• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି୨୦୨୧ ମସିହା, ଅକ୍ଟୋବର ମାସ ୨୦ ତାରିଖ, ବୁଧବାର, ତୁଳା ୪ ଦିନ, ଆଶ୍ୱିନ ମାସର ୨୮ ଦିନ, ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ରେବତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ –କର୍ମ କ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ, ସତର୍କ ରୁହନ୍ତୁ । ବାଦବିବାଦରେ ପଡି ହଇରାଣ ହୋଇପାରନ୍ତି । ପରିବାରରେ ଅଶାନ୍ତି ଦେଖାଦେଇପାରେ ।

ପ୍ରତିକାର- ଆଜି ହନୁମାନ ଚାଳିସା ପାଠ କରନ୍ତୁ

 

ବୃଷ –କର୍ମ କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ବ୍ୟବସାୟରେ ଆୟ ଭଲ ହୋଇପାରେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳାରଙ୍ଗର ବ୍ୟବହାର କରନ୍ତୁ

 

ମିଥୁନ - ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହୋଇପାରେ । କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରେ । ଶାରୀରିକ ଅସୁସ୍ଥତା ଦୂର ହେବାର ଆଶା ରହିଛି ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

 

କର୍କଟ –କର୍ମ କ୍ଷେତ୍ରରେ ବାଧାବିଘ୍ନ ଦୂର ହେବ । ଆୟର ନୂତନ ପନ୍ଥା ମିଳିପାରିବ । ଭୂମି, ବାହନ କ୍ରୟର ସୁଯୋଗ ଆସିପାରେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ

 

ସିଂହ –କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରି ଶୁଭଫଳ ପାଇପାରିବେ । ଅବରୋଧ ହୋଇ ରହିଥିବା ଧନ ମିଳିପାରିବ । ଦୁର୍ଘଟଣା ଭୟ ରହିଛି, ତେଣୁ ଗାଡି ଚଳାଚଳ କଲାବେଳେ ସରର୍କ ରୁହନ୍ତୁ ।

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

କନ୍ୟା -ଦୈନିକ ରୋଜଗାରରେ ସଫଳତା ମିଳିପାରିବ । ଆକସ୍ମିକ ଅର୍ଥଲାଭର ସୁଯୋଗ ଆସିପାରିବ । ପାରିବାରିକ ସୁଖ ବୃଦ୍ଧି ପାଇପାରେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଆଜି ଚନ୍ଦନର ତିଳକ ମଥାରେ ଲଗାନ୍ତୁ

 

ତୁଳା - ଇଚ୍ଛିତ ଅଭିଳାଷ ପୂରଣ ହୋଇପାରେ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ ହୋଇପାରେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ବ୍ୟବହାର କରନ୍ତୁ ଏବଂ ଗୋ ମାତାଙ୍କୁ ଖାଦ୍ୟ ଦିଅନ୍ତୁ

 

ବିଛା - ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରିବେ । ଆର୍ଥିକ ଅବସ୍ଥା ଭଲ ରହିପାରିବ । ଶାରିରୀକ ସୁସ୍ଥତା ଏବଂ ପରିବାରରେ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

 

ଧନୁ – କର୍ମ କ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇପାରିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେଇପାରନ୍ତି ।

ପ୍ରତିକାର- ଶୁଦ୍ଧ କେଶରର ତିଳକ ମଥାରେ ଲଗାନ୍ତୁ

 

ମକର – କର୍ମ କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି । ଆକସ୍ମିକ ଧନଲାଭର ସୁଯୋଗ ଆସିବ

ପରିବାରରେ ଶାନ୍ତି ପାଇପାରିବେ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ସବୁଜ ରଙ୍ଗର ବ୍ୟବହାର କରନ୍ତୁ

 

କୁମ୍ଭ –କର୍ମ କ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ । ପରିବାରରେ ଅଶାନ୍ତି ଦେଖାଦେଇପାରେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରିବେ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

 

ମୀନ -ବ୍ୟବସାୟ ବାଣିଜ୍ୟରେ ଉନ୍ନତି ଦେଖାଦେଇପାରେ । ପରିବାରରେ ସୁଖ ବୃଦ୍ଧି ହୋଇପାରେ । ଦୂର ଯାତ୍ରା କରିପାରନ୍ତି, ଯାତ୍ରା ସୁଖମୟ ହୋଇପାରିବ ।

ପ୍ରତିକାର- ଶୁଭତ୍ୱରେ ବୃଦ୍ଧି ପାଇଁ ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ