• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୫ ତାରିଖ, ଶନିବାର, କନ୍ୟା ୯ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ଦ୍ୱିଜାନକ୍ଷତ୍ର।ମେଷରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ :- ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହେବା ସହ ସୋସିଆଲ ମିଡିଆରେ ନୂଆ ସାଙ୍ଗ ସୃଷ୍ଟି ହୋଇପାରେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:- ଆପଣଙ୍କ ପରିଶ୍ରମର ଫଳ ଅନ୍ୟ କେହି ନେଇପାରନ୍ତି, ସେଥିପାଇଁ ସଜାଗ ରୁହନ୍ତୁ । କ୍ରୋଧଭାବରେ ରହି କଟୁବଚନ କହିବା ଫଳରେ ସହକର୍ମୀମାନେ ଈର୍ଷାପରାଣୟ ହୋଇ ପାରନ୍ତି । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରନ୍ତୁ ।

ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମିଥୁନ:- ନୂତନ ସମ୍ପର୍କର ଆନନ୍ଦ ଉପଭୋଗ କରିପାରିବେ ଓ ଜୀବନସାଥୀଙ୍କ ସହିତ ମନୋରଞ୍ଜନ କରିପାରନ୍ତି । ଅଟୋମୋବାଇଲ୍ କ୍ଷେତ୍ରରେ ଜଡିତ ବ୍ୟବସାୟୀମାନଙ୍କୁ ସାମାନ୍ୟ ପରିଶ୍ରମ କରନ୍ତୁ । ପୁରୁଣା କ୍ଷତିର ଭରଣା କରିବାର ସମ୍ଭାବନା ରହିଛି ।

ପ୍ରତିକାର-ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

କର୍କଟ:- ଅଧୀନସ୍ଥ କର୍ମଚାରୀମାନଙ୍କ ସହିତ ଭଲ ବ୍ୟବହାର କରି ପ୍ରଶଂସା ପାଇପାରନ୍ତି । ପୁରୁଣା ସମ୍ପତ୍ତି କ୍ରୟବିକ୍ରୟରୁ ଧନ ଲାଭ ହୋଇପାରିବ ଓ ଆର୍ଥିକ ସ୍ଥିତି ବହୁତ ଭଲ ରହିବାର ଆଶା ଅଛି । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଭଲଲାଭ ପାଇବେ ।

ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୁର ମିଶେଇ ମସ୍ତକରେ ଧାରଣ କରନ୍ତୁ

ସିଂହ:- ବ୍ୟାବସାୟିକ କାର୍ଯ୍ୟ ଠିକ୍ ସମୟରେ ପୂରଣ କରିପାରିବେ । ସ୍ୱଭାବରେ ପରିବର୍ତ୍ତନ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍ ରହିପାରେ । ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରୁହନ୍ତୁ ।

ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କନ୍ୟା:- ବିରୋଧି ମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ । ନୂଆ ଟେକ୍ନୋଲୋଜି ବିଷୟରେ ଅଧ୍ୟୟନ ପାଇଁ ଆଗ୍ରହ ବୃଦ୍ଧି ପାଇପାରେ । ଅଧିନସ୍ଥ କର୍ମଚାରୀଙ୍କ ସହତି ଥଟ୍ଟା ମଜା ନକରି ଭଦ୍ର ଆଚରଣ କରନ୍ତୁ ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା:- ସମ୍ପର୍କୀୟମାନଙ୍କ ସହିତ ଭଲ ସମ୍ପର୍କ ରଖିବା ଫଳରେ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ମଧୁମୟ ହୋଇପାରେ । ବନ୍ଧୁ ମିତ୍ର ଓ ପରିବାରର ସଦସ୍ୟମାନେ ଆପଣଙ୍କ ସଫଳତାରେ ଖୁସି ହୋଇପାରନ୍ତି । ବିଦେଶରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନେ ବହୁତ ଭଲ ସୁବିଧା ସୁଯୋଗ ପାଇପାରିବେ ।

ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୁର ମିଶେଇ ମସ୍ତକରେ ଧାରଣ କରନ୍ତୁ

ବିଚ୍ଛା:- ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ କରିବା ଫଳରେ ଅଚାନକ ଧନ ପ୍ରାପ୍ତି ହୋଇପାରେ । ଅଫିସ୍‌ରେ ସହକର୍ମୀ ମାନଙ୍କ ସହିତ ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରି ପାରନ୍ତି । ଛାତ୍ରଛାତ୍ରୀମାନେ ଅଧ୍ୟୟନ ପ୍ରତି ଧ୍ୟାନ ଦେବା ସହ ପ୍ରେମ ସମ୍ବନ୍ଧରେ କିଛି ସମସ୍ୟା ଥିଲେ ସମାଧାନ ହୋଇପାରେ ।

ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ

ଧନୁ:- ଶତ୍ରୃ ମାନେ ମିତ୍ରଭାବ ଆଚରଣ କରିବେ ଓ ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହୋଇପାରନ୍ତି । ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟରେ ବଡ଼ ଧରଣର ପ୍ଲାନିଂ କରିପାରନ୍ତି । କର୍ମ କ୍ଷେତ୍ରରେ ସାଙ୍ଗମାନଙ୍କ ସହିତ ହସ ଖୁସିରେ ସମୟ ବିତାଇପାରନ୍ତି ।

ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ

ମକର:- ଶରୀର ସୁସ୍ଥ ରହିବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହୋଇପାରେ । ନିଜର ଚିନ୍ତାଧାରାକୁ ସକରାତ୍ମକ ରଖିବା ଫଳରେ ବ୍ୟବସାୟକୁ ନେଇ ବଡ଼ ଧରଣର ଚୁକ୍ତି ହୋଇପାରେ । ଦାମ୍ପତ୍ୟ ଜୀବନରେ ର୍ଧଯ୍ୟ ଓ ସଂଯମତା ହେତୁ ସଫଳତା ପାଇପାରିବେ ।

ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ

କୁମ୍ଭ:- ଆୟର ନୂଆ ଉତ୍ସ ବିକଶିତ ହେବା ସହ ଅନୁସନ୍ଧାନ ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ଲାଭ ମିଳିପାରିବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବା ହେତୁ ମନ ଖୁସି ରହିପାରେ। କ୍ୟାରିୟରରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବାର ସମ୍ଭାବନା ରହିଛି ।

ପ୍ରତିକାର-ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ

ମୀନ:- ବିଦ୍ୟାର୍ଥିମାନେ ପ୍ରତିଯୋଗିତା ଓ ପରୀକ୍ଷାରେ ସଫଳତା ପାଇପାରିବେ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରି ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ତତ୍ପର ହୋଇପାରନ୍ତି । କ୍ରୀଡ଼ା ଓ କଳା ସହିତ ଜଡିତଥିବା ଲୋକମାନଙ୍କର କ୍ୟାରିୟରରେ ସଫଳତା ପାଇପାରିବେ ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ