• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା ସେପ୍ଟେମ୍ବର ମାସ ୧୪ ତାରିଖ, ମଙ୍ଗଳବାର, ସିଂହ ୨୯ ଦିନ, ଭାଦ୍ରବ ମାସ , ଶୁକ୍ଳପକ୍ଷ ଅଷ୍ଟମୀ ତିଥି । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କର ଦିନ...

ମେଷ- ସାମାନ୍ୟ ଘଟଣାକୁ ନେଇ ପରିବାରରେ ଗଣ୍ଡଗୋଳ ଦେଖାଯିଯାଇପାରେ ଏବଂ ଦୁର୍ଘଟଣା ଘଟିବା ସମ୍ଭାବନା ମଧ୍ୟ ରହିଛି । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳିପାରେ । କୌଣସି ଏକ କାର୍ଯ୍ୟରେ ଗବେଷଣା ସିଦ୍ଧି କରି ଦକ୍ଷତା ହାସଲ କରିପାରନ୍ତି ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ- ବ୍ୟବସାୟରେ ଅଶାନୁରୂପ ଫଳ ନ ପାଇବାରୁ ହତାଶ ଭାବ ଦେଖାଦେଇପାରେ । ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲାବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ । ଅଳସୁଆ ଭାବ ଦେଖାଯାଇପାରେ ।

ପ୍ରତିକାର- ମା ତାରଣୀଙ୍କୁ ମନ୍ଦାର ପୁଷ୍ପ ଅର୍ପଣ କରନ୍ତୁ

ମିଥୁନ- ସ୍ୱାସ୍ଥ୍ୟରେ ଅସୁସ୍ଥତା ଅନୁଭବ କରିପାରନ୍ତି, ମନ ଭଲ ନରହିପାରେ । କର୍ମକ୍ଷେତ୍ରରେ କେତେକାଂଶରେ ଆଶ୍ୱସ୍ତି ମିଳିପାରେ ।

ଆଧ୍ୟାତ୍ମିକ କାର୍ଯ୍ୟରେ ମନ ବଳାଇପାରନ୍ତି ।

ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ

କର୍କଟ- ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ । ଆର୍ଥିକ ଅଭାବକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢିବାରୁ ବନ୍ଧୁ ସାହାଯ୍ୟ ସହଯୋଗ କରିପାରନ୍ତି । ବିଭିନ୍ନ ପ୍ରକାର ବାଧାବିଘ୍ନ ଲାଗି ରହିବାର ଆଶଙ୍କା ଅଛି ।

ପ୍ରତିକାର- ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ

ସିଂହ- ଦୂରସ୍ଥାନକୁ ଯାତ୍ରା କଲେ ସ୍ୱାସ୍ଥ୍ୟରେ ପୀଡା ଅନୁଭବ କରିପାରନ୍ତି ଏବଂ ଅର୍ଥଲାଭ ମିଳି ନ ପାରେ। ପାରିବାରିକ ସ୍ଥିତିକୁ ନେଇ ମାନସିକ ସ୍ତରରେ ଅସ୍ଥିରତା ଦେଖାଯାଇପାରେ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବାର ସମ୍ଭାବନା ଅଛି ।

ପ୍ରତିକାର- ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ

କନ୍ୟା- ବ୍ୟବସାୟରେ ଅର୍ଥଲାଭ ଦେଖାଦେଇପାରେ । ଭବିଷ୍ୟତ ଲାଗି ଉଚ୍ଚ ଚିନ୍ତା କରିବେ ଏବଂ ଅସହାୟଙ୍କୁ ସାହାଯ୍ୟ କରିପାରନ୍ତି ।

ସନ୍ତାନମାନଙ୍କର ସ୍ୱଭାବକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ରହିପାରନ୍ତି ।

ପ୍ରତିକାର- ଛୋଟ ପିଲାଙ୍କୁ ଚକୋଲେଟ୍ ଦିଅନ୍ତୁ

ତୁଳା-ପାରିବାରିକ ବୁଝାମଣା ଠିକ ରହିପାରେ । ମନ ଭିତରେ ଚିନ୍ତା କରୁଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି । ଶାରିରୀକ ଅସୁସ୍ଥତା ହେତୁ ଅର୍ଥ ଖର୍ଚ୍ଚ ହେବ, କିନ୍ତୁ ବନ୍ଧୁବାନ୍ଧବ ସାହାଯ୍ୟ କରିପାରନ୍ତି ।

ପ୍ରତିକାର- ମାଙ୍କୁ ପ୍ରଣାମ କରନ୍ତୁ

ବିଛା- ଘର ପାଇଁ ନୂତନ ଯାନବାହାନ କିଣିବା ପାଇଁ ପ୍ରସ୍ତୁତ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆାଲୋଚନା କରନ୍ତୁ । ସମାଜସେବା କାର୍ଯ୍ୟରେ ନେତୃତ୍ୱ ନେଇ ପାରନ୍ତି ।

ପ୍ରତିକାର- ଲାଲ ବସ୍ତ୍ର ପରିଧାନ କରନ୍ତୁ

ଧନୁ- କୌଣସି ଏକ ଖବର ପାଇ ମନସ୍ତାପ କରିପାରନ୍ତି । ନିଜର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ଅପମାନିତ ହୋଇପାରନ୍ତି । ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

ମକର-ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ । ସ୍ୱାସ୍ଥ୍ୟରେ ଅସୁସ୍ଥତା ଅନୁଭବ କରିପାରନ୍ତି ।

ପ୍ରତିକାର- ଶ୍ରୀ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ

କୁମ୍ଭ- ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଆଜି ବଡ ଡିଲ୍ କରିବାର ସମ୍ଭାବନା ଅଛି । ବାକି ପଡିଥିବା ପ୍ରାପ୍ୟ ପାଇଁ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ମିଳିପାରେ ।

ପ୍ରତିକାର- କାଉ ଓ ପାରାଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ- ଦୂରସ୍ଥାନକୁ ଯାତ୍ରା କରିବେ ଏବଂ ସୁସ୍ୱାଦୁ ଭୋଜନ ମିଳିପାରେ । ଗୁପ୍ତ ଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିପାରେ । କର୍ମ କ୍ଷେତ୍ରରେ ଅଶାନ୍ତି ଓ ବାଦ ବିବାଦ ଦେଖାଯିବାର ସମ୍ଭାବନା ରହିଛି । ଘରକୁ ଅତିଥିଙ୍କର ଆଗମନ ହୋଇପାରେ ।

ପ୍ରତିକାର- ପାଖରେ ଖଣ୍ଡ ହଳଦୀ ରଖନ୍ତୁ