• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

୨୦୨୧ ମସିହା, ନଭେମ୍ବର ମାସ ୨୭ ତାରିଖ, ଶନିବାର, ବିଛା୧୨ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ପର୍ବଦିନ-ପ୍ରଥମାଷ୍ଟମୀ

ମେଷ:-

ସୁଖ, ସମ୍ପତ୍ତି ଲାଭ ଓ ମିଷ୍ଠାନ୍ନ ଭୋଜନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ।
ବିଦ୍ୟା କ୍ଷେତ୍ରରେ ବିଜୟୀ ହୋଇ ପ୍ରଶଂସା ପାଇବେ।
ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ବୃଷ:-

ସାମାଜିକ ପତିଆରା ଅମଳିନ ରହିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍।
ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମିଥୁନ:-

ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ଓ ଶତ୍ରୁବାଧା ଦୂରେଇ ଯିବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଆୟରସ୍ରୋତ ବୃଦ୍ଧି ହୋଇ ର୍ନିମାଣମୂଳକ ଯୋଜନାରେ ଆଗେଇବେ। 
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କର୍କଟ:-

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଆଶା ମୁତାବକ ଫଳ ପାଇବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହି ଶାନ୍ତି ଶୃଙ୍ଖଳା ଦେଖାଦେବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। 
ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:-

ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ସାହାଯ୍ୟ ସହଯୋଗ ପାଇ କାର୍ଯ୍ୟର ପ୍ରଗତିପାଇଁ ସମସ୍ତପ୍ରକାର ପ୍ରୟାସ କରିବେ। ଅନେକ ସମସ୍ୟା ଦୂରହୋଇ ପାରିବାରିକ ଜୀବନ ଆନନ୍ଦରେ କଟିବ। 
ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କନ୍ୟା:-

ଶତୃମାନେ ଦୂରେଇଯିବା ଫଳରେ ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। ଅନ୍ୟର ଉପକାରକରି ପ୍ରଶଂସିତ ହେବେ। 
ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା:-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇ ଆର୍ଥିକ ସଙ୍କଟ ଦୂରେଇ ଯିବ। ଗୃହରେ ମାଙ୍ଗଳିକ ଓ ଶୁଭକାର୍ଯ୍ୟର ଆୟୋଜନ କରି ପାରିବେ। ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତିହେବ।
ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ବିଚ୍ଛା:-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ। ନୂତନ କର୍ମ ନିଯୁକ୍ତି ପାଇବେ ଓ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ୱାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ।
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ଧନୁ:-

ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ଯୋଗେ ଅନ୍ୟମନସ୍କ ରହି ପାରନ୍ତି। ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ବିରାଜମାନ କରିବ। 
ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ

ମକର:-

ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ ଓ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧା ହେବ ନାହିଁ। 
ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ:-

ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ୱଳ ହେବ। ସରକାରୀ ଚାପ ପଡିଲେ ମଧ୍ୟ ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ। ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ।
ପ୍ରତିକାର-ଆମିଷ ସେବନ କରନ୍ତୁ ନାହିଁ

ମୀନ:-

ସମସ୍ତ ଚିନ୍ତାରୁ ମୁକ୍ତି ମିଳିବା ସହ ବିଦେଶ ଯାତ୍ରାରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିପାରିବେ।ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଉନ୍ନତି ହେବା ସହ ଶତ୍ରୁ ପରାଜିତ ହେବେ।
ପ୍ରତିକାର-ମହୁଟିକେ ଖାଇ ଘରୁ ବାହାରନ୍ତୁ