• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୧ ମସିହା, ଅୋକ୍ଟୋବର ମାସ, ୧୬ତାରିଖ, ଶନିବାର, କନ୍ୟା ୩୦ଦିନ, ଅଶ୍ୱିନ ମାସ, ଶୁକ୍ଳପକ୍ଷ, ଏକାଦଶୀତିଥି , ଧନିଷ୍ଠା ନକ୍ଷତ୍ର, କୁମ୍ଭଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

 

ମେଷ :- ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ । ନୂଆା ଲୋକଙ୍କ ସହିତ ବନ୍ଧୁତା ବଢିପାରିବ । ଆର୍ଥିକ ସ୍ଥିତି ସୁଦୃଢ ହେବାସହ ଏବଂ ମାନ ସମ୍ମାନ ପ୍ରାପ୍ତି ହୋଇପାରିବ ।

ପ୍ରତିକାର- ଲକ୍ଷ୍ମୀ ନୃସିଂହକୁ ଦର୍ଶନ କରନ୍ତୁ

 

ବୃଷ :-ରାଜନିତୀ କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇପାରିବେ । ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି ।

ପ୍ରତିକାର- ମିଶିରି ଖାଇ ଯାତ୍ରା ଆରମ୍ଭ କରନ୍ତୁ

 

ମିଥୁନ :-ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଦେପାରେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ମନବଳାଇବେ ଏବଂ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ।

ପ୍ରତିକାର- ଛୋଟପିଲାଙ୍କୁ ଚକୋଲେଟ ବାଣ୍ଟି ଦିଅନ୍ତୁ

 

କର୍କଟ :-ଆଜି ଆପଣ କର୍ମ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ କରିପାରନ୍ତି । ରାଜନିତୀ କରୁଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇ ପାରିବେ। ବ୍ୟବସାୟ କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ ।

ପ୍ରତିକାର- ଇଷ୍ଟ ଦେବୀଙ୍କ ପାଖରେ ଘିଅ ଦ୍ୱୀପ ଜାଳନ୍ତୁ

ସିଂହ :-ଛାତ୍ରଛାତ୍ରୀମାନେ ପାଠ ପଢାରେ ଉନ୍ନତି କରିପାରିବେ । ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିପାରନ୍ତି ।

ମିଡିଆ ସେକ୍ଟରରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିପାରିବ ।

ପ୍ରତିକାର- ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ

 

କନ୍ୟା :- ବୃତ୍ତିଗତ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରିବ । ଯେକୌଣସି କାର୍ଯ୍ୟ କରି ସଫଳତା ପାଇପାରିବେ ।

ପ୍ରତିକାର- ଶ୍ରୀଗଣେଷ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ

 

ତୁଳା :-ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଭାବ ବଢିବା ସହିତ ପାରିବାରିକ ବୁଝାମଣା ଠିକ ରହିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ । ସରକାରୀ ଚାକିରୀ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଶଂସା ମିଳିପାରିବ ।

ପ୍ରତିକାର- ମାଙ୍କର ପାଦଛୁଇଁ ପ୍ରଣାମ କରନ୍ତୁ

 

ବିଛା :-ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେଇପାରନ୍ତି । କମ୍ପାନୀ ଚାକିରୀ କରିଥିବା ବ୍ୟକ୍ତିମାନେ ଉଚ୍ଚ କତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇପାରନ୍ତି । ଭବିଷ୍ୟତ ପାଇଁ ସୁସମ୍ବାଦ ପାଇପାରନ୍ତି ।

ପ୍ରତିକାର- ଗରିବ ଲୋକଙ୍କୁ ଖାଦ୍ୟ ଦିଅନ୍ତୁ

 

ଧନୁ :- ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି । ଯାନବାହାନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିପାରିବ ।

ପ୍ରତିକାର- ଅଶ୍ୱତ୍ଥ ଗଛମୂଳେ ଘିଅଦ୍ୱୀପ ଜାଳନ୍ତୁ

 

ମକର :- ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିପାରିବେ । ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିପାରିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିପାରିବ ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

କୁମ୍ଭ :- ପିଲାମାନଙ୍କର ସଫଳତା ଦେଖି ବାପା ମା ଖୁସି ଅନୁଭବ କରିପାରନ୍ତି । ବ୍ୟବସାୟରେ ନୂଆ ନିତୀ ପ୍ରୟୋଗ କରିପାରନ୍ତି । ଘରକୁ ନୂଆ ଅତିଥି ଆସିପାରନ୍ତି ଓ ସୁସ୍ୱାଦୁ ଭୋଜନ ମଧ୍ୟ କରିପାରିବେ ।

ପ୍ରତିକାର- କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ

 

ମୀନ :- କର୍ମକ୍ଷେତ୍ରରେ ଅଧିକ ଦାୟୀତ୍ୱ ନିର୍ବାହ କରିପାରିବେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲରେ କଟିବ । ପାରିବାରିକ ସମସ୍ୟା ସମାଧାନ ହେବ, ବ୍ୟବସାୟରେ ଲାଭ ପାଇ ପାରିବେ ।

ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ