• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୩ ତାରିଖ, ରବିବାର, କନ୍ୟା ୧୭ ଦିନ ଆଶ୍ୱିନ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ମଘା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ - ଆଜି ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ । ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିପାରେ । କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ୨୭ ଥର ଜପ କରନ୍ତୁ

ବୃଷ- ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ, କ୍ଷେତ୍ରରେ ସଫଳତା ପାଇପାରିବେ । ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବାର ସମ୍ଭାବନା ରହିଛି ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମିଥୁନ -ଆଜି ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମ ମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହୋଇପାରେ । ବକେୟା ଅର୍ଥ ଲାଭ କରିପାରନ୍ତି । ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ସମ୍ମାନିତ ହୋଇପାରିବେ ।

ପ୍ରତିକାର-: ବୁଧ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କର୍କଟ- ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ । ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ହୋଇପାରେ । ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ଲାଭବାନ ହେବା ସହ ଶାରୀରିକ ଓ ମାନସିକ ଶାନ୍ତି ମିଳିବାର ଆଶା ରହିଛି ।

ପ୍ରତିକାର-: ଚନ୍ଦ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ସିଂହ - ଆଜି ନିଜର କାର୍ଯ୍ୟ ଦକ୍ଷତା ଓ ଦୃଢ ମନୋବଳ ଯୋଗୁ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇପାରିବେ । ଗବେଷଣା,ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିପାରିବେ । ପରିବହନ, ର୍ନିମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ।

ପ୍ରତିକାର-: ରବି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କନ୍ୟା- ଆଜି ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟ ହାସଲ କରିପାରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ, ବିରୋଧୀ ମାନେ ପରାଜୟ ହେବାର ସମ୍ଭାବନା ରହିଛି । ଶାରୀରିକ ଓ ମାନସିକ ଶାନ୍ତି ମିଳିବ , ମହିଳାମାନେ ପ୍ରଶଂସାର ପାତ୍ର ହୋଇପାରନ୍ତି ।

ପ୍ରତିକାର-: କେତୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ତୁଳା -ଆଜି ନିଜ ଲୋକମାନେ ଶତ୍ରୃତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରିବ । ଅସମ୍ପୂର୍ଣ୍ଣ କାମକୁ ଆଜି ବୃଦ୍ଧି ବଳରେ ସମ୍ପୁର୍ଣ୍ଣ କରିପାରିବେ ।

ପ୍ରତିକାର-: ଶୁକ୍ର ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ବିଛା -ଆଜି ସ୍ୱାସ୍ଥ୍ୟ ଗତ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟ, ବାଣିଜ୍ୟ, ର୍ନିମାଣ ଓ ପରିବହନ କ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ । ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହିପାରନ୍ତି ।

ପ୍ରତିକାର-: ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ

ଧନୁ -ଆଜି ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଆଶା କରୁଥିବା ଦିଗରୁ ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି । କୋଟ କଚେରୀ ମାମଲାରେ ବିଜୟ ଲାଭ କରିପାରିବେ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ

ମକର - ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହୋଇପାରିବେ । ଜମିଜମା, ବିବାଦୀୟ କ୍ଷେତ୍ରରେ ସଫଳତା ପାଇପାରିବେ । ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବା ସହ ର୍ନିମାଣାଧୀନ କାମକୁ ଆଗେଇ ନେବାର ସମ୍ଭାବନା ରହିଛି ।

ପ୍ରତିକାର-: ରାହୁ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କୁମ୍ଭ -ଆଜି ଆପଣାକୁ ପ୍ରତ୍ୟେକ ଦିଗରୁ ସଫଳତା ମିଳିପାରେ । ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଶୁଭ ପ୍ରଦ ହୋଇପାରେ । ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ ରହିପାରେ ।

ପ୍ରତିକାର-: ଶନି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ -ଆଜି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କାର୍ଯ୍ୟକାରୀ କରିପାରିବେ । ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇ ପାରେ । ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ ତେଣି ସତର୍କ ରୁହନ୍ତୁ ।

ପ୍ରତିକାର-: ବୃହସ୍ପତି ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ