• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୪ ତାରିଖ, ଗୁରୁବାର, କନ୍ୟା ୨୮ ଦିନ, ଆଶ୍ୱିନ ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଉତ୍ତରାଷାଢା ନକ୍ଷତ୍ର, ମକର ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

ମେଷ: କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବା ସହିତ ମାନସମ୍ମାନ ମିଳିପାରେ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖା ଦେଇପାରେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।
ପ୍ରତିକାର- ମା ତାରିଣୀଙ୍କୁ ମନ୍ଦାର ପୁଷ୍ପ ଅର୍ପଣ କରନ୍ତୁ  

ବୃଷ: ସନ୍ତାନମାନଙ୍କ ବିଶୃଙ୍ଖଳା ଆଚରଣ ମନକୁ କଷ୍ଟ ଦେବ। ଭବିଷ୍ୟତ ପାଇଁ କୌଣସି ଯୋଜନା ପ୍ରସ୍ତୁତ କଲେ, ସେଥିରେ ବାଧାବିଘ୍ନ ଆସିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ

ମିଥୁନ: ଅସୁସ୍ଥ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କେତେକାଂଶରେ ଆଶ୍ୱସ୍ତି ମିଳିପାରେ। ବ୍ୟବସାୟରେ କିଛିଟା ପରିବର୍ତ୍ତନ ଆସିପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ବଳାଇବେ ଏବଂ ସମାଜସେବା କରିବେ।
ପ୍ରତିକାର- ବିଷ୍ଣୁ ମନ୍ଦିରରେ ଘିଅ ଦ୍ୱୀପ ଜାଳନ୍ତୁ

କର୍କଟ: ଦୂର ବନ୍ଧୁଙ୍କ ସହିତ ମିତ୍ରତା ବୃଦ୍ଧି ହେବ। ଆର୍ଥିକ ଅନଟନକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢିପାରେ ଏବଂ ବ୍ୟବସାୟରେ ବ୍ୟୟ ବୃଦ୍ଧି ହୋଇପାରେ। ବିଭିନ୍ନ ପ୍ରକାର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ।
ପ୍ରତିକାର- ମା’ଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ

ସିଂହ: ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ପାରିବାରିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ଦେଖା ଦେଇପାରେ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।
ପ୍ରତିକାର- ବେଲ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ 

କନ୍ୟା: ବନ୍ଧୁଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ସନ୍ତାନଙ୍କ ସ୍ୱଭାବକୁ ଦେଖି ପିତାମାତା ଚିନ୍ତାଗ୍ରସ୍ତ ରହିବେ। ଭବିଷ୍ୟତ ଲାଗି ଉଚ୍ଚଚିନ୍ତା କରିବେ ଏବଂ ଅସହାୟଙ୍କୁ ସାହାଯ୍ୟ କରିବେ।
ପ୍ରତିକାର- ଅସହାୟଙ୍କୁ ଦାନ କରନ୍ତୁ 

ତୁଳା: ଭାବୁ ଥିବା କାର୍ଯ୍ୟକୁ ପୂରଣ କରିବେ। ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇବେ। ବହୁ ଦିନର ବନ୍ଧୁଙ୍କ ସହିତ ଭେଟ ହୋଇପାରେ। କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହୋଇପାରେ। 
ପ୍ରତିକାର- ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ

ବିଛା: ଆକସ୍ମିକ ଭାବେ ଧନଲାଭ ହୋଇପାରେ। ବ୍ୟବସାୟରେ ଲାଭ ପାଇପାରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି।
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ

ଧନୁ: ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ଯାନବାହାନ ଚଳାଇଲା ବେଳେ ସତର୍କ ରୁହନ୍ତୁ। ଅସୁସ୍ଥ ଅନୁଭବ କରିପାରନ୍ତି।
ପ୍ରତିକାର- ମା’ ପାର୍ବତୀଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ  

ମକର: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇପାରନ୍ତି। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ସୁସ୍ୱାଦୁ ଭୋଜନ ସହିତ ଭ୍ରମଣ ଯୋଗ ରହିଛି।
ପ୍ରତିକାର- କୁକୁରକୁ ଖାଦ୍ୟ ଦିଅନ୍ତୁ 

କୁମ୍ଭ: ବ୍ୟବସାୟୀମାନଙ୍କର ଅର୍ଥହାନୀ ଘଟିପାରେ। ବକେୟା ଅର୍ଥ ପ୍ରାପ୍ତି ପାଇଁ ବିବାଦ ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ 

ମୀନ: ଘରକୁ ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟରେ ଅର୍ଥଲାଭ ମିଳିପାରେ। ଗୁପ୍ତ ଶତ୍ରୁଙ୍କର କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ମାନ ସମ୍ମାନ ଏବଂ ପ୍ରଂଶସିତ ହୋଇପାରନ୍ତି।
ପ୍ରତିକାର- ବାପା ମାଙ୍କୁ ପ୍ରଣାମ କରନ୍ତୁ