• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୨ ତାରିଖ, ସୋମବାର, ବିଛା୭ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ତୃତୀୟାତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବା ଫଳରେ ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ସାମାଜିକ କାର୍ଯ୍ୟରେ ପ୍ରଶଂସା ପାଇବା ସହ ସାମୁହିକ ଗତିବିଧି ଦ୍ୱାରା ଆପଣ ସଫଳତା ହାସଲ କରିପାରିବେ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

 

ବୃଷ:-ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇପାରିବେ ।କର୍ମ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେହୋଇପାରନ୍ତି । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ୱାରା ସହଜ ସୁବିଧାରେ ହୋଇପାରେ ।

ପ୍ରତିକାର:-କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

 

ମିଥୁନ:-ସମାଜରେ ପ୍ରତିଷ୍ଠା ବୃଦ୍ଧି ହବା ସହ ଶତ୍ରୁଙ୍କ ସହିତ ମୁକାବିଲା କରିପାରନ୍ତି । କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିପାରେ । ଜୀବନସାଥିଙ୍କ ସମ୍ପର୍କରେ କିଛି ସମସ୍ୟା ସମାଧାନ ହୋଇ ଶାନ୍ତି ପାଇପାରିବେ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

 

କର୍କଟ:- ସାଂସାରିକ ଜୀବନରେ ସୁଖ ପ୍ରାପ୍ତି ହେବା ସହ ମାନସିକତାରେ ପରିବର୍ତ୍ତନ ହୋଇପାରିବ । କୌଣସି ଠାରୁ ଶୁଭ ସମାଚାର ଶୁଣିବାକୁ ମିଳିପାରିବେ । ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ପରାକ୍ରମ ଓ ପରିଶ୍ରମ ଦ୍ୱାରା ଲାଭ ମିଳିପାରିବ ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

 

ସିଂହ:- ପରିବାରରେ ଖୁସିର ବାତା ବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟି ହୋଇପାରିବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହୋଇ ମାନସିକ ସୁସ୍ଥତା ଅନୁଭବ କରିପାରନ୍ତି ।

ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

 

କନ୍ୟା:- ସମସ୍ତ କର୍ମ ବହୁତ ସହଜ ସରଳରେ ହିଁ ସମ୍ପନ୍ନ ହୋଇପାରିବ । ପାରିବାରିକ କ୍ଷେତ୍ରରେ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ।ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାକ୍ଷେତ୍ରରେ ଆଗ୍ରହୀ ହୋଇପାରିବେ ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

 

ତୁଳା:- ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଖାଦେବା ସହ ସାମାଜିକ ପତିଆରା ଅମଳିନ ରହିପାରେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ର୍ନିଭର କରିପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହୋଇପାରିବ ।

ପ୍ରତିକାର:- କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

 

ବିଚ୍ଛା:- ସାମୁହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢି ପାରନ୍ତି । ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇ ଯିବ ।ଗୁପ୍ତ ଶତ୍ରୁମାନେ ବାହାରକୁ ପ୍ରକାଶ ପାଇପାରିବେ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

 

ଧନୁ:-କର୍ମ କ୍ଷେତ୍ରରେ ଶୁଭ ସୂଚନା ପାଇ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ କ୍ଷାତି ବଢିପାରିବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇପାରିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ ।

ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

 

ମକର:- ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟ ସ୍ଥିରେ ସମାଧାନ ହୋଇପାରିବ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର କରିପାରନ୍ତି । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

 

କୁମ୍ଭ:-ପରିବାର ସମ୍ବନ୍ଧିତ କୌଣସି ବନ୍ଧୁଙ୍କ ଦ୍ୱାରା ଶୁଭ ସମାଚାର ଶୁଣିପାରନ୍ତି । କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିପାରେ । ଆଲୋଚନା କ୍ଷେତ୍ରରେ ସୁଫଳ ପାଇପାରିବେ ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

 

ମୀନ:-ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ । କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ପାଇପାରନ୍ତି । ଆୟ ବୃଦ୍ଧି ହୋଇ ଟଙ୍କାର ଆବଶ୍ୟକତା ପୂରଣ ହୋଇପାରିବ ।

ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ