• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୨୦୨୧ ମସିହା, ଅକ୍ଟୋବର ମାସ ୨୧ତାରିଖ, ଗୁରୁବାର, ତୁଳା ୫ ଦିନ, ଆଶ୍ୱିନ ମାସର ୨୯ ଦିନ, କୃଷ୍ଣପକ୍ଷ, ପ୍ରତିପଦାତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ...

ମେଷ: ବ୍ୟବସାୟ ବାଣିଜ୍ୟରେ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ଉନ୍ନତି ହେବ। ନୂତନ ଆୟ ପନ୍ଥା ମିଳିପାରେ। ଯାନ ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ।
ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ  

ବୃଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ,ସତର୍କ ରୁହନ୍ତୁ। ପରିବାରରେ କଳହ ଦେଖା ଦେଇପାରେ। ମୂଲ୍ୟବାନ ମନ ପସନ୍ଦର ଦ୍ରବ୍ୟହାନୀ ହୋଇପାରେ।

ପ୍ରତିକାର:-  ନମୋଃ ଭଗବତେ ବାସୁଦେବାୟ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ମିଥୁନ: କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ଆର୍ଥିକ ଲାଭ ପାଇପାରନ୍ତି। ମାନ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ସୁଖି ହେବେ।
ପ୍ରତିକାର- ଧଳା ରଙ୍ଗର ବ୍ୟବହାର କରନ୍ତୁ

କର୍କଟ: କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ଶାରୀରିକ ଅସୁସ୍ଥତା ଦୂର ହେବ। ମହିଳାମାନେ ପରିବାରରେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ।
ପ୍ରତିକାର- ଶୁଭତ୍ୱରେ ବୃଦ୍ଧିପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ 

ସିଂହ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟ ବାଣିଜ୍ୟରୁ ଆଶାଠାରୁ ଅଧିକ ଲାଭବାନ ହେବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। 
ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ ଶୁଭତ୍ୱରେ ବୃଦ୍ଧିହେବ

କନ୍ୟା: କର୍ମକ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଆର୍ଥିକ ଉନ୍ନତି ହୋଇପାରେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।
ପ୍ରତିକାର:- ଗଂ ଗଣପତୟେ ନମଃ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ

ତୁଳା: ଆୟର ନୂତନ ପନ୍ଥା ମିଳିପାରେ। ବ୍ୟବସାୟ ବାଣିଜ୍ୟରେ ଲାଭ ମିଳିପାରେ। ଗୃହ ନିର୍ମାଣର ସୁଯୋଗ ଆସିପାରେ।
ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

ବିଛା: ବ୍ୟବସାୟ ବାଣିଜ୍ୟରେ ଶୁଭଫଳ ପାଇବେ। ବନ୍ଧୁଙ୍କ ସହଯୋଗ ପାଇବେ। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।
ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ

ଧନୁ: କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁବାନ୍ଧବଙ୍କ ସହ ପରିବାରରେ ଭୁଲ ବୁଝାମଣା ହୋଇପାରେ। ଶାରିରୀକ ସୁସ୍ଥତା ଲାଭ କରିବେ।
ପ୍ରତିକାର- ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ 

ମକର: କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହେବ। ବନ୍ଧୁଙ୍କ ସହିତ ବିବାଦ ଯୋଗୁ ମନ ଅଶାନ୍ତ ରହିବ। ପରିବାରରେ କଳହ ଲାଗିପାରେ।
ପ୍ରତିକାର- ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କୁମ୍ଭ: କର୍ମକ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତ ହୋଇପାରେ। ଆୟ ବୃଦ୍ଧି ହୋଇପାରେ। ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ

ମୀନ: କର୍ମକ୍ଷେତ୍ରରେ ବାଦବିବାଦ ଉପୁଜି ପାରେ, ସତର୍କ ରୁହନ୍ତୁ। ବ୍ୟବସାୟରେ କ୍ଷତି ହୋଇପାରେ। ପରିବାରରେ ଅଶାନ୍ତି ଦେଖା ଦେଇପାରେ।
ପ୍ରତିକାର- ବୃଂ ବୃହସ୍ପତୟେ ନମଃ  ମନ୍ତ୍ରକୁ ୨୧ ଥର ଜପ କରନ୍ତୁ