• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି୨୦୨୧ ମସିହା, ନଭେମ୍ବର ମାସ ୨୦ ତାରିଖ, ଶନିବାର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ। ଯେଉଁ ସମସ୍ୟା ଥିଲା ତାହା ଦୂର ହୋଇଯିବ, ଯାହା ଫଳରେ ଶାନ୍ତି ଅନୁଭବ କରିପାରନ୍ତି । ଅନ୍ୟର ଉପକାର କରି ପ୍ରଶଂସା ପାଇବେ , ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଦୂରେଇ ଯାଇପାରେ । ଛାତ୍ରଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଭ କରି ପଢାରେ ମନଯୋଗ ଦେଇପାରନ୍ତି ।

ପ୍ରତିକାର:-ପ୍ରତ୍ୟେକ ଦିନ ସକାଳେ ବିଷ୍ଣୁ ସହସ୍ରନାମ ଶ୍ରବଣ କିମ୍ବା ପଠନ କରନ୍ତୁ

 

ବୃଷ -ପ୍ରତ୍ୟେକଟି ଦିଗରେ ସଫଳତା ହାସଲ କରିବେ , ଧନ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବା ସହ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହୋଇପାରନ୍ତି । ନିଷ୍ଠା ଆତ୍ମବିଶ୍ୱାସ ସହନଶୀଳତା ବଳରେ ଯଶବିଜୟ ପ୍ରାପ୍ତ ହୋଇପାରେ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହୋଇ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ । ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟରେ ଯୋଗଦେଇ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହୋଇପାରିବ ।

ପ୍ରତିକାର:-ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ , ଗୁଡ଼, କଦଳୀ, ବୁଟଡାଲି, ହଳଦୀ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦିନ ଦାନ କରନ୍ତୁ

 

ମିଥୁନ- ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହୋଇପାରେ । ପାରିବାରିକ ଜୀବନରେ ଦେଖାଦେଉଥିବା ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହୋଇପାରେ । ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦପାଇ ଖୁସି ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଛାତ୍ର ଛାତ୍ରୀମାନେ ସମସ୍ତ ପ୍ରତିଯୋଗିତାରେ ସଫଳତା ପାଇପାରିବେ ।

ପ୍ରତିକାର:- ବ୍ରହ୍ମଜଷ୍ଠି ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ସୂତାରେ ଗୁଡେଇ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିବେ ଏବଂ ଗ୍ରହ ବିପ୍ରଙ୍କୁ ବିଷ୍ଣୁ ମନ୍ଦିରରେ ହଳଦିଆ ଖେଚୁଡ଼ି, ଲଡୁ, ହଳଦିଆ ବସ୍ତ୍ର ଦାନ କରନ୍ତୁ ।

 

କର୍କଟ- କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବୃହସ୍ପତିଙ୍କ ଚଳନ ଅଶୁଭ ପ୍ରଦାନ କରିପାରେ । ଏହା ସହିତ ଶନିଙ୍କ ସ୍ଥିତି ଅଶୁଭ ଥିବା ଯୋଗୁଁ ଅଶୁଭ ଫଳର ମାତ୍ରା ବଢିଯିବ କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗୁ ଅଶୁଭ ମାତ୍ରା କିଛିଟା କମିବାର ଆଶା ଅଛି । ଏଣୁ ମାନସିକ ଅଶାନ୍ତି, ଶାରୀରିକ ପୀଡା, ସମ୍ମାନ ହାନୀ, ପାରିବାରିକ ଅଶାନ୍ତି,ଆୟ ଅପେକ୍ଷା ବ୍ୟୟ ଅଧିକା ହେବାର ସମ୍ଭାବନା ରହିଛି । ବନ୍ଧୁବାନ୍ଧବଙ୍କ ସହିତ ମତାନ୍ତର ମନାନ୍ତର ଏହିପରି ନାନା ଅସୁବିଧା ସୃଷ୍ଟି ହୋଇପାରେ । ଏଣୁ କର୍କଟ ରାଶି ପକ୍ଷରେ ପ୍ରତିକାର କରିବା ନିହାତି ଆବଶ୍ୟକ । ପ୍ରତିକାରକୁ ଠିକ ଭାବରେ କରିଲେ ଅଶୁଭ ଫଳ ବହୁମାତ୍ରାରେ କମିଯିବ ଏବଂ ଶୁଭଫଳ ପାଇପାରିବେ ।

ପ୍ରତିକାର- ବୃହସ୍ପତିଙ୍କ ମନ୍ତ୍ର ବୃଂ ବୃହସ୍ପତୟେ ନମଃ ମନ୍ତ୍ରକୁ ପ୍ରତ୍ୟେକଦିନ ଜପ କରିବେ ଗରୀବ ପିଲାଙ୍କୁ ଶିକ୍ଷା ପ୍ରାପ୍ତିପାଇଁ ସାହାଯ୍ୟ କରନ୍ତୁ

 

ସିଂହ ରାଶି- ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବୃହସ୍ପତି ଚଳନ ଶୁଭ ଫଳ ପ୍ରଦାନ କରିବ । ଏଣୁ ମାନସିକ ଶାନ୍ତି ପାଇବେ, ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି । ବିପୁଳ ଧନ ପ୍ରାପ୍ତିର ସୂଯୋଗ ପାଇବେ, ବ୍ୟବସାୟରେ ସଫଳତା ପାଇପାରନ୍ତି । ନୂତନ କର୍ମପନ୍ଥା ମିଳିପାରେ ଚେଷ୍ଟା କରନ୍ତୁ , ପରିବାରରେ ଶୁଖ ଶାନ୍ତି ରହିପାରିବ ।

ପ୍ରତିକାର- ଶୁଦ୍ଧ ଜାଫ୍ରାନ କେଶରର ତିଳକ ନିଜ ମଥାରେ ପ୍ରତ୍ୟେକଦିନ ଲଗାନ୍ତୁ ଏବଂ ହଳଦିଆ ରଙ୍ଗର ବ୍ୟବହାର ପ୍ରତ୍ୟେକ ଗୁରୁବାର ଦିନ କରନ୍ତୁ

 

କନ୍ୟାରାଶି – କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବୃହସ୍ପତି ଚଳନ ଅଶୁଭ ଫଳ ପ୍ରଦାନ କରିପାରେ । ଯଥା ମାନସିକ ଅଶାନ୍ତି, କାର୍ଯ୍ୟ କ୍ଷେତ୍ରରେ ଶତ୍ରୃ ବୃଦ୍ଧି ହୋଇପାରିବ । ନିଜ ଲୋକ ଓ ବନ୍ଧୁବାନ୍ଧବଙ୍କ ସହିତ ଭୁଲ ବୁଝାମଣା ହୋଇପାରେ । ଅତ୍ୟଧିକ ବ୍ୟୟ ଯୋଗୁଁ ମନକଷ୍ଟ ହେବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ, ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ପରିବାରରେ ଅଶାନ୍ତି ଦେଖାଦେବ ।

ପ୍ରତିକାର- ପ୍ରତ୍ୟେକଦିନ ବୃହସ୍ପତିଙ୍କ ବୀଜମନ୍ତ୍ର ବୃଂ ବୃହସ୍ପତୟେ ନମଃ ମନ୍ତ୍ରକୁ ଜପ କରନ୍ତୁ

 

ତୁଳା:- ଆପଣଙ୍କ ରାଶିର ପଞ୍ଚମ ଭାବରେ ବା ଉଚ୍ଚଶିକ୍ଷା ଓ ସନ୍ତାନ ସ୍ଥାନରେ ଗୁରୁ ପ୍ରବେଶ କରି ଭାଗ୍ୟଭାବ, ଲାଭଭାବ ଏବଂ ଶରୀରଭାବକୁ ପ୍ରଭାବିତ କରୁଛନ୍ତି ଯାହାଫଳରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହୋଇପାରିବ । ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରିବ । ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ, ଫଳରେ ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ପାଇପାରନ୍ତି ।

ପ୍ରତିକାର-ଅଷ୍ଟଗନ୍ଧ ତିଳକଚନ୍ଦନ ମସ୍ତକରେ ଧାରଣ କରନ୍ତୁ, ପ୍ରତ୍ୟେକ ଗୁରୁବାର ଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

 

ବିଚ୍ଛା:- ବିଛା ରାଶିର ବୃହସ୍ପତି ଗୋଚରରେ ଅଶୁଭ କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗେ ସମଫଳ ଭୋଗ କରିବେ । ଆପଣଙ୍କ ରାଶିରେ ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିଛନ୍ତି ଏହି ସମୟ ମଧ୍ୟରେ ଅଷ୍ଟମଭାବ, କର୍ମଭାବ, ଏବଂ ବ୍ୟୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ପ୍ରଭାବିତ କରିବେ । ଯାହା ଫଳରେ କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହୋଇପାରିବେ । ଛାତ୍ର ଛତ୍ରୀମାନେ କଠିନ ପରିଶ୍ରମ କରି ପାଠ ପଢାରେ ମନଯୋଗ ଦେବା ଫଳରେ ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ଧିରେ ଧିରେ ସମାଧାନ ହୋଇ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେଇପାରିବ ।

ପ୍ରତିକାର- ଗୁରୁବାର ଦିନ ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ଗୁଡେଇ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ, ପ୍ରତ୍ୟେକ ଗୁରୁବାର ଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

 

ଧନୁ:- ଧନୁରାଶିର ବୃହସ୍ପତି ଗୋଚରରେ ଅଶୁଭ କିନ୍ତୁ ଚଳନ ସମୟରେ ଚନ୍ଦ୍ର ଶୁଭ ଯୋଗୁଁ ସମଫଳ ଭୋଗ କରିପାରନ୍ତି । ଆପଣଙ୍କ ରାଶିକୁ ବୃହସ୍ପତି ତୃତୀୟ ବା ପରାକ୍ରମ ଭାବରେ ପ୍ରବେଶ କରି ବ୍ୟବସାୟଭାବ,ଭାଗ୍ୟଭାବ ଏବଂ ଆୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଥିବାର ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିପାରିବ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀ ହେବ ଓ ବହୁବିଧ ଲାଭ ମିଳିପାରିବ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସରତ ହୋଇପାରନ୍ତି । ଜାଗା ଜମି ସମ୍ବନ୍ଧିୟ ବିବାଦ, କୋର୍ଟ କଚେରୀ କାର୍ଯ୍ୟ ଓ ସରକାରୀ କାଯର୍ୟରେ ସଫଳତା ଲାଭ କରିବେ ଶତ୍ରୁ ମାନେ ପରାଜିତ ହୋଇ ଅଚାନକ ଧନଲାଭ ହେବାରୁ ଖୁସି ହୋଇପାରନ୍ତି । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବାର ସମ୍ଭାବନା ରହିଛି ।

ପ୍ରତିକାର- ଗୁରୁବାର ଦିନ ବ୍ରହ୍ମଜଷ୍ଠି ମୂଳ ବା ବ୍ରାହ୍ମଣଝାଟିଆ ମୂଳକୁ ବ୍ରାହ୍ମଣଙ୍କ ଦ୍ୱାରା ନିମନ୍ତ୍ରଣ କରିଆଣି ନିଜର ନାମ ଓ ଗୋତ୍ରାନୁଯାୟୀ ଅଭିମନ୍ତ୍ରଣ କରି ହଳଦିଆ ଉଲ୍ ସୂତାରେ ଗୁଡେଇ ମହିଳାମାନେ ବାମ ବାହୁରେ ପୁରୁଷମାନେ ଦକ୍ଷିଣ ବାହୁରେ ବନ୍ଧନ କରିଲେ ବୃହସ୍ପତି ସନ୍ତୁଷ୍ଟ ରହିବେ । ପ୍ରତ୍ୟେକ ଗୁରୁବାର ଦିନ ଗୋମାତାକୁ କଦଳୀ ଏବଂ ଗୁଡ଼ ଖାଇବାକୁ ଦେବେ ।

 

ମକର- ୨ୟ ବୃହସ୍ପତି ସମୟରେ ଅନେକ କ୍ଷେତ୍ରରେ ସଫଳତା ପାଇପାରିବେ । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିପାରିବ । କୁଟୁମ୍ବ ବିବାଦ ଯାହା ଥିଲା ତାହା ଦୂର ହେବ , ବିବାହ କାର୍ଯ୍ୟ ସମ୍ପାଦନ ହୋଇପାରିବ । ଧାର୍ମିକ କାର୍ଯ୍ୟ, ନୂତନ ଚାକିରୀ ଯୋଗ ରହିଛି । ନୂତନ ବ୍ୟବସାୟ ଆରମ୍ଭ ହେବା ସହିତ ବ୍ୟବସାୟରେ ଲାଭ ବୃଦ୍ଧି ହେବ , ଧନପ୍ରାପ୍ତିର ଯୋଗ ରହିଛି । ମାନ ସମ୍ମାନ ପ୍ରତିଷ୍ଠା ମିଳିପାରିବ । ପାରିବାରିକ ସୁଖ ମିଳିବା ସହିତ ଭୂମି, ଯାନବାହାନ କ୍ରୟ କରିପାରନ୍ତି ।

ପ୍ରତିକାର - ଅଧିକ ଶୁଭତ୍ତ୍ୱ ପ୍ରାପ୍ତି ପାଇଁ ପ୍ରତ୍ୟେକ ଦିନ ପାଖରେ ହଳଦିଆ କପଡାରେ ଖଣ୍ଡ ହଳଦୀ ବାନ୍ଧି ତାହାକୁ ରଖନ୍ତୁ । ପ୍ରତି ଗୁରୁବାର ଦିନ ଘରର ଦ୍ୱାର ବନ୍ଧରେ ହଳଦୀରେ ସ୍ୱସ୍ତିକ ଚିହ୍ନ କରନ୍ତୁ ,ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ । ଶନିବାର ଦିନ ଓସ୍ତ ପତ୍ରରେ ଲାଲ କୁଙ୍କୁମରେ ଶ୍ରୀରାମ ଲେଖି ଶ୍ରୀ ହନୁମାନଙ୍କୁ ଅର୍ପଣ କରନ୍ତୁ , ଏହାଦ୍ୱାରା ଅନେକ ଶୁଭଫଳ ପାଇପାରିବେ ।

 

କୁମ୍ଭ-(ଜନ୍ମ ବୃହସ୍ପତି) ଚଳନ ସମୟରେ ୫ମ, ୭ମ, ୯ମ ଭାବକୁ ଦେଖୁଛନ୍ତି , ତେଣୁ ଏହି ସମୟରେ ଶାରୀରିକ ପୀଡା ଦେଖାଦେବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି , ମାନସିକ ଦୁଶ୍ଚିନ୍ତା ଦେଖା ଦେଇପାରେ । ମନରେ ବାରମ୍ବାର ଭୟ ସୃଷ୍ଟି ହେବ ଧାର କରଜ ଦେବା ପୂର୍ବରୁ କିମ୍ବା ଧାର କରଜ ନେବା ପୂର୍ବରୁ ବାରମ୍ବାର ଚିନ୍ତା କରନ୍ତୁ । ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ମିଳିବ , ସନ୍ତାନ ମାନଙ୍କର କାର୍ଯ୍ୟକଳାପ ସନ୍ତୋଷ ଜନକ ରହିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ , ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କଲେ ଭାଗ୍ୟରେ ପରିବର୍ତ୍ତନ ଘଟିବ ।

ପ୍ରତିକାର- ପ୍ରତିଦିନ ମଥାରେ କେଶର ଚନ୍ଦନ ଧାରଣ କରନ୍ତୁ , ଗୁରୁବାର ଦିନ କୌଣସି ଅସହାୟ ପିଲାକୁ ବହିଦାନ କରନ୍ତୁ ,ଗୁରୁବାର ଦିନ ବ୍ରାହ୍ମଣ, ବାପା, ମାଙ୍କୁ ପ୍ରଣାମ କରନ୍ତୁ । କଦଳୀ ଗଛ ମୂଳରେ ପ୍ରତି ଗୁରୁବାର ଦିନ ହଳଦୀ ଜଳ ଅର୍ପଣ କରି ଧୂପ ଦ୍ୱୀପ ଦେଇ ପୂଜା କରନ୍ତୁ । ଗୁରୁବାର ଦିନ ତୁଳସୀ ପତ୍ରରେ ଶ୍ରୀ ରାମ ଲେଖି ଶ୍ରୀ ହନୁମାନଙ୍କୁ ଅର୍ପଣ କରନ୍ତୁ , ଏହାଦ୍ୱାରା ମଧ୍ୟ ଅନେକ ଶୁଭଫଳ ପାଇପାରିବେ ।

 

ମୀନ -(ଦ୍ୱାଦଶ ବୃହସ୍ପତ୍ତି) ଚଳନ ସମୟରେ ଶାରୀରିକ ପୀଡା ଦେଖାଦେବ ।କର୍ମ କ୍ଷେତ୍ରକୁ ନେଇ ମାନସିକ ଅଶାନ୍ତି ଓ ମାନସିକ ପୀଡା ଦେଖାଦେଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ , ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରିବାକୁ ପଡିପାରେ । କର୍ମ ସ୍ଥାନରେ ବାଧାବିଘ୍ନ,ଅପଦସ୍ତ ହେବାର ସମ୍ଭାବନା ରହିଛି , ଚାକିରୀ ବଦଳି ହେବାର ଯୋଗ ମଧ୍ୟ ରହିଛି ଧାର କରଜ କରିବାକୁ ପଡିପାରେ । କିନ୍ତୁ ଚନ୍ଦ୍ରଙ୍କ ଶୁଦ୍ଧି ଥିବାରୁ କର୍ମ କ୍ଷେତ୍ର ଏବଂ ପାରିବାରିକ ସମସ୍ୟା କିଛିଟା ମାତ୍ରାରେ କମ୍ ରହିପାରେ । ପ୍ରେମ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ ଏବଂ ସନ୍ତାନ ମାନଙ୍କ କାର୍ଯ୍ୟକଳାପ ଭଲ ରହିବ ନାହିଁ ।

ପ୍ରତିକାର- ବହ୍ମଯଷ୍ଠି ଗଛର ଚେରକୁ ଆଣି ହଳଦିଆ ସୂତାରେ ବାନ୍ଧି ପୁରୁଷମାନେ ଡାହାଣ ହାତରେ ଏବଂ ମହିଳାମାନେ ବାମ ହାତରେ ଧାରଣ କରନ୍ତୁ । ବିଷ୍ଣୁଙ୍କ ମନ୍ଦିରରେ ହଳଦିଆ ପତାକା ଅର୍ପଣ କରନ୍ତୁ । ପ୍ରତି ଗୁରୁବାର ଦିନ ଲକ୍ଷ୍ମୀନୃସିଂହଙ୍କୁ ଦର୍ଶନ କରି ତୁଳସୀ ଅର୍ପଣ କଲେ ଶୁଭଫଳ ପାଇବେ । ଗୁରୁବାର ଦିନ ଅର୍ମପତ୍ରରେ ଶ୍ରୀ ରାମ ଲେଖି ଦୁଆର ବନ୍ଧରେ ଟାଙ୍ଗି ଦିଅନ୍ତୁ । ଏହାଦ୍ୱାରା ନେକ ଶୁଭଫଳ ପାଇପାରିବେ ।