• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

୨୦୨୧ ମସିହା, ନଭେମ୍ବର ମାସ ୧୭ ତାରିଖ, ବୁଧବାର, ବିଛା ୨ ଦିନ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: କର୍ମକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ କିଛି କାରଣରୁ ମନ କଷ୍ଟ ହୋଇପାରେ। ପରିବାରରେ ଅଶାନ୍ତି ଦେଖା ଦେଇପାରେ। ପିଲାମାନେ ଖେଳ ପ୍ରତି ବେଶି ମନ ଦେବେ।
ପ୍ରତିକାର- ଆଜି ହନୁମାନ ଚାଳିଶା ୩ଥର ପାଠ କରିନିଅନ୍ତୁ

ବୃଷ: କର୍ମକ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇପାରେ। ବ୍ୟବସାୟରେ କ୍ଷତି ହୋଇପାରେ, ତେଣୁ ସାବଧାନ ରୁହନ୍ତୁ। ମହିଳାମାନେ ପରିବାରରେ ଶାନ୍ତି ପାଇବେ।

ପ୍ରତିକାର:- ସବୁଜ ରଙ୍ଗର ବ୍ୟବହାର ଅାଜି କରନ୍ତୁ 

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନୂତନ ଆୟର ପନ୍ଥା ମିଳିପାରେ। ପରିବାରରେ ଶାନ୍ତି ପାଇବେ ଏବଂ ଦୂରଯାତ୍ରା ମଧ୍ୟ ହୋଇପାରେ।
ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଧଳା ରଙ୍ଗର ଆଜି ବ୍ୟବହାର କରନ୍ତୁ 

କର୍କଟ: ନିଜ ଇଚ୍ଛା ଶକ୍ତି ଯୋଗୁ ଅବରୋଧ ହୋଇ ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଦୂର ଯାତ୍ରା ସ୍ଥଗିତ ରଖନ୍ତୁ। ନଚେତ୍‌ ବାଧା ସୃଷ୍ଟି ହୋଇପାରେ। 
ପ୍ରତିକାର- ଆଜି ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ

ସିଂହ: କର୍ମକ୍ଷେତ୍ରରେ ଉନ୍ନତି ହେବ। ପୁରୁଣା ବାଦବିବାଦର ସମାଧାନ ହେବ। ମହିଳାମାନେ ଧର୍ମ ପରାୟଣା ହେବେ। ପିଲାମାନେ ପାଠପଢାରେ ମନ ଦେବେ।
ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ନାଲି ରଙ୍ଗର ବ୍ୟବହାର କରନ୍ତୁ

କନ୍ୟା: କର୍ମକ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ଶାରୀରିକ ଅସୁସ୍ଥତା ଯୋଗୁ ମନରେ ଅଶାନ୍ତି ଦେଖା ଦେବ। ମହିଳାମାନେ ପରିବାରରେ ବ୍ୟସ୍ତତା ଯୋଗୁ କ୍ଲାନ୍ତି ଅନୁଭବ କରିବେ।
ପ୍ରତିକାର:- ଶ୍ରୀ ଗଣପତିଙ୍କ ଆରାଧନା କରନ୍ତୁ ଏବଂ  ଗଂ ଗଣପତୟେ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

ତୁଳା: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଗୋ ମାତାଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ

ବିଛା: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ପୂର୍ବରୁ ଯାହା ବି ଶାରିରୀକ ଅସୁସ୍ଥତା ଲାଗି ରହିଥିଲା, ସେଥିରୁ ଆରୋଗ୍ୟତା ଲାଭ କରିବେ। 
ପ୍ରତିକାର:- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ଧନୁ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇପାରନ୍ତି। କିନ୍ତୁ ମାନସିକ ଚାପ ଅନୁଭବ କରିପାରନ୍ତି।
ପ୍ରତିକାର- ଶୁଦ୍ଧ ଚନ୍ଦନର ତିଳକ ମଥାରେ ଲଗାନ୍ତୁ

ମକର: କାର୍ଯ୍ୟସ୍ଥଳରେ ବାଧାବିଘ୍ନ ସୃଷ୍ଚି ହୋଇପାରେ। ନିଜ ମନପସନ୍ଦର ଦ୍ରବ୍ୟ ହାନୀ ହୋଇପାରେ। ତେଣୁ ସତର୍କ ରୁହନ୍ତୁ। ମହିଳାମାନେ ଅଶାନ୍ତି ଅନୁଭବ କରିବେ।
ପ୍ରତିକାର-  ଶଂ ଶନିଶ୍ଚରାୟ ନମଃ ମନ୍ତ୍ରକୁ ୧୦୮ଥର ଜପ କରିନିଅନ୍ତୁ

କୁମ୍ଭ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ହୋଇପାରେ। ହଜି ଯାଇଥିବା କିଛି ଜିନିଷ ଫେରି ପାଇବେ। ପରିବାରରେ ଶାନ୍ତି ପାଇବେ।
ପ୍ରତିକାର- ଶୁଭତ୍ତ୍ୱରେ ବୃଦ୍ଧି ପାଇଁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ମୀନ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖା ଦେଇପାରେ। ଅଯଥା ବିବାଦ ଯୋଗୁ ମନ ଅଶାନ୍ତ ରହିପାରେ। ଗୁପ୍ତ ଶତ୍ରୁମାନେ ହଇରାଣରେ ପକାଇପାରନ୍ତି। ସତର୍କ ରୁହନ୍ତି। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।
ପ୍ରତିକାର- ହନୁମାନ ଚାଳିଶାକୁ ୩ଥର ପାଠ କରି ନିଅନ୍ତୁ