• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୨୦୨୧ ମସିହା, ନଭେମ୍ବର ମାସ ୧୮ ତାରିଖ, ଗୁରୁବାର, ବିଛା ୩ ଦିନ,ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: କର୍ମ କ୍ଷେତ୍ରରେ ଉନ୍ନତି ହେବ। କିନ୍ତୁ ମାନସିକ ଅଶାନ୍ତି ପାଇପାରନ୍ତି। ଭୂମି କ୍ରୟ ପାଇଁ ଯୋଜନା କରିପାରନ୍ତି। ପରିବାରରେ ମହିଳା ମାନେ ଶାନ୍ତି ପାଇବେ।
ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ 

ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକା ହୋଇପାରେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି। ନୂତନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି।
ପ୍ରତିକାର:- ସବୁଜ ରଙ୍ଗର ବ୍ୟବହାର କରନ୍ତୁ 

ମିଥୁନ: କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ। ବ୍ୟବସାୟରେ ଲାଭ ହୋଇପାରେ। ମହିଳାମାନେ କ୍ଳାନ୍ତି ଅନୁଭବ କରିପାରନ୍ତି।
ପ୍ରତିକାର- ଶ୍ରୀଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ 

କର୍କଟ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରନ୍ତି। ବାକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି। ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଧଳାରଙ୍ଗର ବ୍ୟବହାର କରନ୍ତୁ   

ସିଂହ: କର୍ମ କ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇପାରନ୍ତି। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରି ପାରନ୍ତି। 
ପ୍ରତିକାର- ଶୁଦ୍ଧ ତିଳକର ଚନ୍ଦନ ମଥାରେ ଲଗାନ୍ତୁ  

କନ୍ୟା: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ଅଯଥା ଅତ୍ୟଧିକ ବ୍ୟୟ କରି ଅନୁତାପ କରିବେ। ମହିଳାମାନେ ପରିବାରରେ ଚିନ୍ତିତ ରହିବେ।
ପ୍ରତିକାର:- ସବୁଜ ରଙ୍ଗର ବ୍ୟବହାର କରନ୍ତୁ ଏବଂ ଶ୍ରୀ ଗଣେଶଙ୍କୁ ପ୍ରାର୍ଥନା କରନ୍ତୁ

ତୁଳା: କର୍ମକ୍ଷେତ୍ରରେ ଅତ୍ୟଧିକ ବ୍ୟସ୍ତତା ଯୋଗୁ କ୍ଲାନ୍ତି ଅନୁଭବ କରିପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ। ତେଣୁ ସାବଧାନ ରୁହନ୍ତୁ। ଅଯଥା ଭ୍ରମଣ କରନ୍ତୁ ନାହିଁ। 
ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ 

ବିଛା: ଅତ୍ୟଧିକ କାର୍ଯ୍ୟଭାର ଯୋଗୁ ବହୁତ ବ୍ୟସ୍ତ ରହିବେ। ବ୍ୟବସାୟରେ କ୍ଷତି ହୋଇପାରେ। ମହିଳାମାନେ ପରିବାରକୁ ନେଇ ଚିନ୍ତିତ ରହିବେ।
ପ୍ରତିକାର:- ଲାଲ ରଙ୍ଗର ବ୍ୟବହାର ଅାଜି କରନ୍ତୁ  

ଧନୁ: କର୍ମ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ତେଣୁ ସତର୍କ ରୁହନ୍ତୁ। 
ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର: କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ମହିଳାମାନେ ଚିନ୍ତିତ ରହିବେ।
ପ୍ରତିକାର-  ଶନିଶ୍ଚରାୟ ନମଃ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କୁମ୍ଭ: କର୍ମ କ୍ଷେତ୍ରେରେ ଉଚ୍ଚ ପଦାଧିକାରୀଙ୍କ ଠାରୁ ସମ୍ମାନିତ ହେବେ। ବ୍ୟବସାୟ ବାଣିଜ୍ୟ ଲାଭବାନ ହୋଇପାରନ୍ତି। ମହିଳାମାନେ ଶାନ୍ତିରେ ଦିନଟିକୁ ଅତିବାହିତ କରିବେ।
ପ୍ରତିକାର-  ନୀଳ ରଙ୍ଗର ବ୍ୟବହାର କରନ୍ତୁ 

ମୀନ: କର୍ମ କ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ନିଜ ମନ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇଯାଇପାରେ। ମହିଳାମାନେ ପରିବାରକୁ ନେଇ ଚିନ୍ତା କରି ପାରନ୍ତି। 
ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ