• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି୨୦୨୧ ମସିହା, ନଭେମ୍ବର ମାସ ୧୯ ତାରିଖ, ଶୁକ୍ରବାର, ବିଛା ୪ ଦିନ,ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ:- ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ । ନୂତନ ଆୟ ପନ୍ଥା ମଧ୍ୟ ମିଳିପାରେ । ପରିବାରରେ ମାନସିକ ଅଶାନ୍ତି ଦେଖାଦେବ ।

ପ୍ରତିକାର- ସୋମ ସୋମାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

 

ବୃଷ:- ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ । ବନ୍ଧୁବାନ୍ଧବଙ୍କ ସହ ବିବାଦ ମଧ୍ୟ ହୋଇପାରେ । ମହିଳା ମାନେ ଚିନ୍ତିତ ରହିପାରନ୍ତି ।

ପ୍ରତିକାର:- ଧଳା ରଙ୍ଗର ବ୍ୟବହାର କରନ୍ତୁ

 

ମିଥୁନ:- କର୍ମ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ନୂତନ କାର୍ଯ୍ୟଭାର ହାତକୁ ନେଇପାରନ୍ତି । ପରିବାରରେ ମହିଳାମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିପାରନ୍ତି ।

ପ୍ରତିକାର- ନୀଳ ରଙ୍ଗର ବ୍ୟବହାର କରନ୍ତୁ

 

କର୍କଟ:- ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହୋଇପାରେ । ଭୂମି, ଭବନ କ୍ରୟ କରିବାକୁ ମନ କରିପାରିବେ । ନୂତନ ଆୟ ପନ୍ଥା ମିଳିପାରେ, ମହିଳା ମାନେ ଶାନ୍ତି ପାଇପାରିବେ ।

ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

 

ସିଂହ:- କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ ସାବଧାନ ରୁହନ୍ତୁ । ଅତ୍ୟଧିକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ କ୍ଳାନ୍ତି ଅନୁଭବ କରିପାରନ୍ତି । ପରିବାରରେ ମହିଳା ମାନେ ଶାନ୍ତି ପାଇପାରିବେ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

 

କନ୍ୟା:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ ।

ପ୍ରତିକାର:- ବୃଂ ବୁଧାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

 

ତୁଳା:-କର୍ମ କ୍ଷେତ୍ରରେ ମାନ ସମ୍ମାନ ପାଇ ମନ ଖୁସି ରହିପାରେ । ଦୂର ଯାତ୍ରା ଭ୍ରମଣ ଯୋଗ ରହିଛି । ମହିଳାମାନେ ସୁଖ ଶାନ୍ତିରେ ଦିନ ଅତିବାହିତ କରିପାରନ୍ତି ।

ପ୍ରତିକାର- ଧଳା ରଙ୍ଗର ବ୍ୟବହାର କରନ୍ତୁ

 

ବିଚ୍ଛା:- ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ପାଇପାରିବେ । ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଭୂମି ଭବନ, ବାହନ ଏ ସବୁ କ୍ରୟ କରିବା ପାଇଁ ଯୋଜନା କରିପାରିବେ ।

ପ୍ରତିକାର:- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

 

ଧନୁ:- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ କିନ୍ତୁ ବ୍ୟୟ ବୃଦ୍ଧି ମଧ୍ୟ ହୋଇପାରେ । ମାନ ସମ୍ମାନ ବୃଦ୍ଧି ହେବ । ଛାତ୍ରଛାତ୍ରୀ ମାନେ ସଫଳତା ଲାଭ କରିପାରନ୍ତି ।

ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

 

ମକର:- କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ । ଗୁପ୍ତ ଶତ୍ରୁ ହଇରାଣ ହରକତ କରିପାରନ୍ତି ସାବଧାନ ରୁହନ୍ତୁ । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେଇପାରନ୍ତି ।

ପ୍ରତିକାର-ହନୁମାନ ଚାଲିଶା ୩ ଥର ପାଠ କରନ୍ତୁ

 

କୁମ୍ଭ:-କର୍ମ କ୍ଷେତ୍ରରେ ମାନସମ୍ମାନ ପାଇପାରିବେ । ମାନସିକ ଚିନ୍ତା ଦୂର ହୋଇପାରିବ । ମହିଳାମାନେ ସମାଜରେ ପ୍ରତିଷ୍ଠା ଲାଭ କରିପାରିବେ ।

ପ୍ରତିକାର - ଚନ୍ଦନର ତିଳକ ମଥାରେ ଲଗାନ୍ତୁ

 

ମୀନ:- କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି ସତର୍କ ରହି କାର୍ଯ୍ୟ କରନ୍ତୁ ।ମାନସିକ ଚିନ୍ତା ଲାଗି ରହିପାରିବ । ମହିଳାମାନେ ବନ୍ଧୁଙ୍କ ସହଯୋଗ ପାଇପାରିବେ ।

ପ୍ରତିକାର- ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ