ୍ଷୀରରେ କଳାରାଶି ମିଶାଇ ଶିବଙ୍କ ପାଖରେ ଅର୍ପଣ କରନ୍ତୁ

ମିଥୁନ -ଆଜି ଆପଣଙ୍କର ଦିନ ମଙ୍ଗଳମୟ ହେବ । ଶତ୍ରୃ ମାନେ ପରାଜିତ ହେବେ ଅନ୍ୟମନସ୍କତା ଯୋଗୁ କୌଣସି ଜିନିଷ ହଜି ଯାଇପାରେ । ସହକର୍ମୀ, ଭାଇ ଭଉଣୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରନ୍ତି ।

ପ୍ରତିକାର- ଓଂ ଗମ ଗଣପତୟେ ନମଃ ଏହି ମନ୍ତ୍ର କୁ ୨୭ଥର ଜପ କରନ୍ତୁ

କର୍କଟ -ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇ ପାରେ ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି । ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପ୍ରତିକାର- ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ

ସିଂହ - ଆଜି ମନ ଅସ୍ଥିର ରହିବ କିନ୍ତୁ କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି । ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିପାରିବେ । ଏଜେନ୍ସିପ୍, ସାମ୍ବାଦିକତା, ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି ।

ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା -ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷ ପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି । ଅଫିସରେ କିମ୍ବା କର୍ମ କ୍ଷେତ୍ରରେ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହୋଇପାରେ । ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇପାରେ ।

ପ୍ରତିକାର- ସାତଟି ଦୁବ,ସାତଟି ପାନ ପତ୍ର ଗଣେଶଙ୍କୁ ଚଢାନ୍ତୁ

ତୁଳା -ଆଜିର ଦିନ ଅର୍ଥଲାଭ ସହ ସମସ୍ୟା ସମାଧାନ ପାଇଁ ଅନୁକୂଳ ରହିବ । ଖଳକଥାରେ ପ୍ରଭାବିତ ହୋଇ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ ।

ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ

ବିଛା -ଆଜି ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ପାରିବାରିକ କ୍ଷେତ୍ରରେ ମନାନ୍ତର ମତାନ୍ତର ଦେଖାଦେଇପାରେ । କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାଯର୍ୟ କ୍ଷେତ୍ରକୁ ଯାଆନ୍ତୁ

ଧନୁ –କର୍ମ କ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମନା କରି କୃତକାର୍ଯ୍ୟ ହେବେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇପାରିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବାର ଆଶା ଅଛି ।

ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ

ମକର - ଆଜି ଆତ୍ମୀୟଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିପାରିବେ । ଆକସ୍ମିକ ଭାବରେ ଖର୍ଚ୍ଚ ଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି । ଅଗ୍ନି ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ ।

ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ

କୁମ୍ଭ -ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଭୁଲ୍ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ସହ ମନୋମାଳିନ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି ।

ପ୍ରତିକାର-ମା କାଳୀଙ୍କୁ ଦର୍ଶନ କରିବାସହ ସାତଟି ନୀଳ ଅପରାଜିତା ଫୁଲ ଚଢାନ୍ତୁ

ମୀନ -ଆଜିର ଆପଣ ଆତ୍ମିଅଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଆନନ୍ଦିତ ରହିବେ । ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯାଗ ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେଇପାରେ । ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ ।

ପ୍ରତିକାର- ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ