• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୭ ତାରିଖ, ସୋମବାର, କନ୍ୟା ୧୧ ଦିନ, ଆଶ୍ୱିନମାସ,, କୃଷ୍ଣପକ୍ଷ, ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର। ବୃଷ ରାଶିରେ ଚନ୍ଦ୍ର।  ମିଥୁନ ରାଶିର ଘାତବାର, ବିଛା ରାଶିର ଘାତଚନ୍ଦ୍ର ।  ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବା ଫଳରେ ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖାଦେଇପାରେ । ପୁରାତନ ରୋଗର ଉପଶମ ମିଳିବା ସହ ବିଦ୍ୟାର୍ଥିମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଆଶା ଅଛି । ବ୍ୟବସାୟବାଣିଜ୍ୟ କାରବାର ଯୋଗେ ବହୁତ ଖୁସି ରହିପାରନ୍ତି ।

ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ

ବୃଷ:- ସ୍ୱାସ୍ଥ୍ୟ ଠିକ୍ ରହିବ ଓ ଆଶା କରୁଥିବା ଖବର ପାଇ ଖୁସୀ ହୋଇପାରନ୍ତି । ଆର୍ଥିକ ସଙ୍କଟ ଦୂରେଇଯିବା ସହ ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରିବେ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହୋଇପାରିବ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ମିଥୁନ:- ଉଚ୍ଚାଧିକାରୀ ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିପାରନ୍ତି । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରନ୍ତୁନାହିଁ । କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ଯାଆନ୍ତୁ ନାହିଁ ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ:- ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହ ସୁଯୋଗ ହାତଛଡା ହେବାର ସମ୍ଭାବନା ନାହିଁ । କର୍ମ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇବା ସହ ସୁଖ ସମ୍ପତ୍ତି ଲାଭ ହୋଇପାରେ । ନିମ୍ନ ବର୍ଗଙ୍କ ସହାୟତାରେ ନାନା ପ୍ରକାର ସମସ୍ୟାର ସମାଧାନ କରିପାରନ୍ତି ।

ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୁର ମିଶାଇ ମସ୍ତକରେ ଧାରଣ କରନ୍ତୁ

ସିଂହ:- ଶତ୍ରୃ ନାଶ, ଧନପ୍ରାପ୍ତି, ମିତ୍ରଲାଭ, ପ୍ରଶଂସିତ ହେବା ସହ ଉଚ୍ଚ ସମ୍ମାନ ପାଇପାରିବେ । କାର୍ଯ୍ୟ ପୁରଣ କରିବାରେ ସାହାଯ୍ୟ ସହଯୋଗ ମିଳିବ ଓ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହୋଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ଲାଭ ସୁନିଶ୍ଚିତ ହୋଇପାରେ ।

ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା:- ସହକର୍ମୀ ମାନଙ୍କ ସହ ଶତ୍ରୃତା ମେଣ୍ଟିଯିବ ଓ ମାନସିକ ସ୍ଥିରତା ଦେଖାଯାଇପାରେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀ ହେବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହୋଇପାରେ । କର୍ମ କ୍ଷେତ୍ରରେ ବଡପଣିଆ ଦେଖାଇଲେ ଭଲ ବଦଳରେ ମନ୍ଦ ଫଳ ଭୋଗିବାକୁ ପଡପାରେ ।

ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ତୁଳା:- ସହକର୍ମୀଙ୍କର ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହୋଇପାରନ୍ତି । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ ଓ ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି । ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କାମ କରନ୍ତୁ ।

ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ରଖି ପ୍ରଣାମ କରନ୍ତୁ

ବିଚ୍ଛା:- ସରକାରୀ ସ୍ତରରେ ଅନେକ ସମସ୍ୟା ସମାଧାନ ହୋଇ ମାନସମ୍ମାନ, ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିପାରେ । ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବା ସହ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେଇପାରେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିପାରେ କିନ୍ତୁ ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ଧନୁ:- ଶତ୍ରୃ ମାନେ ମଥାନତ କରିବେ ଓ ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିପାରେ । ଅଚାନକ ଧନପ୍ରାପ୍ତି ହେବା ସହ ଜାଗା, ଜମି, ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରନ୍ତି । ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେଓ ବିଦ୍ୟାକ୍ଷେତ୍ରରେ ପ୍ରଶଂଶିତ ହେବେ

ପ୍ରତିକାର-ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ

ମକର:- ବନ୍ଧୁଙ୍କ ଶୁଭ କାମରେ ଯୋଗଦେବାକୁ ବାଧ୍ୟ ହେବେ ଓ ପାରିବାରିକ ଜୀବନ ଆନନ୍ଦମୟ ହେବାର ଆଶା ରହିଛି । ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିପାରେ ।

ପ୍ରତିକାର:-କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କୁମ୍ଭ:- ସ୍ୱାସ୍ଥ୍ୟ ଦିଗରୁ ଆଶ୍ୱସ୍ଥି ଲାଭ କରିବା ସହ ସରକାରୀ ସାହାଯ୍ୟ ମିଳିପାରେ । ବାସ ଗୃହ ଓ ଯାନବାହାନ ନେଇ କେତେକ ସମସ୍ୟାର ସମାଧାନ ହୋଇପାରେ । ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ ଓ ପାରିବାରିକ ସମ୍ପର୍କରେ ଉନ୍ନତି ହୋଇପାରେ ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମୀନ:- ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ରହିପାରେ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ପାଇପାରିବେ । ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି, ସମ୍ମାନବୃଦ୍ଧି ଓ କର୍ମୋନ୍ନତିର ସୂଚନା ପାଇପାରନ୍ତି ।

ପ୍ରତିକାର- ହଳଦୀ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ