• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୮ ତାରିଖ, ମଙ୍ଗଳବାର। କନ୍ୟା୧୨ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ମୃଗଶିରା ନକ୍ଷତ୍ର ।
ମିଥୁନ ରାଶିରେ ଚନ୍ଦ୍ର, ମକର ରାଶିର ଘାତବାର  ଓ କନ୍ୟା ରାଶିର ଘାତଚନ୍ଦ୍ର। ଆଜି ତାଳ ନ ଖାଇଲେ ଭଲ
 ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି  ।  

ମେଷ:-ସହକର୍ମୀଙ୍କ ସାହାଯ୍ୟରେ କାର୍ଯ୍ୟ  ପୂରଣ ହେବା ଫଳରେ ଚାକିରୀରେ ଉଚ୍ଚପଦ ପ୍ରାପ୍ତି ହୋଇପାରେ । ଶତ୍ରୁମାନଙ୍କ ଉପରେ ବିଜୟପ୍ରାପ୍ତି ହେବା ସହ ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ପିଲାମାନଙ୍କ ଚାକିରୀ ସମ୍ବନ୍ଧିତ ସମସ୍ୟା ସମାଧାନ ହୋଇପାରେ ।
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ବୃଷ:-କର୍ମଚାରୀମାନେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ମିତ୍ରମାନଙ୍କ ସହଯୋଗରେ ମନରେ ନିରାଶା ଭାବ ଦୂରେଇ ଯାଇ ବନ୍ଧୁତ୍ୱ ସମ୍ପର୍କରେ ମଜବୁତ ହେବ । ଜୀବନସାଥୀଙ୍କ ସହିତ ଆଲୋଚନା କରି ଯେ କୌଣସି କାର୍ଯ୍ୟ ବୁଝି ବିଚାରୀ କରିବା ଉଚିତ୍‌।
ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ମିଥୁନ:-ଚାକିରୀରେ ଉଚ୍ଚପଦ ପାଇବା ସହ କିଛି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ମିଳିପାରେ। ରୋଜଗାର ସମସ୍ୟା ଦୂର ହେବା ସହ ଜମିଜମା ଓ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ସମାଧାନ ହୋଇପାରେ । କ୍ୟାରିୟରରେ ଦେଖା ଦେଉଥିବା ପ୍ରତିବନ୍ଧକ ଦୂର ହୋଇ କାର୍ଯ୍ୟ ଠିକ୍ ସମୟରେ ପୂରଣ ହେବ  ।
ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

କର୍କଟ:-ଶତୃ ପରାଜିତ ହୋଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳି॥ ଗୃହସ୍ଥ ଜୀବନ ସୁଖମୟ ହେବ ଓ ଉତ୍ତମ ରୋଜଗାର ମିଳିବା ଫଳରେ ଆର୍ଥିକ ଉନ୍ନତି ହେବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ।
ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ସିଂହ:-ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି ।
ପ୍ରତିକାର-ଆମିଷ ସେବନ କରନ୍ତୁ ନାହିଁ

କନ୍ୟା:-ଶରୀର ସୁସ୍ଥ ରହିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି।  ଭାଇ ଭଉଣୀ, ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ।
ପ୍ରତିକାର-ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ 

ତୁଳା:-ଶିକ୍ଷା କ୍ଷେତ୍ରରେ ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ରହି ବନ୍ଧୁତ୍ୱ ବୃଦ୍ଧି ପାଇବ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହୋଇ ଶାନ୍ତିର ବାତାବରଣ ଦେଖା ଦେବ । ଅନ୍ୟର ଉପକାର କରି ନିଜେ କ୍ଷତିରେ ପଡି ପାରନ୍ତି ।
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ବିଚ୍ଛା:-ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ସହ ପରୀକ୍ଷା ବା ପ୍ରତିଯୋଗିତାରେ ବିଜୟୀ ହେବେ। ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ ।
ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ 

ଧନୁ:-ସମସ୍ତ ପ୍ରକାର ବ୍ୟବସାୟରେ ଲାଭବାନ୍ ହେବା ସହ ଆର୍ଥିକ କ୍ଷେତ୍ରରେ ପ୍ରବଳ ଉନ୍ନତି ହେବ । କର୍ମକ୍ଷେତ୍ରରେ ଶାନ୍ତ ବାତାବରଣ ରହିବା ଫଳରେ ଆଶା ଆକାଂକ୍ଷା ପୂରଣ ହେବ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ତାହା ସମାଧାନ କରିପାରିବେ।
ପ୍ରତିକାର-ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ

ମକର:-ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବ୍ୟବସାୟରେ ଭଲ ଲାଭ ପାଇବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । କିନ୍ତୁ ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।
ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ:-ରାଜନେତାମାନଙ୍କର ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ସରକାରୀ ଅଧିକାରୀଙ୍କର କୃପା ଲାଭ କରିବା ସହ ବ୍ୟବସାୟରେ ଅଶାତୀତ ଲାଭବାନ୍ ହେବେ । ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ନିଜକୁ ଧନ୍ୟ ମନେ କରିବେ ।
ପ୍ରତିକାର-ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ମୀନ:-ସନ୍ତାନମାନେ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ଓ ସାଂସାରିକ ଜୀବନ ସୁଖମୟ ହେବ । ପୁରାତନ ରୋଗରୁ ଉପଶମ ପାଇବା ସହ ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ।
ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ