• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା ନଭେମ୍ବର ୩ ତାରିଖ ବୁଧବାର, ତୁଳା ୧୮ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର । ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି ।

ମେଷ: ଆଜିର ଦିନ ଶୁଭଫଳ ପ୍ରଦାନ କରିବ । ଶାରୀରିକ, ମାନସିକ ଜୀବନ ସୁଖପ୍ରଦ ହେବ । ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ ।

ପ୍ରତିକାର- କିଛି ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ ।

ବୃଷ : ଆଜି କମ ପରିଶ୍ରମରେ ଅଧିକ ଅର୍ଥ ରୋଜଗାରର କରିପାରିବେ । କୋଟ-କଚେରୀର ବିଚାରଧୀନ ମାଲି, ମୋକଦମାରେ ଜୟଯୁକ୍ତ ହେବେ । ପରିବାରରେ ସୁଖ-ଶାନ୍ତି ରହିବ ,ଆକସ୍ମିକ ଧନଲାଭ ହେବ ।

ପ୍ରତିକାର- ଗୁଡ଼ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ।

ମିଥୁନ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ । ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ ,ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।

ପ୍ରତିକାର- ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

କର୍କଟ : ଆଜି ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ ।

ପ୍ରତିକାର- ଶିବଙ୍କ ପାଖରେ ଘୃତ ଦୀପଟିଏ ଜାଳନ୍ତୁ ।

ସିଂହ : ଆଜି ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁସମ୍ପର୍କ ରହିବ । ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

କନ୍ୟା : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ପାରିବାରିକ ସମସ୍ୟା ଦୂର କରିବାକୁ ଅଗ୍ରସର ହେଲେ ସେଥିରେ ସଫଳ ହୋଇପାରିବେ । ପିତା ମାତାଙ୍କ ଆର୍ଶ୍ରିବାଦ ଆପଣଙ୍କୁ ଅନେକାଂଶରେ ବିଜୟୀ କରାପାରିବ ।

ପ୍ରତିକାର- ଗଣେଶ ପାଖରେ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ ।

ତୁଳା: ଆଜି ପ୍ରତ୍ୟେକ କାଯର୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇ ପାରେ । ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରାଇବ । ଆକସ୍ମିକ ଖର୍ଚ୍ଚ ହୋଇପାରେ ।

ପ୍ରତିକାର- ମା ଲକ୍ଷ୍ମୀଙ୍କ ଦଶ ନାମକୁ ଜପ କରନ୍ତୁ ।

ବିଛା : ଆଜି ଆତ୍ମବିଶ୍ୱାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ଆଗେଇ ନେବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପଯର୍ୟଟନର ଯୋଗ ରହିଛି ।

ପ୍ରତିକାର- ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ ।

ଧନୁ : ଆଜି ଆପଣଙ୍କୁ ମାନସିକ ଶାନ୍ତି ମିଳିବ ,ବକେୟା ପ୍ରାପ୍ୟ ମିଳିବ । ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ ହେବ । ଘରର ବାତାବରଣରେ ସୁଖ-ଶାନ୍ତି ରହିବ, ବ୍ୟବସାୟରେ ସଫଳତା ମିଳିବ ।

ପ୍ରତିକାର- ହଳଦୀ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ ।

ମକର : ପାରିବାରିକ ଜୀବନରେ ସାମାନ୍ୟ କଥାକୁ ନେଇ ମତାନ୍ତର ଦେଖାଦେଇପାରେ । ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ,ଧନ ଏବଂ ପ୍ରତିଷ୍ଠାରେ ହାନି ହେବାର ଆଶଙ୍କା ଅଛି । ଆପଣଙ୍କ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବାକୁ ଅଗ୍ରସର ହେବେ ।

ପ୍ରତିକାର- ମା କାଳୀଙ୍କୁ ଦର୍ଶନ କରିବା ସହିତ ରାଶି ତେଲର ଦୀପଟିଏ ଜାଳନ୍ତୁ ।

କୁମ୍ଭ: ଆଜି ଆବଶ୍ୟକ ର୍ନିଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବେ । ମିତ୍ରମାନଙ୍କ ସହିତ ସାକ୍ଷାତ ହେବ, ଯାହା ଦ୍ୱାରା ମନ ଆନନ୍ଦ ରହିବ । ଛୋଟ ଯାତ୍ରାର ଆୟୋଜନ ହୋଇପାରେ । ସମସ୍ତଙ୍କ ସହିତ ସୁସମ୍ପର୍କ ରହିବ ।

ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ମୀନ: ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ । ମଧ୍ୟାହ୍ନ ପରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ।

ପ୍ରତିକାର- ଦରିଦ୍ର, ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ଘାତ ବାର-: କର୍କଟ ରାଶିର, ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର

ଆଜିର ନିଷେଧ ଖାଦ୍ୟ-: ବିରି ଦ୍ରବ୍ୟ

ଆଜି- ନରକ ଚତୁର୍ଦ୍ଦଶୀ-ଶିବୋପବାସ ବେଢ଼ା ପରିକ୍ରମା,ଯମ ତର୍ପଣ