• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୨ ତାରିଖ, ବୁଧବାର, କନ୍ୟା ୬ ଦିନ, ଆଶ୍ୱିନ ମାସ, କୃଷ୍ଣପକ୍ଷ, ଦ୍ୱିତୀୟା ତିଥି, ରେବତୀ ନକ୍ଷତ୍ର । ଜାଣନ୍ତୁ, ଆଜି କେମତି କଟିବ ଆପଣଙ୍କ ଦିନ....

ମେଷ:- ସରକାରୀ କ୍ଷେତ୍ରରେ ସଫଳତା ମିଳିପାରେ। ପରିବାର ଓ ମିତ୍ରଙ୍କ ସହିତ ସମୟ ଅତିବାହିତ କରିପାରନ୍ତି। ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟ ହୋଇପାରନ୍ତି। କିନ୍ତୁ ମନରେ ଅଶାନ୍ତି ଦେଖା ଦେଇପାରେ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବୃଷ:- ସମସ୍ତ କ୍ଷେତ୍ରରେ ଖୁସି ମିଳିପାରେ। ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢିବା ସମ୍ଭବ ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। 

ସନ୍ତାନ ସମ୍ବନ୍ଧୀୟ କୌଣସି ମହତ୍ୱପୂର୍ଣ୍ଣ କାମ ଆପଣଙ୍କ ଦ୍ୱାରା ହୋଇପାରେ।

ପ୍ରତିକାର-ଶ୍ୱେତଚନ୍ଦନରେ କର୍ପୁର ମିଶାଇ ମସ୍ତକରେ ଧାରଣ କରନ୍ତୁ 

ମିଥୁନ:- ଶାରୀରିକ କଷ୍ଟ ଦୂର ହୋଇପାରେ ଓ ପ୍ରଚୁର ଧନଲାଭ ହୋଇପାରେ। ସମସ୍ତ ଫଇସଲା ଓ ର୍ନିଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ବ୍ୟାପାର ଓ କାମ କାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷଜନକ ହେବ।

ପ୍ରତିକାର-ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ 

କର୍କଟ:- ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ତରବାରିଆ ଭାବେ କୌଣସି କାର୍ଯ୍ୟ ନକରି ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ।

ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:- ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରିବେ। ବ୍ୟବସାୟ କ୍ଷେତ୍ରରେ ଚତୁରତାସହ ଗତିକରି କାମ ହାସଲ କରିବେ। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ।

ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କନ୍ୟା:- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୁଶ୍ଚିନ୍ତା ଦୂରହେବ। ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହପୂର୍ଣ୍ଣ ସମାଚାର ଶୁଣିପାରନ୍ତି। ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ। 
ଦୂରଯାତ୍ରାର ସୁଯୋଗ ମିଳିପାରେ। ସଫଳତା, ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇପାରେ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ 

ତୁଳା:- ସୁଖ, ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହୋଇ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହୋଇପାରେ। କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହୋଇପାରେ।
ନୂତନ କର୍ମ ନିଯୁକ୍ତିରେ ସଫଳ ହେବେ ଓ ନୂତନ ବ୍ୟବସାୟର ସୁଯୋଗ ପାଇପାରନ୍ତି।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ବିଛା:- ଶୁଭ ସମ୍ବାଦ ପାଇ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ିପାରେ। ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ। 

ପ୍ରତିକାର-ଆମିଷ ସେବନ କରନ୍ତୁ ନାହିଁ

ଧନୁ:- ର୍ନିମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ପନିପରିବା ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ। ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତିର ସମାଧାନ କରି ପ୍ରଶଂସା ପାଇବେ। 

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମକର:-  ଶତ୍ରୁମାନେ ଦୁର୍ବଳ ହେବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତ ଇଥ୍ୟାଦି କ୍ଷେତ୍ରରେ ପ୍ରଶଂସିତ ହେବେ। ରାସ୍ତାରେ ଯିବା ସମୟରେ ସତର୍କ ରୁହନ୍ତୁ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ:- ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ବାଧା ଦେଖା ଦେବ ନାହିଁ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଶୁଭ ସୂଚନା ପାଇବେ। 

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ 

ମୀନ:-ସମସ୍ତ ଚିନ୍ତାରୁ ମୁକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିବ। ଶତ୍ରୁମାନେ ଦୂରେଇ ଯିବେ ଓ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। 

ପ୍ରତିକାର-ମହୁଟିକେ ଖାଇ ଘରୁ ବାହାରନ୍ତୁ