• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୧ ତାରିଖ, ମଙ୍ଗଳବାର, କନ୍ୟା ୬ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ ଦ୍ୱିତୀୟା ତିଥି, ରେବତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ସାମାଜିକ ସ୍ତରରେ ସମ୍ମାନଲାଭ କରିବେ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯାଇପାନ୍ତି । ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ପାରନ୍ତି କିନ୍ତୁ ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହୋଇପାରନ୍ତି ।

ପ୍ରତିକାର:-ଅଶ୍ୱତ୍‌ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

ବୃଷ:-ସହକର୍ମୀ ମାନଙ୍କସହ ଶତ୍ରୁତା ମେଣ୍ଟି ଯାଇପାରେ ଓ ଶତ୍ରୁମାନେ ମଥାନତ କରିପାରନ୍ତି । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ୍ୱ ମେଣ୍ଟିଯିବା ସହ ମାନସିକ ଏକାଗ୍ରତା ବଜାୟ ରହିପାରିବ । ଅନେକ ଶୁଭ କର୍ମର ସୁଯୋଗ ପାଇପାରିବେ ।

ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ମିଥୁନ:- ଶରୀର ସୁସ୍ଥ ରହିବା ସହ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିପାରନ୍ତି । ମାଲି ମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିବାର ସମ୍ଭାବନା ରହିଛି ।

ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ

କର୍କଟ:- ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ ଓ ଦାମ୍ପତ୍ୟ ସୁଖରେ ମଧୁରତା ଆପାରେ । ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରନ୍ତୁ ।

ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ସିଂହ:- ପରିଶ୍ରମ ଦ୍ୱାରା ବ୍ୟବସାୟ ବଢିବ ଓ ବିରୋଧୀମାନେ ହଇରାଣ ହୋଇପାରିବେ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହୋଇ ପରିବାରରେ ସୁସ୍ଥ ବାତାବରଣ ରହିପାରିବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବାର ଆଶା ରହିଛି । ପ୍ରତିକାର:-କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କନ୍ୟା:- ଶତ୍ରୁ ମାନେ ପରାଜିତ ହେବା ଫଳରେ ର୍ନିମାଣ ମୂଳକ ଯୋଜନାରେ ଆଗେଇ ପାରନ୍ତି । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବା ସହ ଧନଲାଭ ହେବାରୁ ଖୁସି ହୋଇପାରିବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେଇପାରନ୍ତି ।

ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ

ତୁଳା: -ଶୁଭ କାମ କରି ପ୍ରଶଂସିତ ହେବା ସହସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିପାରେ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବା,ଆୟବୃଦ୍ଧି ହେବା, ଋଣମୁକ୍ତି, କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ପ୍ରତିକାର- ଶ୍ୱେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ

ବିଚ୍ଛା:- ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିପାରେ । ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ସମସ୍ୟାକୁ ସମାଧାନ କରିପାରନ୍ତି । ଦାମ୍ପତ୍ୟ ସୁଖରେ ମଧୁରତା ଆସିବା ସହ ପିଲାମାନେ ପରୀକ୍ଷାରେ ସଫଳତା ପାଇପାରିବେ ।

ପ୍ରତିକାର- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ଧନୁ:- ର୍ନିମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦିଅନ୍ତୁ । ପନିପରିବା ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଲାଭବାନ୍‌ ହୋଇପାରିବେ । ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତିର ସମାଧାନ କରି ପ୍ରଶଂସା ପାଇପାରନ୍ତି ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ମକର:- ଶତ୍ରୁମାନେ ଦୁର୍ବଳ ହେବେ ଏବଂ ଆୟରପନ୍ଥା ସହଜ ହୋଇପାରେ । ଆର୍ଥିକ ଚିନ୍ତା ଦୁରହେବ ଓ ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହୋଇପାରିବ । ବ୍ୟବସାୟୀ ମାନେ ପ୍ରଚୁର ଲାଭ ପାଇପାରନ୍ତି ଓ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିପାରନ୍ତି ।

ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କୁମ୍ଭ:- ସହକର୍ମୀ ମାନଙ୍କ ସହ ଶତ୍ରୃତା ମେଣ୍ଟିଯିବା ଫଳରେ ପ୍ରବଳ ଶତ୍ରୃମାନେ ଦୁର୍ବଳ ହୋଇପାରନ୍ତି । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିପାରିବ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି ।

ପ୍ରତିକାର- ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ

ମୀନ:- ଶିକ୍ଷାର୍ଥୀମାନେ ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରନ୍ତି । କର୍ମ କ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ବିଶେଷ ଲାଭବାନ ହୋଇପାରନ୍ତି । ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇପାରନ୍ତି ।

ପ୍ରତିକାର- ଟିକେ ମହୁ ଖାଇ ଘରୁ ବାହାରନ୍ତୁ