• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜି ୨୦୨୧ ମସିହା, ସେପ୍ଟେମ୍ୱର ମାସ ୧୮ ତାରିଖ, , ଶନିବାର, କନ୍ୟା ୨ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଧନିଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ- କର୍ମ ସଂସ୍ଥାନରେ ବିବାଦ ଦେଖା ଦେଇପାରେ । ହେଲେ ଶତୃମାନଙ୍କ ଉପରେ ବିଜୟ ଲାଭ କରିପାରନ୍ତି । ଦୈନିକ ରୋଜଗାର ଭଲ ହୋଇପାରେ ।

ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ବୃଷ- କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପ୍ରାପ୍ତ ହୋଇପାରେ । ଆଗରୁ ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି । ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ ।

ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମିଥୁନ - କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେଇପାରେ । ଅପମାନ ପାଇପାରନ୍ତି, ସତର୍କ ରୁହନ୍ତୁ । ବନ୍ଧୁଙ୍କ ସହଯୋଗ ପାଇପାରନ୍ତି ।

ପ୍ରତିକାର- ସବୁଜ ରଙ୍ଗର ବ୍ୟବହାର କରନ୍ତୁ

କର୍କଟ - ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହୋଇପାରେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରଇପାରନ୍ତି । ପାରିବାରିକ ଶାନ୍ତି ପାରନ୍ତି ।

ପ୍ରତିକାର- ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ସିଂହ- କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ହୋଇପାରେ । ପରିବାରରେ ଶାନ୍ତି ପାଇପାରନ୍ତି ।

ପ୍ରତିକାର- ନାଲି ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା - କର୍ମକ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ଉଚ୍ଚ ପଦାଧିକାରୀଙ୍କ ଠାରୁ ସମ୍ମାନୀତ ହୋଇପାରନ୍ତି । ଆୟ ବ୍ୟୟ ସମାନ ରହିବ, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ପ୍ରତିକାର- ଶ୍ରୀ ଗଣପତିଙ୍କୁ ଆରାଧନା କରନ୍ତୁ

ତୁଳା- କର୍ମକ୍ଷେତ୍ରରେ ଅଯଥା କଳହ ସୃଷ୍ଟି ହୋଇପାରେ । ପରିବାରରେ ମନାନ୍ତର ମତାନ୍ତର ଘଟିପାରେ । ଉଭୟ ଆୟ ଓ ବ୍ୟୟ ସମାନ ରହିବାର ସମ୍ଭାବନା ରହିଛି ।

ପ୍ରତିକାର- ଧଳାରଙ୍ଗର ବ୍ୟବହାର କରନ୍ତୁ

ବିଛା- କର୍ମକ୍ଷେତ୍ରରେ ଶୁଭ ଫଳ ପାଇପାରନ୍ତି । ପରିବାରରେ ଶାନ୍ତି ପାଇପାରନ୍ତି । ଶାରୀରିକ ସୁସ୍ଥତା ଅନୁଭବ କରିପାରିବେ ।

ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ଧନୁ – ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇପାରେ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ମାନ ସମ୍ମାନ ବୃଦ୍ଧି ହୋଇପାରେ ।

ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ମକର - କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇପାରନ୍ତି । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ଦେଇପାରିବେ ।

ପ୍ରତିକାର- ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ

କୁମ୍ଭ - କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇପାରିବେ । ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ଅଧିକ ବ୍ୟୟ ହେବାର ସମ୍ଭାବନା ରହିଛି । ମାନସିକ ଦୁଶ୍ଚିନ୍ତା ବଢିପାରେ ।

ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ

ମୀନ- ବ୍ୟବସାୟ ବାଣିଜ୍ୟରେ ଲାଭବାନ ହୋଇପାରିବେ । ବକେୟା ଅର୍ଥ ପ୍ରାପ୍ତ ହେବା ସମ୍ଭାବନା ରହିଛି । ସୁଖାଦ୍ୟ ଭୋଜନ ଓ ସୁସମ୍ବାଦ ପ୍ରାପ୍ତ ହୋଇପାରେ ।

ପ୍ରତିକାର- ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ